କାଶୀପୁର ରେଞ୍ଜରଙ୍କୁ ସକାଳୁ ମାଡ଼ି ବସିଛି ଭିଜିଲାନ୍ସ

ରାୟଗଡ଼ା (ତପନ କାଡ୍ରାକା)
ରାୟଗଡ଼ା ଜିଲ୍ଲା କାଶୀପୁର ଫରେଷ୍ଟ ରେଞ୍ଜର ଅନ୍ତର୍ଯ୍ୟାମୀ ସାହୁଙ୍କ ସରକାରୀ ବାସଭବନରେ ଭିଜିଲାନ୍ସ ଚଢ଼ାଉ କରିଛୁ ଭିଜିଲାନ୍ସ ଟିମ୍। ଆୟର୍ବହିଭୂତ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ କରିଥିବା ସୂଚନା ମିଳିଛି। ରେଞ୍ଜର ସାହୁ ଦୁର୍ନୀତି କରିବା ଏବଂ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିବା ନେଇ ଅଭିଯୋଗ ପାଇ ବହୁ ଦିନରୁ ଭିଜିଲାନ୍ସ ସ୍କାନରରେ ଥିଲେ। ବିଭିନ୍ନ ତଥ୍ୟ ସଂଗ୍ରହ ପରେ ଶୁକ୍ରବାର ଭୋର ପ୍ରାୟ ୬ .୩୦ ସମୟରୁ ଚଢ଼ାଉ ଆରମ୍ଭ କରିଛି। କାଶୀପୁର ସରକାରୀ କାର୍ଯ୍ୟାଳୟ, ବାସଭବନ, କନ୍ଧମାଳ ଜିଲ୍ଲା ବାଲିଗୁଡା ଓ ଶ୍ରିନୀକେତା, ଗଞ୍ଜାମ ଜିଲ୍ଲାର ଭଞ୍ଜନଗର, ବ୍ରହ୍ମପୁର, ନୟାଗଡ଼ ସମେତ ୯ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରି ରଖିଥିବା ଜଣାପଡିଛି। କାଶୀପୁର ବନ ରେଞ୍ଜର ବନ ରେଞ୍ଜ ଅଧିକାରୀ ଶ୍ରୀ ଅନ୍ତର୍ଯ୍ୟାମୀ ସାହୁଙ୍କ ଦ୍ୱାରା ଆୟର ଜ୍ଞାତ ଉତ୍ସ ଠାରୁ ଅଧିକ ସମ୍ପତ୍ତି (DA) ( ଡିଏ) ରଖିବା ଅଭିଯୋଗରେ, ମାନ୍ୟବର ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସ, ଜୟପୁର, କୋରାପୁଟଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଓଡିଶା ଭିଜିଲାନ୍ସ ଦ୍ୱାରା ୭ ଜଣ DSPS,( ଡିସପିସ)୭ ଜଣ ଇନ୍ସପେକ୍ଟର, ୯ ଜଣ ASI (ଏସଏଇ) ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଏକକାଳୀନ ଘର ତଲାସ କରାଯାଉଛି।

Leave a Reply

Your email address will not be published. Required fields are marked *