ଲାଲସାହ ବାବା ମଜାର କମିଟିର ନିର୍ବାଚନ ବିବାଦ ସମ୍ପର୍କରେ ଏକ ସାଧାରଣ ବୈଠକ ଅନୁଷ୍ଠିତଗତ 15 ବର୍ଷ ଧରି କମିଟିରେ ଥିବା ପୁରୁଣା କମିଟିକୁ ଭାଙ୍ଗି ନିର୍ବାଚନ କରିବାକୁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଗଲା

ରାଜଗାଙ୍ଗପୁର:- ଲାଲସାହ ବାବା ମଜାର କମିଟିରେ ଚାଲିଥିବା ନିର୍ବାଚନ ବିବାଦ ସମ୍ପର୍କରେ ରାଜଗାଙ୍ଗପୁର ଅବସ୍ଥିତ ମଦରସା ରିଜବିୟା ସଭାଗୃହରେ ମୁସଲିମ ପଞ୍ଚାୟତ କମିଟି ଦ୍ୱାରା ଏକ ସାଧାରଣ ବୈଠକ ର ଆୟୋଜନ କରାଯାଇଥିଲା ।ଉକ୍ତ ବୈଠକରେ ଗତ 15 ବର୍ଷ ଧରି କମିଟିରେ ଥିବା ପୁରୁଣା କମିଟିକୁ ଭାଙ୍ଗି ନିର୍ବାଚନ କରିବାକୁ ସର୍ବସମ୍ମତି ସହ ନିଷ୍ପତ୍ତି ନିଆଯାଇଥିଲା ଏବଂ ରାଜଗାଙ୍ଗପୁରର ଜନସାଧାରଣଙ୍କ ମଧ୍ୟରେ ତୀବ୍ର ସମାଲୋଚନା କରାଯାଇଥିଲା ଏହି ବୈଠକ ରେ ଶହ ଶହ ଲୋକ ନିର୍ବାଚନ କରିବାକୁ ରାଜି ହୋଇଥିଲେ। ଆଲୋଚନା ସମୟରେ, ମୁସଲିମ ପଞ୍ଚାୟତ କମିଟିର ସାଧାରଣ ସମ୍ପାଦକ ମସୁଦ ଅମନ ସୂଚନା ଦେଇଥିଲେ ଯେ ରାଜଗାଙ୍ଗପୁରର ଲାଲସାହ ବାବା ମଜାର ଶରିଫରେ ନିର୍ବାଚନ ନିୟମାବଳୀରେ ସ୍ପଷ୍ଟ ଭାବରେ ଉଲ୍ଲେଖ ଅଛି ଯେ ସହରର ସାଧାରଣ ଜନତାଙ୍କୁ ସାମିଲ କରି ପ୍ରତି ତିନି ବର୍ଷରେ ନିର୍ବାଚନ କରାଯିବା ଉଚିତ ଏବଂ ବାର୍ଷିକ ଉତ୍ସବ ପୂର୍ବରୁ ସମସ୍ତ ସାଧାରଣ ଜନତାଙ୍କୁ ଡକାଯିବା ଉଚିତ, କିନ୍ତୁ ଏହା ଅତ୍ୟନ୍ତ ଦୁଃଖର ବିଷୟ ଯେ ଗତ 15 ବର୍ଷ ଧରି ମଜାରରେ ନିୟମାବଳୀ ଅନୁସାରେ କୌଣସି କାର୍ଯ୍ୟ କରାଯାଉନାହିଁ, ନା ଅଡିଟ୍ କରାଯାଉଛି ନା ସରକାରୀ ଖାତାରେ କୌଣସି ପ୍ରକାରର ସୂଚନା ଦିଆଯାଉଛି। ଏହି ସମ୍ପର୍କ ରେ ଜିଲ୍ଲାପାଳ ଏବଂ ଉପଜିଲ୍ଲାପାଳଙ୍କୁ ଅନେକ ଥର ଅବଗତ କରାଯାଇଛି କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ସଠିକ୍ ସମାଧାନ ମିଳିନାହିଁ, ଯାହା ରାଜଗାଙ୍ଗପୁରର ଜନସାଧାରଣଙ୍କୁ ଅବଗତ କରାଯାଇଥିଲା ଏବଂ ଉକ୍ତ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ଯେ ଆଗାମୀ ଅକ୍ଟୋବର ମାସରେ ନିର୍ବାଚନ କରିବା କୁ ଚେଷ୍ଟା କରାଯାଉଛି ।
ଏହି ଅବସର ରେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ, ମୁସଲିମ ପଞ୍ଚାୟତ କମିଟିର ସାଧାରଣ ସମ୍ପାଦକ ମସୁଦ ଅମନ କହିଛନ୍ତି ଯେ ମୁସଲିମ ପଞ୍ଚାୟତ କମିଟି ଆଜି ମଜାର କମିଟିକୁ ଭାଙ୍ଗି ଦେଉଛି, ଯାହା କି ନିୟମ ଅନୁଯାୟୀ ମୁସଲିମ ପଞ୍ଚାୟତ କମିଟି, ଜାମା ମସଜିଦ ଅଧୀନରେ ଆସେ।
ଯେତେବେଳେ ଲାଲସାହ ବାବା ମଜାର କମିଟିର ସଭାପତି ଏମଡି ଆଶଫାକ ଓରଫ ଗୁଡ୍ଡାଙ୍କୁ ଫୋନରେ ଯୋଗାଯୋଗ କରାଯାଇ ଏହି ବିଷୟରେ ପଚରାଯାଇଥିଲା, ସେ ଉତ୍ତର ଦେଇଥିଲେ ଯେ ଜିଲ୍ଲା ପ୍ରଶାସନ ଦ୍ୱାରା ଯହା ସ୍ତ ଆବଶ୍ୟକୀୟ କାଗଜପତ୍ର ମଗାଯାଇଥିଲା, ତାହାକୁ ମଜାର କମିଟି ଜିଲ୍ଲା ପ୍ରଶାସନ ପାଖକୁ ଦାଖଲ କରିଛି।
ବର୍ତ୍ତମାନ ଆଗାମୀ ଦିନରେ ଦେଖିବାକୁ ବାକି ରହିଲା ଯେ ପ୍ରଶାସନ ନିର୍ବାଚନ କରେ କି ନାହିଁ, ଆଗାମୀ ସମୟରେ ମଜାର କମିଟି ବିବାଦକୁ ନେଇ ମାମଲା ଆହୁରି ଜଟିଳ ଦେଖାଯାଉଛି, ଯାହା ସମଗ୍ର ସହରରେ ଆଲୋଚନାର ବିଷୟ ପାଲଟିଛି।
ଅବଦୁଲ ରଜାକ ଖାନ
ରାଜଗାଙ୍ଗପୁର

Leave a Reply

Your email address will not be published. Required fields are marked *