


ଚଣ୍ଡିଖୋଲ : ୧୮/୯(କ ଵ୍ୟୁ,)ବଡଚଣା ବ୍ଲକ୍ ଅନ୍ତର୍ଗତ ନୂଆ ହାଟ ସ୍ଥିତ ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟ ପରିସରରେ ବିଶ୍ବ ଓଜନ ଦିବସ ପାଳିତ ହୋଇଯାଇଛି। ପ୍ରାଣୀ ବିଜ୍ଞାନର ମୁଖ୍ୟ ଅଧ୍ୟାପିକା ରଞ୍ଜିତା ସ୍ଵାଇଁ ଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରାଧ୍ୟାପକ ପବିତ୍ର ମୋହନ ମାହାଲା ପ୍ରକୃତିର ଭାରସାମ୍ୟ ରକ୍ଷା ସହିତ ମାନବ ସମାଜ ତଥା ଉଦ୍ଭିଦ ଜଗତ ଉପରେ ଓଜନସ୍ତର ହ୍ରାସ ର କୁପ୍ରଭାବ ଓ ଏହାର ସଂରକ୍ଷଣ ଉପରେ ଆଲୋକ ପାତ କହିବା ସହିତ ବିଶ୍ବ ଓଜନ ଦିବସ ପାଳନ ବୈଜ୍ଞାନିକ ଗବେଷଣା କୁ ଗୁରୁତ୍ଵ ଓ ପ୍ରୋତ୍ସାହନ , ଓଜନ ସ୍ତର ର ସୁରକ୍ଷା, ଓ ସଚେତନତା ଏ ବଂ ଜଳବାୟୁ ପରିବର୍ତ୍ତନ ସମସ୍ୟାର ସମାଧାନ ପାଇଁ ବିଶ୍ବ ସ୍ତରରେ ନିଆଯାଇଥିବା ପଦକ୍ଷେପ ଉପରେ ଆଲୋକ ପାତ କରିଥିଲେ।ମହାବିଦ୍ୟାଳୟର ପ୍ରଶାସନିକ ମୁଖ୍ୟ ଅଧ୍ୟାପକ ନାରାୟନ ଚନ୍ଦ୍ର ମୁଦୁଲି ପରିବେଶର ସନ୍ତୁଳନ ରେ ଓଜନ ସ୍ତର ର ଭୂମିକା ସଂପର୍କରେ ଆଲୋଚନା କରିଥିଲେ। ଉଦ୍ଭିଦ ବିଜ୍ଞାନର ମୁଖ୍ୟ ଅଧ୍ୟାପକ ସନ୍ତୋଷ କୁମାର ପୃଷ୍ଟି ବିଶ୍ବ ଓଜନ ଦିବସ ପାଳନ ର ଗୁରୁତ୍ଵ ଉପରେ ଆଲୋଚନା କରିଥିଲେ।ଅଧ୍ୟାପକ ସଂଜିତ କୁମାର ମହାନ୍ତି ସମାଜର କଲ୍ୟାଣରେ ଓଜନ ସ୍ତର ର ଭୂମିକା ଉପରେ ଆଲୋଚନା କରିଥିଲେ। ଶେଷରେ ଓଡ଼ିଆ ବିଭାଗର ଅଧ୍ୟାପକ ତଥା ଜାତୀୟ ସେବା ଯୋଜନା ର ସଂଯୋଜକ କିଶୋର କୁମାର ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ।ଉତ୍ସବରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ,ଅଧ୍ୟାପିକା କର୍ମଚାରୀ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ।