ବିଶ୍ଵକର୍ମା ପୂଜା-ଅର୍ଘ୍ୟ

ପ୍ରଭୁ ବିଶ୍ବକର୍ମା ନିର୍ମାଣ ଦେବତା
ଓମ୍ ବିଶ୍ବକର୍ମୈ ନମଃ,
ପିତା-ମାତା ତବ ଶ୍ରୀବସୁ ପ୍ରଭାସ
ଯୋଗସିଦ୍ଧାଙ୍କୁ ପ୍ରଣାମ ।

ସୁନ୍ଦର ସୃଷ୍ଟିର ତୁମେ କାରିଗର
ବିଶ୍ବକର୍ମା ନମୋନମଃ,
ଭକ୍ତିଭରା ହୃଦେ ନୈବେଦ୍ୟ ଅର୍ଘ୍ୟରେ
ଘେନ ପ୍ରଣତି ପୂଜନ ।

ସର୍ବ ଯନ୍ତ୍ରପାତି ଯାନ ଗାଡ଼ି ଗାତ୍ରେ
ସପୁଷ୍ପ ପୂଜା ଚନ୍ଦନ,
ବିଶ୍ଵକର୍ମା ପୂଜା- ଅର୍ଘ୍ୟ ସମର୍ପଣେ
ଯନ୍ତ୍ର-ଶିଳ୍ପ’ର ଶୋଭନ ।

ପବିତ୍ର ଦିବସେ ପୁଷ୍ପାଞ୍ଜଳି ହସ୍ତେ
ପ୍ରଭୁ ବିଶ୍ଵକର୍ମା ନମଃ,
ତୁମେ ପ୍ରଭୁ ଯନ୍ତ୍ରୀ ଶିଳ୍ପୀ ଓ ବିଜ୍ଞାନୀ
ସାଫଲ୍ୟରେ ତବ ନାମ ।

ଅଳକାପୁରୀ ବା କୈଳାସ ପର୍ବତ
ସ୍ଵର୍ଗ ନନ୍ଦନକାନନ,
ପ୍ରଭୁ ଜଗନ୍ନାଥ ଗଠନ’ରେ ବୃଦ୍ଧ
କୋଣାର୍କେ ବିଶୁ-ନନ୍ଦନ ।

କନ୍ୟା ସଂକ୍ରାନ୍ତି’ର ଶୁଭ ଲଗ୍ନେ ତବ
ମର୍ତ୍ତ୍ୟ-ମଣ୍ଡଳେ ପୂଜନ,
ତବ ଆଶୀର୍ବାଦେ କାରିଗରୀ ବିଦ୍ୟା
ହେଉ ପ୍ରଭୁ ସୁପ୍ରସନ୍ନ ।

Leave a Reply

Your email address will not be published. Required fields are marked *