

ଚଣ୍ଡିଖୋଲ : ୧୫/୯(କ ଵ୍ୟୁ)ଭାରତର ଯଶସ୍ଵି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଜନ୍ମ ଦିନ ସେପ୍ଟେମ୍ବର ୧୭ ତାରିଖ ଠାରୁ ମହାତ୍ମାଗାନ୍ଧୀ ଙ୍କ ଜୟନ୍ତୀ ଅକ୍ଟୋବର ୨ ତାରିଖ ଦୀର୍ଘ ୧୫ ଦିନ ବ୍ୟାପୀ ସେବା ପକ୍ଷ ଅବସରରେ ବିଜେପି କୃଷକ ମୋର୍ଚ୍ଚା ଯାଜପୁର ଜିଲ୍ଲାରେ ରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ କୁ ବ୍ୟାପକ କରିବା ଏବଂ ଘରେ ଘରେ ବୃକ୍ଷ ଚାରା ରୋପଣ କରିବ। ଏହି ଅବସରରେ ଆଜି ବିଜେପି କୃଷକ ମୋର୍ଚ୍ଚା ଏକ ଜିଲ୍ଲା ସ୍ତରୀୟ କର୍ମଶାଳା ଯାଜପୁର ଟାଉନ ସ୍ଥିତ ସର୍କିଟହାଉସ ଠାରେ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ପାଣ୍ଡବ ଚନ୍ଦ୍ର ଧଳ ଙ୍କ ଙ୍ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ । ଏହି କର୍ମଶାଳା କୁ ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ। ଯାଜପୁର ଜିଲ୍ଲା ରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ କୁ ସଫଳତାର ସହିତ ସମପ୍ତ କାର୍ଯ୍ୟକର୍ତ୍ତା ମାନେ ଘରକୁ ଘର ଯାଇ ଲୋକ ସମ୍ପର୍କ କରି ବୃକ୍ଷ ରୋପଣ କରିବା ଆହ୍ବାନ ଦେଇଥିଲେ। ତତସହିତ କେନ୍ଦ୍ର ଓ ରାଜ୍ଯ ସରକାରଙ୍କର କୃଷକ କଲ୍ୟାଣକାରୀ ଯୋଜନା ର ଲାଭ ସମସ୍ତ ଚାଷୀ ମାନେ କିପରି ପାଇବେ ସେଥିପାଇଁ କୃଷକ ମୋର୍ଚ୍ଚା ର କାର୍ଯ୍ୟକତା ମାନେ କାମ କରିବାକୁ ପରାମର୍ଶ ଦେଇଥିଲେ । ପ୍ରଧାନମନ୍ତ୍ରୀ ଶ୍ରୀମାନ ନରେନ୍ଦ୍ର ମୋଦୀ ଜୀ ଙ୍କ ୭୫ ତମ ଜନ୍ମ ଦିନ ରେ ରାଜ୍ୟ ସରକାର ୭୫ ଲକ୍ଷ ବୃକ୍ଷ ଚାରା ରୋପଣ କରିବା ଯେଉଁ ନିଷ୍ପତ୍ତି ନେଇଛନ୍ତି ତାର ସଫଳତା ପାଇଁ ବିଜେପି କୃଷକ ମୋର୍ଚ୍ଚା ନିଷ୍ଠାର ସହିତ କାମ କରିବ ବୋଲି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ କହିଛନ୍ତି।ଭାରତ ବର୍ଷର ଯଶସ୍ୱୀ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀମାନ ନରେନ୍ଦ୍ର ମୋଦୀ ଜୀ କୃଷି ଉପକରଣ, ଯନ୍ତ୍ରପାତି ଓ କୃଷି ଯାତ ଦ୍ରବ୍ଯ ରୁ ଜିଏସଟି ଛାଡ କରିଥିବାରୁ ଧନ୍ଯବାଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀ କାର୍ଯ୍ୟକ୍ରମ ସମସ୍ତ କାର୍ଯ୍ୟକର୍ତା ମାନଙ୍କ ତରଫରୁ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଜେପି ଜିଲ୍ଳା କାଯ୍ୟକାରୀ ସଭାପତି ଶ୍ରୀ ଆଶୁତୋଷ ପରିଡ଼ା , ପୂର୍ବତନ ବିଧାୟିକା ଶ୍ରୀମତୀ ସୁନନ୍ଦା ଦାସ, ରାଜ୍ୟ ସଂଯୋଜକ ଶ୍ରୀ ଜିତେନ୍ଦ୍ର କୁମାର ବିଶ୍ବାଳ, ରତିକାନ୍ତ ରାଜବଂଶୀ, ରମେଶ ଚନ୍ଦ୍ର ରାଉତ, କଳିଙ୍ଗ ମହାନ୍ତି, ଭୂବନାନନ୍ଦ ସାମଲ, ରଞ୍ଜିତ ଦୋରା, ମହେନ୍ଦ୍ର ପହି, ସୁନାମରା ମାରାଣ୍ଡି, ଦୀଲିପ କୁମାର ଦେବତା, ସନ୍ତୋଷ କୁମାର ପତି, ପ୍ରଦୀପ କୁମାର ଜେନା, ଶରତ କୁମାର ସେଠୀ ପ୍ରମୁଖ ଙ୍କ ସମେତ ବହୁ ବରିଷ୍ଠ ନେତୃବୃନ୍ଦ ଙ୍କ ସମେତ ଶତାଧିକ କାର୍ଯ୍ୟକତା ଯୋଗଦାନ କରିଥିଲେ।