

ରାୟଗଡ଼ା, : ୧୧/୦୯: ସନ୍ଥ ବିନୋବା ଭାବେଙ୍କ ୧୩୧ତମ ଜନ୍ମ ଜୟନ୍ତୀ ଅବସରରେ ରାୟଗଡ଼ା ସଦର ମହକୁମାର ଗାନ୍ଧୀ ପାର୍କ ଠାରେ ସର୍ବଧର୍ମ ପ୍ରାର୍ଥନା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି ।
ସ୍ଥାନୀୟ ସେବା ସମାଜର ଅନ୍ତେବାସୀନୀଙ୍କ ସହ ଗୁରୁମାମାନେ ଏବଂ ବିଜୟ କୁମାର ବାବୁ, ସଭାପତି, ରାୟଗଡ଼ା ସର୍ବୋଦୟ ମଣ୍ଡଳ, ଡଃ ବାଦଲ କୁମାର ତା, ସମ୍ପାଦକ, ରାୟଗଡ଼ା ସର୍ବୋଦୟ ମଣ୍ଡଳ, ବିଦୁଲତା ହୁଇକା, ରାଜ୍ୟ ଆବାହିକା, ଓଡ଼ିଶା ଆଦିବାସୀ ମଞ୍ଚ, ଯୋଗେଶ୍ୱର ଦାସ, ରାଜ୍ୟ ଉପସଭାପତି, ଭାରତୀୟ ମଜଦୁର ସଂଘ, ଶ୍ୟାମ କୁମାର ଦାସ, ରାଜ୍ୟ ସମ୍ପାଦକ, ସକ୍ଷମ, ଦ୍ଵିତୀ ଚନ୍ଦ୍ର ସାହୁ, ଜାତୀୟ ସ୍ତରରେ ସମ୍ମାନୀତ ଶିକ୍ଷକ, ଅଜୟ ରଥ, ଉପଦେଷ୍ଟା, ଜିଲ୍ଲା ସାମ୍ବାଦିକ ସଂଘ, ବିଦ୍ୟା ପଣ୍ଡା, ନଗର ପ୍ରଭାରୀ, ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ, ଏମ୍ ବିଦ୍ୟାସାଗର, ପରିଚାଳକ, ଦିବ୍ୟାଙ୍ଗ ସେବା କେନ୍ଦ୍ର, ସୁଶ୍ରୀ ଦୀପ୍ତି, ପରିଚାଳିକା, ସେବା ସମାଜ ଓ ଅନ୍ୟମାନେ ଯୋଗ ଦେଇଥିଲେ ।