ଗୁରୁ ପିତାମାତା ଗୁରୁ ହିଁ ଦେବତା
ଗୁରୁ ହିଁ ମୋ ଭବିଷ୍ୟତ
ତାଙ୍କରି ଆର୍ଦଶ ତାଙ୍କ ଜ୍ଞାନ ବୁଦ୍ଧି
ମଣିଷ ଗଢ଼ା ଜଗତ।
ଗୁରୁ ମୋ ଆଲୋକ ପଥ ନିର୍ଦ୍ଦେଶକ
ଗୁରୁ ମୋର ଜ୍ଞାନ ଦାତା
ଆଗାମୀ ସମାଜ ଗଢ଼ିଚାଲେ ଦିନ
ଗୁରୁ ମୋ ଭାଗ୍ୟ ବିଧାତା।
ଗୁରୁ ମୋର ଧନ ଗୁରୁ ମୋର ଜ୍ଞାନ
ଗୁରୁ ଜୀବନ ସଂପତ୍ତି
ମୋ ଅନ୍ତର ବ୍ୟଥା ଶୁଣେ ବୁଝି କଥା
ମନର ଦୁଃଖ ଆପତ୍ତି।
ଗୁରୁ ମୋ ଈଶ୍ୱର ଘେନ ନମସ୍କାର
ଚରଣେ ଭକ୍ତି ମିନତି
ଗୁରୁ ପଦ ପୂଜା ଗୁରୁ ସେବା ସଦା
କର୍ମ ନିତି ଧର୍ମ ସ୍ତୁତି।
ତବ ଆଜ୍ଞା ବିନା ନାହିଁ ମୋର ମୁକ୍ତି
ଗୁରୁ ଆଜ୍ଞା ମୋ ପାଳନ
ସଦା ମାନୁଥିବି ସଦା ଭାବୁଥିବି
ଗୁରୁ ଅଟେ ମୋ ଜୀବନ।
ମାନଗୋବିନ୍ଦ ସ୍ବାଇଁ
ଗୋଜାବନ୍ଧ ମହାକାଳପଡ଼ା
କେନ୍ଦ୍ରାପଡ଼ା