ଗାଇସିଲେଟ ଉଚ୍ଚ ବିଦ୍ୟାଳୟରେ ଗୁରୁ ବନ୍ଦନା

ଗାଇସିଲେଟ :05/09/2025

ଗୁରୁ ବ୍ରହ୍ମl ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର ,
ଗୁରୁ ସାକ୍ଷାତ ପରଂବ୍ରହ୍ମ ତସ୍ମଇଁ ଶ୍ରୀ ଗୃବେ ନମଃ ll
ପ୍ରତ୍ୟେକ ଶିକ୍ଷା ଅନୁଷ୍ଠାନ ତଥା ପରିବାରରେ ଗୁରୁର ଆବଶ୍ୟକ l କିନ୍ତୁ ଏବେ ଗୁରୁଙ୍କୁ ଗୁରୁ ଭାବରେ ସମ୍ମାନ ଦିଆଯାଉ ନାହିଁ l ବିବେକ ଶୂନ୍ୟ ଜୀବକୁ ପଶୁ କହୁ l ହେଲେ ପଶୁ ଶିକ୍ଷା ପାଇଲା ପରେ ଗୁରୁଦାୟିତ୍ୱ ନେଇ କାମରେ ଆଗେଇ ଯାଏ l କିନ୍ତୁ ମଣିଷ ଜ୍ଞାନ ଲାଭ କଲେ ଗର୍ବରେ ଅନ୍ଧ ହୋଇଥାଏ l ପ୍ରଥମେ ଜାଣିବା ଉଚିତ ଯେ ଗୃହର ପିତାମାତା, ବୟୋଜ୍ୟେଷ୍ଠ ବ୍ୟକ୍ତି ଓ ଶିକ୍ଷା ଦାନକାରୀ ଏମାନେ ଜଣେଜଣେ ଗୁରୁ l ଆଜି ବରଗଡ଼ ଜିଲ୍ଲା ଗାଇସିଲେଟ ଉଚ୍ଚ ବିଦ୍ୟାଳୟରେ ପାଳିତ ହୋଇଯାଇଛି ଗୁରୁ ଦିବସ ସ୍କୁଲ ଛାତ୍ର ଛାତ୍ରୀ ନିଜ ବିଦ୍ୟାଳୟରେ ସମ୍ମାନ ଜଣାଇବା ସହିତ ଅର୍ଚନା କରି ସୁମିଷ୍ଟ ଖାଇସାରି ଛାତ୍ରଛାତ୍ରୀ ଏକତ୍ରିତ କଣ୍ଠରେ ଗୁରୁବନ୍ଦନା ଗାଇ ଏକ କ୍ଷୁଦ୍ର ସଭା ମାଧ୍ୟମରେ ଗୁରୁମାନେ ଗୁରୁଭକ୍ତ ମହାପୁରୁଷ ମାନଙ୍କର ଗୁଣ ଶିକ୍ଷା ଭାବରେ ବକ୍ତବ୍ୟ ରଖି ଥିଲେ l ସ୍କୁଲ ପ୍ରଧାନ ଶିକ୍ଷକ ଶ୍ରୀ ଅନୀଲ ବେହେରା, ସହଯୋଗୀ ଶିକ୍ଷକ ଶ୍ରୀ dama ସାହୁ, ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ଥବିର ଶିଖା ଉଦ୍ଧବ dansanaଓ ସ୍କୁଲ ପରିଚାଳନା କମିଟି ସଭ୍ୟ ଶ୍ରୀ ତ୍ରିଲୋଚନ ପଣ୍ଡା, ଶ୍ରୀ ଫକୀର ଦୀପ,ସଉକି ବରିହା, ବିଜୟ କୁମାର ସାହୁ ଇତ୍ୟାଦି ମଞ୍ଚାସିନ ହୋଇ ନିଜ ନିଜ କର୍ତ୍ତବ୍ୟ ଗୁରୁ ପାଖରେ ସମ୍ମାନ ସହିତ ବ୍ୟାଖ୍ୟା କରି ପିଲାଙ୍କ ମନରେ ଭକ୍ତିଭାବ ଜାଗ୍ରତ କରାଇ ଥିଲେ l ଅଞ୍ଚଳର ବିଶିଷ୍ଠ ଶିକ୍ଷିତ ଜ୍ଞାନୀ ଅତିଥି ମାନେ ଆତିଥ୍ୟର ଉଚିତ ସତ୍କାର ପାଇଁ ଶିକ୍ଷକ ସମାଜ ଏପରି ହେବା ଉଚିତ ବୋଲି ଛାତ୍ର ଓ ଶିକ୍ଷକଙ୍କୁ ପ୍ରଶଂସା କରିଥିଲେ l ରିପୋର୍ଟର ଫକୀର deep

Leave a Reply

Your email address will not be published. Required fields are marked *