ଜାତୀୟ ଖାଦ୍ୟ ସୁରକ୍ଷା ଏବଂ ମନରେଗାର ସ୍ପଷ୍ଟୀକରଣ କଲେ ବି ଡି ଓ l

ଗାଇସିଲେଟ – ମହାତ୍ମା ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକରେ ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଆଇନ(ମନରେଗା )ଓ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ 2013 ର ବ୍ଲକ ସ୍ତରୀୟ ଜନଶୁଣାଣୀ ତଥା ସ୍ପଷ୍ଟୀକରଣ ଶିବିର ଗାଇସିଲେଟ ବ୍ଲକ କାର୍ଯ୍ୟାଳୟ ସଭାଗୃହ ଠାରେ ଅନୁଷ୍ଠିତ ହୋଇଛି l ଶିବିରରେ 1 ଅକଟୋବର 2024 ରୁ 31 ମାର୍ଚ୍ଚ ସାମାଜିକ ସମୀକ୍ଷା ହୋଇଥିଲା l ଶିବିରରେ ବରଗଡ ଅତିରିକ୍ତ ଜ଼ିଲ୍ଲା ଉନ୍ନୟନ ଅଧିକାରୀ ଶ୍ରୀ ଫକୀର ମୋହନ ମେହେର ସଭାପତିତ୍ୱ କରିଥିଲେ l ଜ଼ିଲ୍ଲା ସାମାଜିକ ସମୀକ୍ଷା ଅଧିକାରୀ ଶ୍ରୀ ଆନନ୍ଦ ପଧାନ ଗ୍ରାମପଞ୍ଚାୟତ ଗୁଡିକର ସମସ୍ୟା ଗୁଡିକ ଉପସ୍ଥାପନା କରିଥିଲେ l ଏ.ପି.ଓ. ଶ୍ରୀ କେତନ ପଧାନ 19 ଟି ଗ୍ରାମ ପଂଚାୟତର ସମସ୍ତ ତଥ୍ୟ ଉପସ୍ଥାପନା କରିଥିଲେ l ଗାଇସିଲେଟ ବ୍ଲକ ଗୋଷ୍ଟି ଉନ୍ନୟନ ଅଧିକାରୀ ଶ୍ରୀ ଭିଷ୍ମଦେବ ମାଝୀ, ବ୍ଲକ ଅଧକ୍ଷ ପ୍ରଣୟ କୁମାର ସାହୁ, ଏ . ଇ. ଇ. ଶ୍ରୀ ପ୍ରଭାତ କୁମାର ତ୍ରିପାଠୀ, ବ୍ଲକ ସାମାଜିକ ସମୀକ୍ଷକ ଶ୍ରୀ ଉମାକାନ୍ତ ସାହୁ ମଂଚାସୀନ ଥିବାବେଳେ, ସରପଞ୍ଚ, ସମିତି ସଭ୍ୟ, କାର୍ଯ୍ୟ ପତ୍ର ଧାରୀ, ମେଟ, ଗ୍ରାମ୍ୟ ସମ୍ବଳ ବ୍ୟକ୍ତି ଉପସ୍ଥିତ ଥିଲେ l 100 ଦିନର କାର୍ଯ୍ୟ 1239 ଟି ପରିବାର, 200 ଦିନର କାର୍ଯ୍ୟ 212 ଟି ପରିବାର, 300 ଦିନର କାର୍ଯ୍ୟ 68 ଟି ପରିବାର ସମ୍ପୂର୍ଣ କରିପାରିଛନ୍ତି l 300 ଦିନର କାର୍ଯ୍ୟ ଯୋଗାଇ ଦେବାପାଇଁ ଶ୍ରମିକ ମାନେ ଅଭିଯୋଗ କରିଥିଲେ l କେତେକ ସୂଚନା ଫଳକ ନ ହେବା, ସଠିକ ନଥି ପତ୍ର ନ ଥିବାରୁ ସାତ ଦିନ ମଧ୍ୟରେ ସମାଧାନ କରିବା ପାଇଁ ଉଚ୍ଚ କର୍ତୃପକ୍ଷ ନିଁର୍ଧେଶ ଦେଇଛନ୍ତି l ଶେଷରେ ବ୍ଲକ ଗୋଷ୍ଟି ଉନ୍ନୟନ ଅଧିକାରୀ ଶ୍ରୀ ଭୀଷ୍ମଦେବ ମାଝୀ ସମସ୍ତଙ୍କୁ ଧନ୍ୟବାଦ ଦେଇ ଖୁସିର ସହିତ ସଭା ସାଙ୍ଗ କରିଥିଲେ l

Leave a Reply

Your email address will not be published. Required fields are marked *