
ନବରଙ୍ଗପୁର:- ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଲାଲ ବାହାଦୂର ଉଚ୍ଚବିଦ୍ୟାଳୟ ଠାରେ ବ୍ଲକସ୍ତରୀୟ ଗୁରୁଦିବସ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସମ୍ପାଦକ ରତିକାନ୍ତ ପଣ୍ଡା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ କୋଷାଗୁମୁଡ଼ା ମଣ୍ଡଳ ଶିକ୍ଷାଧିକାରୀ ତଥା ଏହି ବ୍ଲକର ପୂର୍ବତନ ଶିକ୍ଷାଧିକାରୀ ସମରେନ୍ଦ୍ର ଭୌମିକ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡ଼େରେସନ ରାଜ୍ୟ ସଭାପତି ରମଣୀ ରଂଜନ ତ୍ରିପାଠୀ ମୁଖ୍ୟବକ୍ତା ଭାବେ ମଞ୍ଚାସୀନ ଥିଲେ।ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସଂଯୋଜକ ଜଗନ୍ନାଥ ମାଝୀ , ଜିଲ୍ଲା ମହିଳା ସଂଯୋଜିକା ପ୍ରତିମା କୁମାରୀ ଯାଦବ, ପୂର୍ବତନ ଶିକ୍ଷକ ଶିବ ପ୍ରସାଦ ପାତ୍ର, ମାଧବୀ ପରିଚ୍ଛା, ବାରୁଣୀ ପୂଜାରୀ, ପ୍ରଶାନ୍ତ କୁମାର ପଣ୍ଡା ପ୍ରମୁଖ ସମ୍ମାନୀତ ଅତିଥିଭାବେ ଯୋଗଦାନ କରିଥିଲେ। ଗୁରୁଦିବସ ପାଳନ ଅବସରରେ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯିବାସହ ସ୍ମୃତିଚାରଣ କରାଯାଇଥିଲା। ଗତ ଦିନରେ ସରକାରୀ ସେବାରୁ ଅବସର ନେଇଥିବା ବ୍ଲକ ଶିକ୍ଷକ ସଂଘ ସଭାପତି ସୁଦର୍ଶନ ମାଝୀ, ସଞ୍ଜୀବ କୁମାର ପଣ୍ଡା,ପୁଣ୍ୟମୟୀ ଉଝେ,ସୂତମ ଜାନୀ, ବିଜୟ କୁମାର ଦାସ,ଏ.ଏମ.ଏସ ଖୁରା ପ୍ରମୁଖ ଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା । ୰ ରମେଶ କୁମାର ପାଣିଗ୍ରାହୀଙ୍କ ଝିଅ ଉପଢୌକନ ଓ ମାନପତ୍ର ଗ୍ରହଣ କରିଥିଲେ । ରାଜେନ୍ଦ୍ର ପଣ୍ଡା ମଞ୍ଚ ପରିଚାଳନା କରିଥିବାବେଳେ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।