
ବାରିପଦା/ଉଦଳା : (କ:ବ୍ଯୁ) ତା୩୦\୦୮\୨୫ : ଉଦଳାସ୍ଥ ଉପ-ଜିଲ୍ଲା ପାଳଙ୍କ କାର୍ଯ୍ଯାଳୟ ଆଗଦେଇ କଚେରୀ ତଥା ଉଦଳା ବଜାର ଓ ଦୈନିକ କୃଷକ ବଜାର,ହାଟ ହାଇସ୍କୁଲ ଛକ ବସଷ୍ଟେଣ୍ଡ,ସ୍କୁଲ,କଲେଜ,ମେଡିକାଲ,ପେଟ୍ରୋଲ ପମ୍ପ ଭଳି ଅତ୍ଯାବଶ୍ଯକ ଆବଶ୍ଯକତା ଦୃଷ୍ଟିରୁ ସ୍ଥାନୀୟ ତଥା ଦୂରଦୂରାନ୍ତର ଲୋକମାନେ ଆବହମାନ କାଳରୁ ଏହି ସରକାରୀ ରାସ୍ତା କୁ ବହୁଳ ଭାବେ ସର୍ବଦା ବ୍ଯବହାର କରି ଉପକୃତ ହୋଇ ଆସୁଛନ୍ତି।
କିଛି ବର୍ଷ ପୂର୍ବରୁ ପ୍ରସାଶନ
ଉକ୍ତ ରାସ୍ତାକୁ ଅବରୋଧ କରି ଏକ ବଡ ଲୁହା ଗେଟ୍ ଲଗାଇବା ପରଠାରୁ ପାଦଚଲା ଲୋକ,ସାଇକେଲ ଓ ଦୁଇ ଚକିଆ ଜାନ ଗୁଡିକ ଯାତାୟତ କରୁଥିଲେ।ମାତ୍ର ଉପ ଜିଲ୍ଲା ପାଳଙ୍କ କାର୍ଯ୍ଯାଳୟ ଅପର ପାର୍ଶ୍ବରେ ଥିବା ସମ୍ମିଳନୀ କକ୍ଷରେ ଜନଶୁଣାଣୀ ହେଉଥିବାରୁ ଏହି ରାସ୍ତା ମାସକୁ ଥରେ ବନ୍ଦ ରଖାଯାଉଥିଲା।ପରବର୍ତ୍ତୀ ସମୟରେ ସେଠାରେ ଦୁର୍ଘଟଣା ଘଟିବାର ଆଶଙ୍କା ଦର୍ଶାଇ ଉକ୍ତ ବଡ ଲୁହା ଗେଟ୍ କୁ ଉଠାଇ ଦେଇ ଏକ ଗୋଟି ଘୁରୁଣୀ ଗେଟ୍ ବସାଇ ଥିଲେ।ଯଦ୍ବାରା କି ଲୋକ ଗତାଗତରେ ମନ୍ଥରତା ସୃଷ୍ଟି
ହେବା ସହିତ ସାଇକେଲ ଓ ଦୁଇ ଚକିଆ ଯାନ ଗୁଡିକୁ ଦୂର ରାସ୍ତା ବୁଲି କୋର୍ଟ କଚେରୀ କାର୍ଯନିମନ୍ତେ କଚେରୀ ପରିସରକୁ ଆସିବାକୁ ପଡିବାରୁ ଜନ ଅସନ୍ତୋଷ ବୃଦ୍ଧି ପାଇଥିଲା।
ସ୍ଥାନୀୟ ବିଧାୟକଙ୍କ ଉପସ୍ଥିତିରେ ଉପ-ଜିଲ୍ଲା ପାଳଙ୍କ ଆହ୍ବାନ ରେ ଅନୁଷ୍ଠିତ ବୈଠକର ନିଷ୍ପତି କ୍ରମେ ଉକ୍ତ ଘୁରୁଣି ଗେଟ୍ କୁ ଉଠାଇଦେଇ ପ୍ରାୟ୪(ଚାରି)ଫୁଟ୍ ଓସାର ରାସ୍ତା ରଖି ସମସ୍ତ ରାସ୍ତାକୁ
ଏପରି ଅବରୋଧ କରାଯାଇଛି ଯେ ରାସ୍ତାଟିର ପଶ୍ଚିମ ପଟରୁ ଆସିଥିବା ଦୁଇ ଗୋଟି ବ୍ଯସ୍ତବହୁଳ ରାସ୍ତା ମଧ୍ୟରୁ ଗୋଟିକରେ ଆଗରୁ ଆସୁଥିବା ଦୁଇ ଚକିଆ ଯାନ,ସାଇକେଲ ଓ ମଣିଷ ଆଦି ଦୃଶ୍ୟମାନ ହେଉଥିବାବେଳେ ଅନ୍ଯ ପଟରୁ ଆସିଥିବା ବ୍ଯସ୍ତବହୁଳ ରାସ୍ତାଟିରେ ସାମନା ଦୀଗରୁ ଆସୁଥିବା ପାଦଚଲା ମଣିଷ,ସାଇକେଲ,ଦୁଇଚକିଆ ଯାନ ଓ ଗୋରୁ,ଗାଈ,କୁକୁର ଆଦି ଦୃଶ୍ୟମାନ ହେଉନଥିବାରୁ ଉକ୍ତ ରାସ୍ତା ଅତିକ୍ରମ ସମୟରେ ନିଶ୍ଚିତ ଦୁର୍ଘଟଣା ର ସମ୍ଭାବନାକୁ ବହୁଗୁଣିତ କରୁଛି ସେହି ରାସ୍ତା ସଙ୍କୋଚନ ପାଇଁ ନିର୍ମାଣ କରାଯାଇଥିବା ଅଦୂରଦୃଷ୍ଟି ସମ୍ପର୍ଣ୍ଣ ପାଚେରୀ ବୋଲି ବୁଦ୍ଧିଜୀବୀ ମହଲରରେ ଚର୍ଚ୍ଚା ହେଉଅଛି।ଏଥିପାଇଁ ଉଦଳାରେ ଅନୁଷ୍ଠିତ ହେଉଥିବା ମାସିକିଆ ଜନଶୁଣାଣୀ କାର୍ଯ୍ୟ କ୍ରମକୁ ଉଦଳାସ୍ଥ ସନ୍ଧାନୀଗୃହକୁ ସ୍ଥାନାନ୍ତର କରାଯାଇ ଉପ-ଜିଲ୍ଲା ପାଳଙ୍କ କାର୍ଯ୍ଯାଳୟ ସାମନା ସର୍ବସା ଧାରରଣ ରାସ୍ତାକୁ ମୁକ୍ତ କରିଦେବା କୁ ସାଧାରଣ ରେ ଦାବୀହେଉଅଛି।
ତା ନହେଲେ ଆଗାମୀ ଦିନରେ ଏଥିପାଇଁ ତୀବ୍ର ଜନ ଆନ୍ଦୋଳନର ସୂତ୍ରପାତ ହେବାର ସାଧାରଣ ସୂତ୍ରରୁ ପ୍ରକାଶ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)