ସ୍ନାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତା

ରାୟଗଡ-ସୁରେନ୍ଦ୍ର କୁମାର ରଥ-ନିଖିଳ ଭାରତ ସ୍ନାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ରାୟଗଡ ପୌରପରିଷଦ ଦ୍ବାରା ସହର ମଧ୍ୟରେ ଥିବା ପ୍ରତ୍ୟେକ ସରକାରୀ ଓ ବେସରକାରୀ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ କନିଷ୍ଠ ଓ ବିରିଷ୍ଟ ଗ୍ରୁପ ଦ୍ବାରା ପ୍ରବନ୍ଧ, ବକ୍ତୃତା ଏବଂ ଚିତ୍ରାଙ୍କନ ପ୍ରତିଯୋଗିତା ପୌରପରିଷଦ କନ୍‌ଫ୍ରେନସ ହଲ, ଅଡିଟରିୟମ ଓ କୃଷ୍ଣଚନ୍ଦ୍ର ନଗର ଭବନ ଠାରେ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି ।
ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ସ୍ବଚ୍ଛତା ପ୍ରତି ପ୍ରତିବନ୍ଧକ, ନିଷ୍ଠା ଓ ଦେଶପ୍ରତି ନିଜର ଦାୟୀତ୍ବକୁ ନଜରରେ ରଖି ଏହି ପ୍ରତିଯୋଗିତା ଗୁଡିକ ଅନୁଷ୍ଠିତ କରାଯାଇ ପ୍ରଥମ ଦ୍ଵିତିୟ ଓ ତୃତିୟ ମନୋନିତ କରାଯାଇ ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ପ୍ରତିଯୋଗି ପ୍ରଶଂସା ପତ୍ର ପ୍ରଦାନ କରାଯିବ।

ଏହି ବର୍ଷ ନିଖିଳ ଭାରତ ସ୍ବାୟତ୍ତ ଶାସନ ଦିବସ, ଓଡିଶା ସରକାର ଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ତରଫରୁ ହେଇଥିବା ବିଜ୍ଞପ୍ତିକୁ ନଜରରେ ରଖି ରାୟଗଡ ପୌରପରିଷଦ ତରଫରୁ ଏହାକୁ ବହୁତ ଉଲ୍ଲାସର ସହ ପାଳନ କରିବାକୁ ପରିଷଦ ତରଫରୁ ପାଳନ କରିବାକୁ ଧାର୍ଯ୍ୟ ହୋଇଥିବା ନେଇ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ କୁମାର କୂଳଦୀପ କୁମାର ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *