“ହନୁମାନ ଚାଳିଶା ଓ ଛାତ୍ରଛାତ୍ରୀମାନଙ୍କୁ ଛତା, ପାଠ୍ୟ ଉପକରଣ ବଣ୍ଟନ।

ରାୟଗଡ଼ (ତପନ କାଡ୍ରାକା) ରବିବାର ରାୟଗଡ଼ ଜିଲ୍ଲା ଓ ବ୍ଲକ ହାଲୁଆ ପଞ୍ଚାୟତ ଅନ୍ତର୍ଗତ ଟିକରପଡା ଗାଁ ରେ ଅଣ ଆନୁଷ୍ଠାନିକ ଭାବେ ଏକ ସାମାଜିକ ସେବା କାର୍ଯ୍ୟ ଅନୁଷ୍ଠିତ ହୋଇ ଯାଇଛି। ସେବା ନିବୃତ ଶିକ୍ଷକ ଶ୍ରୀ ଜୟଦେବ ସିଠଙ୍କ ସାଧୁ ଉଦ୍ୟମରେ ତଥା ସେବା ନିବୃତ ଶିକ୍ଷକ ଶ୍ରୀ ତ୍ରିନାଥ ମହାରଣା,ଆନନ୍ଦ ଚନ୍ଦ୍ର ପଣ୍ଡା ଓ ସେ ପଞ୍ଚାୟତର ପୂର୍ବତନ ସାଧନ ସଂଯୋଜକ ତଥା ଶିକ୍ଷକ ଶ୍ରୀ ପ୍ରଦୀପ କୁମାର ତ୍ରିପାଠୀ ମହାଶୟ ମାନଙ୍କ ସହାୟତାରେ ଗ୍ରାମବାସୀଙ୍କୁ ହନୁମାନ ଚାଳିଶା ବଣ୍ଟନ କରାଯାଇଥିଲା। ବିଦ୍ୟାଳୟ ର ଛାତ୍ରଛାତ୍ରୀମାନଙ୍କୁ ସକ୍ରୀୟାତ୍ମକ ପଦ୍ଧତିରେ ଶିକ୍ଷଣ କାର୍ଯ୍ୟ କରିବା ସହ ଭଲ ମଣିଷ ହେବା, ପିତା ମାତା ଓ ଗୁରୁଜୀ, ଗୁରୁ ମାଆଙ୍କୁ ସମ୍ମାନ ଦେବା, ପରିଷ୍କାର ପରିଚ୍ଛନ୍ନ ରହିବା, ବରିଷ୍ଠଙ୍କୁ ଭକ୍ତି ଓ କନିଷ୍ଠ ମାନଙ୍କୁ ଆଦର କରିବା ,ଭଲ ପାଠ ପଢି ଦେଶସେବା କରିବା ପରାମର୍ଶ ପ୍ରଦାନ କରାଯାଇଥିଲା। ଗ୍ରାମବାସୀଙ୍କୁ ହନୁମାନ ଚାଳିଶା ପଠନର ଉପାଦେୟତା କହିବା ସହ ଆଧ୍ୟାତ୍ମିକ ଚିନ୍ତାଧାରାକୁ ଜାଗ୍ରତ କରିବା ଓ ସନାତନ ଧର୍ମର ସୁରକ୍ଷା ପାଇଁ ଲୋକଙ୍କୁ ସଚେତନ କରାଯାଇଥିଲା। ଭାରତୀୟ ସଂସ୍କୃତି ପରମ୍ପରା ରୀତିନୀତି ଅନୁସାରେ ଜୀବନ ଅତିବାହିତ କରିବାକୁ ପରାମର୍ଶ ପ୍ରଦାନ କରାଯାଇଥିଲା। ବାଡ଼ିରେ ତୁଳସୀ, ବେଲଗଛ ଲଗାଇ ପୂଜା କରିବା, ଅନ୍ଧବିଶ୍ୱାସ ଠାରୁ ଦୂରରେ ରହିବା, ଜଙ୍ଗଲ ନଷ୍ଟ ନକରିବା, ବାଡ଼ି ବଗିଚା ଓ ନିଜ ପରିବେଶରେ ଗଛ ଲଗାଇବା ଓ ସ୍ବଚ୍ଛ ରଖିବା,ଗୋ ସୁରକ୍ଷା କରିବା, ବର୍ଜ୍ୟ ପାନୀୟ ତ୍ୟାଗ କରିବା ଇତ୍ୟାଦି ସମାଜ ସୁଧାର ପାଇଁ ମନୋନିବେଶ ହେବା ସର୍ବୋପରି ରାଷ୍ଟର ଉନ୍ନତି ପାଇଁ ସତ୍ୟ, ଶୁଦ୍ଧ, ନ୍ୟାୟ,ଧର୍ମପଥରେ ଭାରତୀୟ ଭାବେ ଜୀବନ ସାର୍ଥକ କରିବା ଆଲୋଚନା ସହ ଭାରତମାତା କି ଜୟ ଧ୍ୱନି ଓ ଜୟ ଜଗନ୍ନାଥ,ଜୟ ଶ୍ରୀରାମ,ଜୟ ହନୁମାନ ଓ ହର ହର ମହାଦେବ,ବନ୍ଦ ମାତରଂ ଧ୍ବନିରେ ଗାଁ ପରିବେଶ ଅଭିମନ୍ତ୍ରିତ ହୋଇ ଉଠିଥିଲା। ବିଦ୍ୟାଳୟର ଆଦର୍ଶ କର୍ମତତ୍ପର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ରଶ୍ମିତା ହୋତା, ସହକାରୀ ଶିକ୍ଷକ ସଂଜୟ ବାବୁ ଆମୂଳଚୁଳ ବ୍ୟବସ୍ଥିତ ଢଙ୍ଗରେ ସହାୟତା ପ୍ରଦାନ କରି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ। ଗ୍ରାମବାସୀଙ୍କ ସହାୟତା ଓ ଗଣମାଧ୍ୟମ ବନ୍ଧୁ ମାନଙ୍କ ଆଗ୍ରହ ପ୍ରକାଶ କରିଛନ୍ତି। ଅତିଥି ଶିକ୍ଷକ ରବି ବାବୁ ଯିଏକି ଶିକ୍ଷିକା ମହାଶୟାଙ୍କ ଜୀବନ ରାସ୍ତାରେ ସାଥୀ ସେ ମହାଶୟ ଅନ୍ତେ ଧନ୍ୟବାଦ ପ୍ରଦାନ କରିବା ସହ କାର୍ଯ୍ୟକ୍ରମ ସମାପନ କରାଯାଇଥିଲା।

Leave a Reply

Your email address will not be published. Required fields are marked *