ଓଡ଼ିଶା ଅମଲା ସଂଘ ର ଜିଲ୍ଲା ଶାଖା କାର୍ଯ୍ୟକର୍ତ୍ତାଙ୍କ ପୁନର୍ଗଠନ

ନବରଙ୍ଗପୁର:( ) ଓଡ଼ିଶା ଅମଲା ସଂଘ ଆନୁକୂଲ୍ୟରେ, ନବରଙ୍ଗପୁର ଜିଲ୍ଲା ଶାଖା ର ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ତୃପ୍ତି ଲଜ୍ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ଅମଲା ସଂଘ ର ସଭାପତି ତଥା କୋରାପୁଟ ଜିଲ୍ଲା ଶାଖା ତଥା ରାଜ୍ୟ ଅତିରିକ୍ତ ସାଧାରଣ ସମ୍ପାଦକ ଶଶୀଭୂଷଣ ଦାଶ୍ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଅମଲା ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।, ଉକ୍ତ ବୈଠକ ରେ ଜିଲ୍ଲା ଅମଲା ସଂଘର ବରିଷ୍ଠ ସଭ୍ୟ ଏମ୍ ବାଲକ୍ରିଷ୍ଣା ରାଓ ସଭାପତିତ୍ବ କରିଥିଲାବେଳେ ଅନ୍ୟତମ ବରିଷ୍ଠ ସଦସ୍ୟ ସଞ୍ଜୟ କୁମାର ପଣ୍ଡା , ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ସମ୍ପାଦକ କାଳି ପ୍ରସାଦ ମିଶ୍ର, ଉପ ସଭାପତି ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ଅରୁଣ କୁମାର ରଥ, ବରିଷ୍ଠ ସଦସ୍ୟ, ସିଦ୍ଧେଶ୍ୱରି ବେନିଆ ଉପସଭାପତି ଓଡ଼ିଶା ଅମଲା ସଂଘ ମଞ୍ଚାସିନ ହୋଇ ମତବ୍ୟକ୍ତ କରିଥିଲେ । ନବରଙ୍ଗପୁର ଜିଲ୍ଲା ର ବିଭିନ୍ନ ବିଭାଗରେ କାର୍ଯ୍ୟରତ ଶତାଧିକ ଅମଲା ଉକ୍ତ ବୈଠକ ରେ ଯୋଗଦାନ କରିବା ସହିତ ନିଜ ନିଜର ମତ ପ୍ରକାଶ କରିଥିଲେ । କନିଷ୍ଠ ସହାୟକ ମାନଙ୍କର ପ୍ରବେଶିକା ଦରମା ହାର ଷଷ୍ଠ ବେତନ କମିଶନ ଅନୁଯାୟୀ ୪୨୦୦/- ଗ୍ରେଡ଼ ପେ ପ୍ରଦାନ ନିମନ୍ତେ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ସମସ୍ତ ଉପସ୍ଥିତ ଅମଲା ମତାମତ ପ୍ରଦାନ କରିଥିଲେ ଏହି ଅବସରରେ ବିଗତ ଦିନ ରେ କିଛି କୁ ଚକ୍ରାନ୍ତକାରି ଜିଲ୍ଲା ସ୍ତରୀୟ ଅମଲା ମାନଙ୍କ ପ୍ରତି କରିଥିବା କୁଠାରାଘାତ ବିଷୟ ଏବଂ ଗତ ସରକାର ଅମଲା ମାନଙ୍କର ନ୍ୟାର୍ଯ୍ୟ ଦାବି ପୁରଣ ନିମନ୍ତେ ପ୍ରତିଶୃତି ଦେଇ ପ୍ରତାରଣା କରିଥିବା ବିଷୟ କୁ ନେଇ ଗୃହରେ ଉଦବେଗ ସହ ଅସନ୍ତୋଷ ପ୍ରକାଶ କରାଯାଇଥିଲା। ଆସନ୍ତା ସେପ୍ଟେମ୍ବର ୧୪ ତାରିଖରେ ନବରଙ୍ଗପୁର ଠାରେ ଏକ ରାଜ୍ୟ ସ୍ତରୀୟ ସମ୍ମିଳନୀ କରିବା ନେଇ ଶ୍ରୀ ଦାଶ୍ ଦେଇଥିବା ପ୍ରସ୍ତାବରେ ଉପସ୍ଥିତ ସମସ୍ତ ସଭ୍ୟ ସଭ୍ୟା ସହମତ ପ୍ରକାଶ କରିଥିଲେ । ବୈଠକ ଶେଷରେ ସର୍ବସମ୍ମତି କ୍ରମେ ଜିଲ୍ଲା ଅମଲା ସଂଘର ଅଧ୍ୟକ୍ଷ ଭାବରେ ଏମ୍ ବାଳକୃଷ୍ଣ ରାଓ ଙ୍କୁ ମନୋନୀତ କରିଥିବା ବେଳେ ମୁଖ୍ୟ ଉପଦେଷ୍ଟା ଭାବରେ ସିଦ୍ଧେଶ୍ୱରି ବେନିଆ ସେହିପରି ଉପଦେଷ୍ଟା ଅଶୋକ ସୁଆର, ସଭାପତି ଅରୁଣ କୁମାର ରଥ , ଉପ ସଭାପତି ନୀଳାଚଳ ପଣ୍ଡା, ସମ୍ପାଦକ ଦିଲିପ୍ କୁମାର୍ ସାହୁ , କାର୍ଯ୍ୟକାରି ସଭାପତି ରଞ୍ଜିତ ଷଡ଼ଙ୍ଗୀ , ଯୁଗ୍ମ ସମ୍ପାଦକ ଭାବରେ ରାମ ପଣ୍ଡା ଏବଂ ଅନିତା ମହାରଣା , କୋଷାଧ୍ୟକ୍ଷ ବାଳକୃଷ୍ଣ ମିଶ୍ର, ସମୀକ୍ଷକ ପୁର୍ଣ୍ଣ ତନ୍ତି, ଗଣ ମାଧ୍ୟମ ସମ୍ପାଦକ ଦିପ୍ତି ରଞ୍ଜନ ମହାଙ୍କୁଡ , କାର୍ଯ୍ୟାଳୟ ସମ୍ପାଦକ ଫିଲିପ୍ ବାଗ, ସାଙ୍ଗଠନିକ ସମ୍ପାଦକ ହେମନ୍ତ ଗୈଡ ଙ୍କ ସମେତ ୩୨ ଜଣ ସଭ୍ୟା ସଭ୍ୟା ଙ୍କୁ କାର୍ଯ୍ୟକାରୀ ସଦସ୍ୟ ଭାବେ ନିର୍ବାଚିତ କରା ଯାଇଛି। ନୂତନ ଭାବରେ ଗଠିତ ଜିଲ୍ଲା କମିଟିକୁ ରାଜ୍ୟ ସଂଘ ସ୍ଵିକୃତି ଦେବା ନିମନ୍ତେ ମୁଖ୍ୟ ଅତିଥି ଶ୍ରୀ ଦାଶ୍ ସୁଚନା ଦେଇଥିଲେ। ପରିଶେଷରେ ଉକ୍ତ ବୈଠକର ସଭାପତି ଶ୍ରୀ ରାଓ ଉପସ୍ଥିତ ସମସ୍ତ ସଭ୍ୟ ସଭ୍ୟାଙ୍କୁ ଧନ୍ୟବାଦ ଜଣାଇ ସଭା ସାଙ୍ଗ କରିଥିଲେ।

Leave a Reply

Your email address will not be published. Required fields are marked *