ଥାଲେସେମିଆ ରୋଗୀମାନଙ୍କ ପାଇଁ ଲୋକସେବା ପକ୍ଷରୁ ରକ୍ତଦାନ ଶିବିର :୨୦ୟୁନିଟ ରକ୍ତ ସଂଗ୍ରହ

କଟକ ୧୭/୦୮– ସମାଜସେବୀ ସଂଗଠନ ଲୋକସେବା ପକ୍ଷରୁ କେନ୍ଦ୍ରୀୟ ରେଡକ୍ରସ ରକ୍ତ କେନ୍ଦ୍ରରେ ଥାଲାସେମିଆ ରୋଗୀମାନଙ୍କ ପାଇଁ ବିଶେଷ ରକ୍ତଦାନ ଶିବିର ଶୁକ୍ରବାର ଦିନ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରକ୍ତଦାନର ସଚେତନତା ସୃଷ୍ଟି ସହିତ ମୋଟ ୨୦ ୟୁନିଟ୍‌ ରକ୍ତ ସଂଗ୍ରହ କରାଗଲା, ଯାହା କଟକର ଥାଲାସେମିଆ ରୋଗୀମାନଙ୍କୁ ଜୀବନଦାନ ଦେବ।
ଥାଲାସେମିଆ ହେଉଛି ଏକ ଜନ୍ମଜାତ ରୋଗ, ଯାହାରେ ରୋଗୀଙ୍କ ଶରୀରରେ ସ୍ୱାଭାବିକ ଭାବରେ ରକ୍ତକଣିକା ଗଠନ ହୁଏନାହିଁ, ଫଳରେ ସେମାନଙ୍କୁ ପ୍ରତି ୨୦-୩୦ ଦିନରେ ନିୟମିତ ରକ୍ତଦାନର ଆବଶ୍ୟକତା ହୁଏ। ଏହି ଦୀର୍ଘକାଳୀନ ରୋଗରେ ପୀଡ଼ିତମାନେ ସାରାଜୀବନ ଏହି ସେବାରୁ ବଞ୍ଚିତ ହେବା ଚାଲିନଥାଏ, ତେଣୁ ସଚେତନ ରକ୍ତଦାନକାରୀମାନଙ୍କ ଅବଦାନ ଅତ୍ୟନ୍ତ ଜରୁରୀ।

ଏହି ଅବସରରେ ପ୍ରସିଦ୍ଧ ସମାଜସେବୀ ଡଃ ଏସ କେ କଲିମୁଲ୍ଲା ସମ୍ମାନିତ ଅତିଥିରୂପେ ଉପସ୍ଥିତ ହୋଇ ରକ୍ତଦାତାମାନଙ୍କୁ ପ୍ରେରଣା ଯୋଗାଇଥିଲେ। ସେ କହିଥିଲେ, “ରକ୍ତଦାନ ସବୁଠାରୁ ବଡ଼ ମାନବ ସେବା। ପ୍ରତ୍ୟେକ ମଣିଷଙ୍କୁ ଏହି ପବିତ୍ର କାର୍ଯ୍ୟରେ ଆଗୁଆଣ ହେବା ଉଚିତ, କାରଣ ଆପଣଙ୍କ ଦିଆ ଏକ ୟୁନିଟ୍‌ ରକ୍ତ କାହାର ଜୀବନକୁ ବଞ୍ଚାଇପାରେ।”

ସ୍ୱତନ୍ତ୍ର ଅତିଥି ଭାବେ ଡଃ ପ୍ରଶାନ୍ତ କୁମାର ଦାସ ଯୋଗଦେଇ କହିଥିଲେ ଗୋଟିଏ ୟୁନିଟ ରକ୍ତଦାନ ଦ୍ୱାରା ତିନିଜଣ ରୋଗୀଙ୍କ ଜୀବନ ବଂଚେଇବା ସବୁଠାରୁ ପୁଣ୍ୟ କାମ। ଆଜିର ଯୁବପିଢ଼ି ରକ୍ତଦାନ ନିମନ୍ତେ ସ୍ୱଇଚ୍ଛାରେ ଆଗେଇ ଆସିବା ସହ ଅନ୍ୟମାନଙ୍କୁ ପ୍ରେରଣା ଯୋଗାନ୍ତୁ।

କାର୍ଯ୍ୟକ୍ରମକୁ ସଫଳ କରିବାରେ ଲୋକସେବା କଟକର ସଦସ୍ୟ ଶୁଭ୍ରଜିତ ସ୍ୱାଇଁ, ଅବିନାଶ ଦାସ, ପ୍ରୀତବାସ ସାହୁ, ଅଭିଲିପ୍ସା ପ୍ରିୟଦର୍ଶିନୀ ଷଡ଼ଙ୍ଗୀ, ଜୟଶ୍ରୀ ସାହୁ ପ୍ରମୁଖଙ୍କ ସକ୍ରିୟ ଅଂଶଗ୍ରହଣ କରିଥିଲେ। ସମାଜସେବୀ ବିଶ୍ୱ ରଞ୍ଜନ ସାହୁ, ରାଜେଶ ନାୟକ ପ୍ରମୁଖ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ।

Leave a Reply

Your email address will not be published. Required fields are marked *