ପାରାଦୀପ : ପାରାଦୀପ ୭୯ ତମ ସ୍ବାଧିନତା ଦିବସ ସାରା ଦେଶ ପାଳନ କରୁଥିବା ବେଳେ ପାରାଦୀପ ଇଫକୋ ୟୁନିଟ୍ ପକ୍ଷରୁ ଏହି ସ୍ବାଧିନତା ଦିବସ ଟିକୁ ମହା ଆଡ଼ମ୍ବରରେ ପାଳନ କରାଯାଇ ଥିଲା l ଏଥିରେ ସ୍କୁଲ୍ ର ଛାତ୍ର ଛାତ୍ରୀ ମାନେ ପ୍ୟାରେଡ ରେ ଭାଗ ନେଇ ଥିବା ବେଳେ ସ୍ବାଧିନତା ଦିବସ ଉପଲକ୍ଷ କରାଯାଇ ଥିବା ଗ୍ୟାଲେରୀରେ ଅଭିଭାବକ ଓ ଇଫକୋ ୟୁନିଟ୍ ର ବହୁ ଏମ୍ପୋଇ ମାନଙ୍କର ଭିଡ଼ ପରିଲକ୍ଷିତ ହୋଇଥିଲା l ଏହି ସ୍ବାଧିନତା ଦିବସ ଉପଲକ୍ଷ ଇଫକୋ ୟୁନିଟ୍ ର ହେଡ଼ ପିକେ ମହାପାତ୍ର ଅଭିଭାଷଣରେ ସାରା ଦେଶ ୭୯ ତମ ସ୍ବାଧିନତା ଦିବସ ପାଳନ କରୁଥିବା କୁ ନେଇ ଗର୍ବିତ ମନେ କରୁଥିବା ବେଳେ ଇଫକୋ ୟୁନିଟ୍ ପକ୍ଷରୁ ସ୍ବାଧିନତା ଦିବସ ପାଳନ କରୁଥିବାରୁ ନିଜକୁ ଗର୍ବିତ ଅନୁଭବ କରିଥିଲେ l ଏଥିସହ ପାରାଦୀପ ବନ୍ଦର ତରଫରୁ ପାରାଦୀପ ଗୋପବନ୍ଧୁ ଷ୍ଟାଡିୟମ ରେ ୭୯ତମ ସ୍ଵାଧୀନତା ଦିବସ ମହାଆଡମ୍ବର ରେ ପାଳନ କରୁଥିବା ବେଳେ ପାରାଦୀପ ର ବିଭିନ୍ନ ସ୍କୁଲ୍ ର ଛାତ୍ର ଛାତ୍ରୀ ହାତରେ ପତକା ଧରି ପୁରା ଲାଇନରେ ପ୍ୟାରେଡ କରିଥିବା ବେଳେ, ବନ୍ଦର ର ସିଆଇଏସଏଫ ଯବାନ ପ୍ୟାରେଡ ରେ ଭାଗ ନେଇ ଥିବା ଦେଖିବାକୁ ମିଳିଛି l ଏହି ୭୯ତମ ସ୍ବାଧିନତା ଦିବସର ରେ ବନ୍ଦର ଅଧ୍ୟକ୍ଷ ପି ଏଲ ହରନାଥ ଯୋଗ ଦେଇ ଅଭିଭାଷଣ ଦେଇଥିବା ଦେଖିବାକୁ ମିଳିଥିଲା l ପାରାଦୀପ ରୁ ପୁରୁଷୋତ୍ତମ ଶତପଥୀ ଙ୍କ ରିପୋର୍ଟ