

ପାରାଦୀପ : ପାରାଦୀପ ସହର ରେ ବିଭିନ୍ନ ଗଳି କନ୍ଦିରେ ୭୯ ତମ ସ୍ବାଧିନତା ଦିବସ ପାଳନ କରାଯାଉ ଥିବା ବେଳେ ପାରାଦୀପ କାର୍ଯ୍ୟରତ ସାମ୍ବାଦିକ ସଙ୍ଘ ତରଫରୁ ବଡ ପଡ଼ିଆ ସ୍ଥିତ ସିନେମା ହଲ ନିକଟରେ ସଂଘର ସଭାପତି ଶଶାଙ୍କ ଶେଖର ଆଚାର୍ଯ୍ୟ ଙ୍କ ତାତ୍ୟା ବଧାନରେ ବହୁ ସାମ୍ବାଦିକ ଭାଈ ମାନେ ଯୋଗ ଦେଇ ୭୯ ତମ ସ୍ବାଧିନତା ଦିବସ ମହାସମାରୋହରେ ପାଳନ କରି ନିଜକୁ ଗର୍ବିତ ମନେ କରୁଥିବା ଦେଖିବାକୁ ମିଳିଥିଲା l ଏଥିସହ କଳିଙ୍ଗ ମହିଳା ଶକ୍ତି ସଭାନେତ୍ରୀ ମନୋରମା ଖଟୁଆ ଙ୍କ ନେତୃତ୍ ରେ ବହୁ ମହିଳା ମାନେ ଯୋଗ ଦେଇ ଜୟଦେବ ସଦନ ସମ୍ମୁଖରେ ୭୯ ତମ ସ୍ବାଧିନତା ଦିବସ ପାଳନ କରିଥିଲେ l ଖବର କାଗଜ ବିତରକ ସଂଘ୍ ତରଫରୁ ପାରାଦୀପ ଆଦର୍ଶ ଥାନା ନିକଟରେ ୭୯ତମ ସ୍ବାଧିନତା ଦିବସ ସଙ୍ଘର ସଭାପତି ପ୍ରଦିପ କୁମାର ଜେନା ଓ ସମସ୍ତ ବିତରକ ଭାଇ ମାନଙ୍କୁ ନେଇ ମହାଆଡମ୍ବର ରେ ସ୍ଵାଧୀନତା ଦିବସ ପାଳନ କରୁଥିବା ଦେଖିବାକୁ ମିଳିଥିଲା l ଓଡିଶା ସାମ୍ବାଦିକ ସଂଘ ପରିସରରେ ସଙ୍ଘ ରସଭାପତି କର୍ମସୋର୍ ସ୍ବାଇଁ ଙ୍କ ନେତୃତ୍ଵ ରେ ରେ ୭୯ ତମ ସ୍ବାଧିନତା ଦିବସ ମହା ଆଡ଼ମ୍ବରରେ ପାଳନ କରାଯାଇ ଥିଲା l ଏଥିସହ ପାରାଦୀପ ନବ ପ୍ରଭାତ ସ୍କୁଲ୍ ରେ କୁନି କୁନି ପିଲାମାନଙ୍କୁ ନେଇ ନବ ପ୍ରଭାତ ସ୍କୁଲ୍ ର ଶିକ୍ଷକ ଗୁରୁମା ସମସ୍ତେ ମିଳିତ ଭାବେ ନବ ପ୍ରଭାତ ସ୍କୁଲ୍ ରେ ୭୯ ତମ ସ୍ବାଧିନତା ଦିବସ ମହା ଆନନ୍ଦରେ ପାଳନ କରିଥିବା ଦେଖା ଯାଇଛି l ଏହି ସ୍ଵାଧୀନତା ଦିବସ ରେ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ଙ୍କ ନିର୍ଦ୍ଦେଶ ରେ ପାରାଦୀପ ଗୋପବନ୍ଧୁ ଷ୍ଟାଡିୟମ ରେ ମାହା ସମାରୋହର ପାଳନ କରିଥିବା ବେଳେ ଏଥିରେ ପାରାଦୀପ ର ବିଭିନ୍ନ ସ୍କୁଲ୍ ର ଛାତ୍ର ଛାତ୍ରୀ ଓ ଅଭିଭାବକଙ୍କ ମାନେ ଯୋଗ ଦେଇଥିବା ଦେଖା ଯାଇଛି l ଏହି ସ୍ବାଧିନତା ଦିବସ ରେ ପାରାଦୀପ ବନ୍ଦର ଅଧ୍ୟକ୍ଷଙ୍କ ପି ଏଲ ହର ଯୋଗଦେଇ ପତକା ଉତ୍ତଳନ କରିଥିଲେ l ଏଥିସହ ପାରାଦୀପ ଇଫକୋ ୟୁନିଟ୍ ପକ୍ଷରୁ ୭୯ତମ ସ୍ଵାଧୀନତା ଦିବସ ମହା ଆଡ଼ମ୍ବରରେ ପାଳନ କରାଯାଇ ଥିବା ବେଳେ ଇଫକୋ ୟୁନିଟ୍ ର ହେଡ ପିକେ ମହାପାତ୍ର ପତକା ଉତ୍ୟୋଳନ କରିବା ସହ ସମସ୍ତ ଅତିଥି,ଅଭିଭାବକ,ସ୍କୁଲ୍ ର ଛାତ୍ର ଛାତ୍ରୀ ମାନଙ୍କୁ ପ୍ରଶଂସା କରିଥିଲେ l