ଏବେ ବି ବିଜେଡି ପ୍ରୀତି ଛାଡି ନାହାଁନ୍ତି କେସିଙ୍ଗା ବ୍ଲକ ପ୍ରଶାସନ ଅଧିକାରୀ,ସାମ୍ବାଦିକ ଙ୍କ ସହ ବିଜେପି ଦଳୀୟ କର୍ମୀ ଙ୍କୁ ଉପେକ୍ଷା

କେସିଙ୍ଗା ତା 16.08.25
କଳାହାଣ୍ଡି ଜିଲ୍ଲା ର କେସିଙ୍ଗା ସହର ରେ ଗତକାଲି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଓ ସେ ପା ପାଣ୍ଠି ରୁ 62 ଲକ୍ଷ 20 ହଜାର ଟଙ୍କା ବିନିମୟରେ ନୂତନ କୋଠା ନିର୍ମାଣ ର ଉଦଘାଟନ କରାଯାଇଥିବା ବେଳେ କେସିଙ୍ଗା ସାମ୍ବାଦିକ ଙ୍କ ସହ ବିଜେପି ଦଳୀୟ କର୍ମୀ ମାନଙ୍କୁ ଉପେକ୍ଷା କରାଯାଇଥିଲା | ଏହି ଠୁ ଜଣା ପଡିଛି ଯେ କେସିଙ୍ଗା ବ୍ଲକ ପ୍ରଶାସନ ଅଧିକାରୀ ମାନଙ୍କ ବିଜେଡି ପ୍ରୀତି ସରକାର ବଦଳିବା ପରେ ମଧ୍ୟ ଯାଇ ନାହିଁ | ଆଜି ରାଜ୍ୟ ସରକାରଙ୍କ ଶିକ୍ଷାମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ କେସିଙ୍ଗା ବାଳିକା ବିଦ୍ୟାଳୟ ର ଏକ ନୂତନ ଭାବେ ନିର୍ମିତ କୋଠା ଗୃହ ଉଦ୍ଘାଟନ କରିବା ର କାର୍ଯ୍ୟକ୍ରମ ରହିଥିଲା ।ଶିକ୍ଷା ମନ୍ତ୍ରୀ ଙ୍କ ସରକାରୀ କାର୍ଯ୍ୟକ୍ରମ ଥିବା ଯୋଗୁଁ କେସିଙ୍ଗା ବ୍ଲକ୍ ଶିକ୍ଷାଧିକାରୀ ସେଠାରେ ଉପସ୍ଥିତ ଥିବା ବେଳେ କେସିଙ୍ଗା ଗୋଷ୍ଠୀ ଉନ୍ନୟନ ଅଧିକାରୀ ମଧ୍ୟ ସେଠାରେ ଉପସ୍ଥିତ ଥିଲେ ।ହେଲେ ସରକାରୀ କାର୍ଯ୍ୟକ୍ରମ ରେ ଦଳୀୟ କର୍ମୀ ଓ ସାମ୍ୱାଦିକ ଅଲୋଡା ହୋଇ ପଡ଼ିଥିଲେ । ହେଲେ କଣ ପାଇଁ ରାଜ୍ୟର ଶିକ୍ଷାମନ୍ତ୍ରୀ ଆସିବେ ଗୃହ ଉଦ୍ଘାଟନ କରିବେ ହେଲେ ସାମ୍ୱାଦିକ ଅଲୋଡା ,କାହା ଚାପର ବସ ବର୍ତ୍ତି ହୋଇ ନା ଜାଣି ଶୁଣି ନା କିଛି ଭିତିରି କଥା ଅଛିକି ଯାହା ଲୋକ ଲୋଚନ କୁ ଆସିଯିବାର ଭୟ ପାଇଁ ସାମ୍ୱାଦିକ ଙ୍କୁ ଖବର ଦିଆଗଲା ନାହିଁ ତାହା ବ୍ଲକ୍ ପ୍ରଶାସନ କୁ ଜଣା।
ଏହି ଘଟଣା ଦେଖିଲେ ନିଶ୍ଚୟ ଭାବେ ଗତ ବିଜେଡ଼ି ସରକାର ନବୀନ ବାବୁ ଯେମିତି ସାମ୍ୱାଦିକ ଙ୍କୁ ଲୋକ ସେବା ଭବନ ମନା କରିଥିଲେ କେସିଙ୍ଗା ବ୍ଲକ୍ ପ୍ରଶାସନ ମଧ୍ୟ ସେହି ନୀତି ଅବଲମ୍ବନ କରୁଥିବା ସାଧାରଣରେ ଚର୍ଚା ଜୋର୍ ଧରିଥିବା ବେଳେ ଆଗକୁ ବ୍ଲକ ପ୍ରଶାସନ ର ଏହି ଭଲି ଆଚରଣ ରହିଲେ ସମସ୍ତେ ସରକାରୀ କାର୍ଯ୍ୟକ୍ରମ କୁ ସାମ୍ବାଦିକ ମାନେ ବରଖାସ୍ତ କରିବା ର ସମ୍ଭାବନା ଦେଖାଦେଇଛି | ସାମ୍ୱାଦିକ ଙ୍କ ବ୍ୟତୀତ ଦଳୀୟ କର୍ମୀ ମଧ୍ୟ ଏହି ସରକାରୀ କାର୍ଯ୍ୟକ୍ରମ ରେ ଉପେକ୍ଷା ହେଲେ ,ତାହାକୁ ନେଇ ଦଳୀୟ କର୍ମୀ ଙ୍କ ମନରେ ଘୋର ଅସନ୍ତୋଷ ଦେଖାଯାଇଥିବା ବେଳେ କାହିଁକି ଏମିତି ହେଲା ତାହାର ଉତ୍ତର ଦେବ କିଏ ? ଯେଉଁ ଦଳର ସରକାର ଙ୍କ ମନ୍ତ୍ରୀ ଉଦ୍ଘାଟନ କଲେ ସେହି ଦଳ ର କର୍ମୀ ଙ୍କୁ ନ ଡାକି ବ୍ଲକ୍ ପ୍ରଶାସନ କି ବାର୍ତ୍ତା ଦେବାକୁ ଚାହୁଁଛି , ତାଙ୍କ ସହିତ ଥିଲେ କଳାହାଣ୍ଡି ସାଂସଦ ଶ୍ରୀମତୀ ମାଳବିକା ଦେବୀ ।

କେସିଙ୍ଗା ରୁ ପ୍ରୀତେଶ ପଟେଲ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *