ପୁରୀ ରେ ଅଭାବନୀୟ ଘଟଣା। ହୋଟେଲ ରୁମ୍ ଭିତରୁ ଦୁଇଜଣଙ୍କ ମୃତଦେହ ଉଦ୍ଧାର।

ପୁରୀ ,( ବଳରାମ ତ୍ରିପାଠି ରିପୋର୍ଟ): ପୁରୀ ରେ ଅଭାବନୀୟ ଘଟଣା।ହୋଟେଲ ରୁମ୍ ଭିତରୁ ଦୁଇଜଣଙ୍କ ମୃତଦେହ ଉଦ୍ଧାର। ପୁରୀ ପେଣ୍ଠକଟା ନିକଟରେ ଥିବା ଏକ ହୋଟେଲରୁ ଦୁଇଟି ମୃତଦେହ ଉଦ୍ଧାର କରିଛି ସମୁଦ୍ର କୂଳ ଥାନା ପୋଲିସ। ହୋଟେଲ ରୁମ୍ ର ପଙ୍ଖାରେ ଜଣେ ମହିଳା ଓ ପୁରୁଷ ଝୁଲିପଡିଥିବା ବେଳେ ସେମାନଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ। ମୃତକ ଦୁଇଜଣ ପଶ୍ଚିମବଙ୍ଗର କୁମରେଶ ଘୋଷ ଓ ମିତାଲି ଘୋଷ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। କେଉଁ କାରଣରୁ ସେମାନେ ଆତ୍ମହତ୍ୟା କଲେ ସେନେଇ ପୋଲିସ ତଦନ୍ତ କରୁଛି। ତେବେ ଗତ ୯ ତାରିଖରେ ଉଭୟେ ପୁରୀ ଆସି ପେଣ୍ଠକଟା ସ୍ଥିତ ଏକ ହୋଟେଲରେ ଅବସ୍ଥାନ କରିଥିଲେ। ପୁରୀ ଏସପି ପିନାକ ମିଶ୍ର ଙ୍କ ସୂଚନା ଅନୁଯାୟୀ , ଚକ୍ରତୀର୍ଥ ରୋଡ ଅଞ୍ଚଳ ରେ ଥିବା ଏକ ହୋଟେଲ ରେ ଏକ ରୁମ୍ ରେ ରହୁଥିବା 2 ଜଣ ଙ୍କୁ ହୋଟେଲ କର୍ମଚାରି ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଦୀର୍ଘ୍ ସମୟ ହେବ କୌଣସି ଉତ୍ତର ନ ମିଳିବା ରୁ ହୋଟେଲ ମ୍ୟାନେଜର ପୁରୀ ସି ବିଚ୍ ପୋଲିସ ଷ୍ଟେସନ କୁ ଖବର ଦେଇଥିଲେ। ପରେ ପୋଲିସ ଯାଇ ତଦନ୍ତ ଆରମ୍ଭ କରିଥିଲେ। ଆଇନ ଅନୁଯାୟୀ ଜଣେ ମାଜିଷ୍ଟ୍ରେଟ ଙ୍କୁ ଆମେ ଉକ୍ତ ସ୍ଥାନ କୁ ଡକାଇ ହୋଟେଲ ରୁମ୍ ର କବାଟ ଭଙ୍ଗା ଯାଇଥିଲା। ଆମ ପୋଲିସ ଟିମ୍ ରୁମ୍ ଭିତରେ ପ୍ରବେଶ କରିଥିଲେ। ତେବେ ରୁମ୍ ଭିତରେ ଜଣେ ଯୁବତୀ ଓ ଯୁବକ ଙ୍କ ମୃତ ଦେହ ପାଙ୍ଖାରେ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ସବୁ ନିୟମ କୁ ଅନୁସରଣ କରାଯାଇ ମୃତ ଦେହ କୁ ଆମେ ଜବତ କରିଥିଲୁ। ଫରେନସିକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ସ୍ଥାନରେ ଥିବା ସବୁ ପ୍ରମାଣ ଏକାଠି କରିଚି। ଦୁଇ ମୃତକ ପଶ୍ଚିମବଙ୍ଗ ପୂର୍ବ ବର୍ଦ୍ଧମାନ ଜିଲ୍ଲାର ବାସିନ୍ଦା ବୋଲି ଜଣାପଡିଛି। ଦୁଇ ମୃତକ ପାଖାପାଖି ଗ୍ରାମର ଗୋଟିଏ ଥାନା ଅଞ୍ଚଳର। ମୃତକ ଙ୍କ ସ୍ଥାନୀୟ ଥାନା କୁ ଯୋଗାଯୋଗ କରାଯାଇଛି। ମୃତକ ଙ୍କ ପରିବାର ଲୋକ ଙ୍କୁ ଏନେଇ ଅବଗତ କରାଯାଇଛି। ଯାହା ହୋଟେଲ ରୁ ସୂଚନା ମିଳିଚି ସେମାନେ ଗତ 9 ତାରିଖ ରେ ପୁରୀ ଆସିଥିଲେ। ଯେହେତୁ ଦୁଇ ଜଣଙ୍କ ମୃତ ଦେହ ପଙ୍ଖା ରେ ଝୁଲନ୍ତା ଅବସ୍ଥାରେ ମିଳିଚି ପ୍ରାଥମିକ ତଦନ୍ତ ରୁ ଜଣାପଡ଼ୁଛି ଏହା ଏକ ଆତ୍ମହତ୍ୟା ଘଟଣା। ତେବେ ପୋଲିସ ଶବ କୁ ପୋଷ୍ଟ ମଟମ ପାଇଁ ମେଡିକାଲ କୁ ପଠାଇଛି।

Leave a Reply

Your email address will not be published. Required fields are marked *