

ପୁରୀ : (ବଳରାମ ତ୍ରିପାଠି ରିପୋର୍ଟ): ପୁରୀ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ବାଲିସାହି ପ୍ରବେଶପଥର ଏକ ମନ୍ଦିର କାନ୍ଥରେ ଆତଙ୍କବାଦୀ ଆକ୍ରମଣ ନେଇ ଧମକପୂର୍ଣ୍ଣ ବାର୍ତ୍ତା । ‘ମନ୍ଦିର ଭାଙ୍ଗିବେ ଆତଙ୍କବାଦୀ । ଦୁଇଟି ସ୍ଥାନରେ କଡ଼ା ଚେତାବନୀ ଦେଇ ଏପରି କେହି କାନ୍ଥରେ ଲେଖିଛି। ଏହା ଭିତରେ ପିଏମ୍ ମୋଦିଙ୍କ ନାମ ମଧ୍ୟ ଲେଖାଯାଇଛି। ଶ୍ରୀମନ୍ଦିର ଦକ୍ଷିଣପାର୍ଶ୍ବ ପରିକ୍ରମା ମାର୍ଗରେଏହି ଧମକପୂର୍ଣ ଲେଖା ଦେଖିବାକୁ ମିଳିଛି।ବାଲିସାହି ପ୍ରବେଶ ପଥର ଠିକ୍ ତାହାଣ ପଟେ ଥିବା ବୁଢ଼ି ମା’ ଠାକୁରାଣୀଙ୍କ କାନ୍ଥରେ ଦୁଇଟି ସ୍ଥାନରେ କେହି ଅସାମାଜିକ ଏହି ଧମକପୂର୍ଣ୍ଣ ବାର୍ତ୍ତା ଦେଇଥିବା ସନ୍ଦେହ କରାଯାଉଛି। ଗୋଟିଏ ପାର୍ଶ୍ବରେ ‘ମନ୍ଦିର ଭାଙ୍ଗିବେ ଆତଙ୍କବାଦୀ ସାଙ୍ଗକୁ ଏକାଧିକ ଫୋନ୍ ନମ୍ବର ଓ ଏହା ପାର୍ଶ୍ବରେ ଫୋନ୍ କର ବୋଲି ଉଲ୍ଲେଖ ରହିଛି । କୁଳ ବୁଡ଼ିବ, ଆତଙ୍କବାଦୀ ପ୍ରଭୃତି ଲେଖାଯାଇଛି। ଏଠାରେ ଲାଗିଥିବା ଏକାଧିକ ଡେକୋରେଟିଭ୍ ଲାଇଟକୁ ମଧ୍ୟ ଦୁର୍ବୃର୍ତ୍ତ ଭାଙ୍ଗି ଦେଇଛନ୍ତି l