
Reporter:ସନ୍ତୋଷ ଦଳାଇ
Place:Jharigan
Date :13/8/25
Anchor_ ତେଲେଙ୍ଗାନା ଦୁର୍ଘଟଣା ରେ ମୃତ ତିନି ଓଡ଼ିଆ ଶ୍ରମିକଙ୍କ ପରିବାର ଙ୍କୁ କ୍ଷତି ପୁରଣ ଦାବିରେ ଶୀଘ୍ର 9 ଘଣ୍ଟା ଧରି ଚାଲିଥିବା ରାସ୍ତା ରୋକ ହଟିଲା। ମୃତକ ଙ୍କ ପରିବାର ପକ୍ଷରୁ ପ୍ରତ୍ୟେକ ପରିବାର ଙ୍କୁ 20 ଲକ୍ଷ ଟଙ୍କା କ୍ଷତି ପୁରଣ ଦାବିରେ ଆଜି ସକାଳ 11ଟା ରୁ ଆମ୍ବୁଲାନ୍ସ ଭିତରେ ଶବ ଥିବା ତିନିଟି ଆମ୍ବୁଲାନ୍ସ ରଖି ରାସ୍ତାରୋକ କରାଯାଇଥିଲା । ଏହି ଆନ୍ଦୋଳନ ରେ ଉଭୟ ବିଜେଡି ଓ କଂଗ୍ରେସ ଯୋଗ ଦେଇଥିଲେ ।
ପୂର୍ବତନ ସାଂସଦ ରମେଶ ମାଝୀ ଓ ପୂର୍ବତନ କଂଗ୍ରେସ ବିଧାୟକ ଭୁଜବଳ ମାଝି ମୃତକ ପରିବାରଙ୍କ ରାସ୍ତା ରୋକ ରେ ଯୋଗ ଦେଇଥିଲେ ସରକାର ଙ୍କ ଉପରେ ଚାପ ପକାଇ ଥିଲେ।
ଶେଷରେ ପ୍ରଶାସନ ତରଫରୁ ସରକାର ଙ୍କ ସହ ଆଲୋଚନା ପରେ ମୃତକ ଙ୍କ ପରିବାର ଙ୍କୁ ଅନୁକମ୍ପା ମୂଳକ ସହାୟତା ରାଶି ଘୋଷଣା କରାଯାଇଛି । ସରକାର ଙ୍କ ତରଫରୁ 2 ଲକ୍ଷ, ରେଡ କ୍ରସ ରୁ 10 ହଜାର, ରାଷ୍ଟ୍ରୀୟ ଶ୍ରମିକ ମୃତ୍ୟୁ କାଳୀନ ସହାୟତା ପାଣ୍ଠି ରୁ 20 ହଜାର ଓ ହରିଶ୍ଚନ୍ଦ୍ର ଯୋଜନା ରୁ 3 ହଜାର ଟଙ୍କା ସହାୟତା ରାଶି ଘୋଷଣା କଲେ ଏବଂ ଯୋଗ୍ୟତା ଭିତ୍ତି ରେ ଆବାସ ଗୃହ ଦିଆଯିବ ବୋଲି ନବରଙ୍ଗପୁର ଉପ ଜିଲ୍ଲାପାଳ ପ୍ରକାଶ ମିଶ୍ର କହିଥିଲେ । ଏହା ପରେ ଆନ୍ଦୋଳନକାରୀ ମାନେ ରାସ୍ତା ରୋକ ରୁ ହଟିଥିଲେ। ପରେ ରୀତିନୀତି ଅନୁସାରେ ଗାଁ ମଶାଣି ରେ ମୃତ ତିନି ଶ୍ରମିକ ଙ୍କ ଶବ ସତ୍କାର କରାଗଲା।