ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର କେସିଙ୍ଗା ଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ

କେସିଙ୍ଗା ,02.09.25

କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କେସିଙ୍ଗା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଜ୍ଞାନ ବିଜ୍ଞାନ ମେଳା ଉଦ୍ ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ କେସିଙ୍ଗା ବ୍ଲକର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ସମ୍ପତ୍ ଛୁରିଆ ଯୋଗ ଦେଇ ଶିଶୁ ମାନଙ୍କୁ ବିଜ୍ଞାନ ପ୍ରତି ଆକୃଷ୍ଟ ହୋଇ ବୈଜ୍ଞାନିକ ମୋନୋଭାବ ଜାଗ୍ରତ କରିବାକୁ କହିଥିଲେ । ପରିଚାଳନା ସମିତିର ସଭାପତି ଶ୍ରୀ ସିମାଞ୍ଚଲ ବୁଦ୍ଧିଆ ଓ ଉପ ସଭାପତି ଶ୍ରୀ ଘାସିରାମ ମହଲା
ଉପସ୍ଥିତ ଥିଲେ । ପ୍ରଧାନ ଆଚାର୍ଯ୍ୟ ଶ୍ରୀ ପ୍ରବୀଣ କୁମାର ବେହେରା ଆବଶ୍ୟକତା ହି ଉଦ୍ ଭାବନର ଜନନୀ ବୋଲି ମନ୍ତବ୍ୟ ରଖିଥିଲେ । ଗୁରୁମା ଶ୍ରୀମତୀ ସବିତା ମହାନ୍ତି ବିବରଣୀ ପଠନ କରିଥିଲେ ।
ଭଉଣୀ ବର୍ଷା ପ୍ରିୟଦର୍ଶିନୀ ଦାସ ଓ ଦେବେନ୍ଦ୍ର ସାହୁ ମଞ୍ଚ ପରିଚାଳନା କରି ଥିଲେ । ସମାରୋପ କାର୍ଯ୍ୟକ୍ରମରେ ପରିଚାଳନା ସମିତିର ସମ୍ପାଦକ ଶ୍ରୀ ଅଭୟ କୁମାର ଦେବତା ଉପସ୍ଥିତ ରହି କୃତି ଶିଶୁଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଏହି ଜ୍ଞାନ ବିଜ୍ଞାନ ମେଳାରେ ବିଭିନ୍ନ କାର୍ଯ୍ୟକ୍ରମ ଯଥା ବିଜ୍ଞାନ ପ୍ରକଳ୍ପ ,ପ୍ରଶ୍ନ ମଞ୍ଚ , ପତ୍ରବାଚନ,ବିଜ୍ଞାନ ଓ ଗଣିତ ପ୍ରୟୋଗ,କଥା କଥନ ,ମୂର୍ତ୍ତି କଳା ରେ ମୋଟ ୩୫୦ ଜଣ ଶିଶୁ ଅଂଶଗ୍ରହଣ କରି ଥିଲେ । ଗୁରୁମା ରାଜେଶ୍ୱରୀ ରଥ ଅତିଥି ମାନଙ୍କର ପରିଚୟ କରି ଥିବା ବେଳେ ଗୁରୁଜୀ ଶ୍ରୀ ରାଧୁ ବଗର୍ତ୍ତୀ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି କାର୍ଯ୍ୟ କ୍ରମ ରେ ସମସ୍ତ ଗୁରୁଜୀ ଗୁରୂମା ଓ ସେବକ ସେବିକା ସହଯୋଗ କରି ଥିଲେ ।

କେସିଙ୍ଗା ରୁ ପ୍ରୀତେଶ ପଟେଲ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *