
Dt. 05/08/2025
ରାଜଗାଙ୍ଗପୁର: ସୁନ୍ଦରଗଡ଼ ଜିଲ୍ଲା ମାଜିଷ୍ଟ୍ରେଟ୍ ଡକ୍ଟର ଶୁଭଙ୍କର ମହାପାତ୍ର ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମ ଥର ରାଜଗାଙ୍ଗପୁର ଗସ୍ତ ରେ ଆସିଲେ, ଓ ରାଜଗାଙ୍ଗପୁର ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ରାଜଗାଙ୍ଗପୁର ପୌରପାଳିକାର ପୌରାଧ୍ୟକ୍ଷା ଓ ଉପାଧ୍ୟକ୍ଷଙ୍କ ମଧ୍ୟରେ ଚାଲିଥିବା ବିବାଦ ବିଷୟରେ ପଚାରି ବୁଝିଥିଲେ। ଜିଲ୍ଲାପାଳ ଡକ୍ଟର ମହାପାତ୍ର, ପୌରାଧ୍ୟକ୍ଷା ମାଧୁରୀ ଲୁଗୁନ୍ ଏବଂ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ କିରଣ ବେହେରାଙ୍କ ସହ ବସି ଏହି ବିଷୟରେ ପଚାରି ବୁଝିଥିଲେ। ଏହା ପରେ, ସେ ଉପାଧ୍ୟକ୍ଷଙ୍କ ଏମଡି ଇରଫାନ ଏବଂ ବିଜେପି କାଉନସିଲରମାନଙ୍କ ସହିତ ପୃଥକ ଆଲୋଚନା ମଧ୍ୟ କରିଥିଲେ। ଜିଲ୍ଲାପାଳ କହିଛନ୍ତି ଯେ ପୌରାଧ୍ୟକ୍ଷ ଏବଂ ଉପାଧ୍ୟକ୍ଷକ ଙ୍କ ମଧ୍ୟରେ ଚାଲିଥିବା ବିବାଦର ସ୍ଥାୟୀ ସମାଧାନ କରାଯିବ, ଯାହା ପାଇଁ ରାଜଗାଙ୍ଗପୁର ପୌରପାଳିକାରେ ପୌରାଧ୍ୟକ୍ଷା , ଉପାଧ୍ୟକ୍ଷ ଏବଂ କାଉନସିଲରମାନଙ୍କ ସହିତ ଏକ ବୈଠକ କରାଯିବ ଓ ଏହି ସମ୍ପର୍କରେ, ଜିଲ୍ଲାପାଳ ଡକ୍ଟର ମହାପାତ୍ର ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ଉକ୍ତ ବିବାଦ ସମ୍ପର୍କରେ ପୌରପାଳିକା ବୈଠକରେ ଆଲୋଚନା ମାଧ୍ୟମରେ ଏହି ପ୍ରସଙ୍ଗର ସମାଧାନ କରାଯିବ। ଉପାଧ୍ୟକ୍ଷ ଏମଡି ଇରଫାନ, କାଉନସିଲର ଶ୍ୱେତା କୁମାରୀ, ସୁଜାତା ତିର୍କୀ ଏବଂ ସୁମନ ଶର୍ମା କିଛି କାଉନସିଲରଙ୍କ ଉପରେ ପୌରପାଳିକାର କାର୍ଯ୍ୟରେ ହସ୍ତକ୍ଷେପ କରୁଥିବା ଅଭିଯୋଗ ହେଉଛି ଯେ ପୌରପାଳିକାର ର କାର୍ଯ୍ୟନିର୍ବାହୀ ଅଧିକାରୀ କାଉନସିଲର ମାନଙ୍କ ଫୋନ୍ ଉଠାଉ ନାହାଁନ୍ତି ଓ ଝାରସୁଗୁଡାରୁ ଯିବା ଆସିବା କରୁଥିବାରୁ ସେ ଠିକ୍ ସମୟରେ କାର୍ଯ୍ୟାଳୟରେ ପହଞ୍ଚି ପାରୁନାହାଁନ୍ତି, ଯାହା ଫଳରେ ଉନ୍ନୟନମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ସେହିପରି ପୌରପାଳିକାର ସଫେଇ କାର୍ଯ୍ୟରେ ବାର୍ଷିକ ୩ କୋଟି ଟଙ୍କାର ଦୁର୍ନୀତି ଏବଂ ବାବାତାଲବର ସୌନ୍ଦର୍ଯ୍ୟକରଣରେ କୋଟି କୋଟି ଟଙ୍କାର ଦୁର୍ନୀତି ସମ୍ପର୍କରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରାଯାଇଛି।