
ବାରିପଦା-ଉଦଳା(କ:ବ୍ଯୁ) ତା୦୬\୦୮\୨୫ ରିଖରେ ରାଜ୍ଯ ବିଜୁଜନତା ଦଳ ସଭାପତି ମାନ୍ଯବର ନବୀନ ପଟ୍ଟନାୟକଙ୍କ ଦ୍ବାରା ମନୋନୀତ ହୋଇଥିବା ଉଦଳି,କପ୍ତିପଦା,ଗୋପବନ୍ଧୁ ନଗର,ଏବଂ ଉଦଳା ବିଞ୍ଯପିତ ଅଞ୍ଚଳ ପରିଷଦର ସଭିପତି ମାନଙ୍କୁ ବିଜୁଜନତା ଦଳ ପକ୍ଷରୁ ଭବ୍ଯ ସମ୍ବର୍ଦ୍ଧନା ଦିଆଗଲା।ଆଜି ଉଦଳା ଟାଉନସ୍ଥିତ ସ୍ନେହା-ତୁଳସୀ କଲ୍ଯାଣମଣ୍ଡପ ଠାରେ ପୂର୍ବତନ ବିଧାୟକ ଶ୍ରୀନାଥ ସୋରେନ୍ ଙ୍କ ସଭାପତିତ୍ବରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇ ଉଦଳା ବ୍ଳକ ସଭାପତି ଗୋବିନ୍ଦ ଚନ୍ଦ୍ର ନାୟକ,କପ୍ତିପଦା ବ୍ଳକ ସଭାପତି ପ୍ରଶାନ୍ତ ବେହେରା,ଗୋପବନ୍ଧୁ ନଗର ବ୍ଳକ ସଭାପତି ସତ୍ଯବାନ ଉପାଧ୍ଯାୟ,ଉଦଳା ବିଞ୍ଗ୍ଯପିତ ଅଞ୍ଚଳ ପରିଷଦର ସଭାପତି ସୌଭାଗ୍ଯ କୁମାର ସାହୁ ଏବଂ ସମସ୍ତ ପଞ୍ଚାୟତ ତଥା
ଉଦଳା ଟାଉନ୍ ର ସମସ୍ତ ୱାର୍ଡ ର ସଭପତି ମାନଙ୍କୁ ସମ୍ବର୍ଦ୍ଧିତ ଜରାଯିବା ସାଙ୍ଗକୁ ଦଳର ରାଜ୍ୟ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଥିଲେ।ଉକ୍ତ କାର୍ଯ୍ୟକ୍ରମରେ ଉଦଳାର ପୂର୍ବତନ ନଗରପାଳ ବରିଷ୍ଠ ନେତା ମନୋଜ ମହାନ୍ତି,ପୂର୍ବତନ କୃଷି,ଶୀଳ୍ପ ନିଗମର ଅଧ୍ଯକ୍ଷ ଦେବାଶିସ ମହାନ୍ତି,ପୂର୍ବତନ ଜିଲ୍ଲା କର୍ଯ୍ଯକାରୀ ସଭାପତି ଜିତେନ୍ଦ୍ର ମହାନ୍ତି,ଛାତ୍ରନେତା ସୁନୀଲ୍ ନାୟକ,ବରିଷ୍ଠ ନେତା ଅନୁପ କୁମାର ରାଉତ,ନରେନ୍ଦ୍ର ମୋହନ ରାଉତ,କପ୍ତିପଦା ବ୍ଳକ ଅଧ୍ଯକ୍ଷ କାହ୍ନୁ ଚରଣ ସୋରେନ୍,ଜିଲ୍ଲା ପରିଷଦ ସଭ୍ଯ ମକୁ ସିଂ,ସୁଶାନ୍ତି ସିଂ,ଲଳିତା ବିଶୋଇ,ଉର୍ମିଳା ସେଠୀ,ମହିଳା ନେତ୍ରୀ ବିଜୟା ବାରିକ ଏନ୍ ଏ ସି ର ସମସ୍ତ କାଉନସିଲର,ବରିଷ୍ଠ କର୍ମୀ
ବନମାଳୀବେହେରା,ପ୍ରେମଚାନ୍ଦ୍ ବିନ୍ଧାଣୀ,ଜୁବ ନେତା
ନୀଳମଧବ ପାତ୍ର ଏବଂ ବହୁ ତୁଙ୍ଗ ନେତା ମାନେ ଯୋଗ ଦାନ କରି ବିଜୁଜନତା ଦଳକୁ ତୃଣମୂଳ ସ୍ତରରୁ ଆହୁରି ସୁଦୃଢ କରିବା ନିମନ୍ତେ ମନ୍ତବ୍ଯ ମାନ ଦେଇଥିଲେ।ଆଜିର ସଭାକୁ ସରସ ସୁନ୍ଦର କରିବା ପାଇଁ ବରିଷ୍ଠ କର୍ମୀ ଶଶଧର ସ୍ବାଇଁ,ପ୍ରଦୀପ କୁମାର ପରିଡା,ନିଳାଦ୍ରୀ ବିହାରୀ ମହାନ୍ତି,କପ୍ତିପଦା ବ୍ଳକ ଯୁବ ନେତା ବିଣାକର ମହାପାତ୍ର,ଛାତ୍ରନେତା ବିଣାକରମହାପାତ୍ର,ଛାତ୍ରନେତା ଆଶିସ ଦାସ,ଡିକେନସ୍ ବେହେରା ମାନେ ସହଯୋଗ କରିଥିଲେ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)