ପବିତ୍ର ରକ୍ଷା ବନ୍ଧନ ଉପଲକ୍ଷେ ପୁରୀର ସ୍ୱର୍ଣ୍ନାଭ ବେଳାଭୂମିରେ ବିଶାଳ ରାକ୍ଷୀ ମଧ୍ୟରେ ମହାପ୍ରଭୁଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି

ପୁରୀ : ବାଲୁକାକଳାରେ ରାକ୍ଷୀ ପୂର୍ଣ୍ଣିମାର ଶୁଭେଚ୍ଛା । ପବିତ୍ର ରକ୍ଷା ବନ୍ଧନ ଉପଲକ୍ଷେ ପୁରୀର ସ୍ୱର୍ଣ୍ନାଭ ବେଳାଭୂମିରେ ବିଶାଳ ରାକ୍ଷୀ ମଧ୍ୟରେ ମହାପ୍ରଭୁଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି ପ୍ରଖ୍ୟାତ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ସୁଦର୍ଶନ ପୁରୀ ବେଳାଭୂମିରେ ପଦ୍ମଫୁଲ ମଧ୍ୟରେ ମହାପ୍ରଭୁଙ୍କ ମୁଖମଣ୍ଡଳ ଗଢି ରାକ୍ଷୀର ରୂପରେଖ ଦେଇଛନ୍ତି । ଏଥିସହ ପବିତ୍ର ରକ୍ଷା ବନ୍ଧନର ଶୁଭେଚ୍ଛା ଦେବାସହ ଜୟ ଜଗନ୍ନାଥ ବୋଲି ବାଲୁକାକଳାରେ ଲେଖିଛନ୍ତି ସୁଦର୍ଶନ।

Leave a Reply

Your email address will not be published. Required fields are marked *