ଜିଲ୍ଲାପାଳ ଙ୍କ ପାପଡାହାଣ୍ଡିର ବିଭିନ୍ନ ଅଞ୍ଚଳ ପରିଦର୍ଶନ

ନବରଙ୍ଗପୁର(ଅନିଲ ପ୍ରଭାତ ଭତ୍ରା)-ନବରଙ୍ଗପୁର ଜିଲ୍ଲାପାଳ ଡ଼.ମହେଶ୍ୱର ସ୍ୱାଇଁ ଶୁକ୍ରବାର ଅଚାନକ ପାପଡାହାଣ୍ଡି ସଦରକୁ ଗସ୍ତ କରିଥିଲେ | ଏହି ସମୟରେରେ ସେ ବ୍ଲକ କାର୍ଯ୍ୟାଳୟ, ସହିଦ ମିନାର, ନୀଳକଣ୍ଠେଶ୍ଵର ମନ୍ଦିର ଓ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଆଦି ପରିଦର୍ଶନ କରିଥିଲେ | ପାପଡାହାଣ୍ଡି ଗସ୍ତ ରେ ଆସି ପ୍ରଥମେ ବ୍ଲକ କାର୍ଯ୍ୟଳୟ ପହଁଚି ତଦାରଖ କରିଥିଲେ | ବ୍ଲକ କାର୍ଯ୍ୟଳୟ ରେ 10ଟା 10 ମନିଟରେ 4 ରୁ ପାଞ୍ଚ ଜଣ କର୍ମଚାରୀ ଉପସ୍ଥିତ ରହିଥିଲେ | ଏହା ଜାଣିବା ପରେ ଜିଲ୍ଲପାଳ ବିଗିଡ଼ିବା ସହ କାରଣ ଦର୍ଶାଅ ନୋଟିସ ମାଗିଥିଲେ | ଏହା ପରେ ଶହୀଦ ମିନାର ପରିଦର୍ଶନ କରିଥିଲେ | ଶହୀଦ ମିନାରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ | ଅଗଷ୍ଟ 24 ରେ ହେଉଥିବା ଶହୀଦ ଦିବସ ର ପ୍ରସ୍ତୁତି ନେଇ ବୁଝିଥିଲେ | ଏହା ପରେ ଐତିହାସିକ ନୀଳକଣ୍ଠେଶ୍ଵର ମନ୍ଦିର ଦର୍ଶନ କରିବା ସହ ପୂଜର୍ଚ୍ଚନା କରିଥିଲେ | ପୂଜକ ନୀଳକଣ୍ଠ ତ୍ରିପାଠୀ କୁ ମନ୍ଦିର ଐତୀହ୍ୟ ବିଷୟ ରେ ପଚାରି ବୁଝିଥିଲେ | ଏହା ପରେ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ପହଁଚି ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସା ଓ ପରିବେଶ ଅନୁଧ୍ୟାନ କରିଥିଲେ | ବିଭିନ୍ନ ୱାର୍ଡ ବୁଲି ଦେଖିଥିଲେ | ଏହି ଅବସର ରେ ବ୍ଲକ ଉପାଧକ୍ଷ ସୁଶାନ୍ତ କୁମାର ବେହେରା, ବିଡ଼ିଓ କପିଳଦେବ ସାହୁ, ଜିପିଓ ଅକ୍ଷୟ ପଟ୍ଟନାୟକ,କେସିୟର ମହେଶ୍ ଦାସ ଉପସ୍ଥିତ ରହିଥିଲେ

Leave a Reply

Your email address will not be published. Required fields are marked *