

ନବରଙ୍ଗପୁର(ଅନିଲ ପ୍ରଭାତ ଭତ୍ରା):- ସାହି ରାସ୍ତାରେ ଧାନ ରୋଇ ରାସ୍ତା ପାଇଁ ପ୍ରତିବାଦ କଲେ ଗ୍ରାମର ମହିଳା । ଦୀର୍ଘଦିନ ହୋଇ ଶୋଚନୀୟ ଭାବେ ପଡି ରହିଛି ଏହି ରାସ୍ତା । ବାରମ୍ବାର ଅଭିଯୋଗ ପରେ ମଧ୍ୟ ପ୍ରଶାସନ ଧ୍ୟାନ ନ ଦେବାରୁ ବାଧ୍ୟ ହୋଇ ଧାନ ରୋଇ ପ୍ରତିବାଦ ଜଣାଇଛନ୍ତି । କାଦୁଅ ରାସ୍ତା ଥିବାରୁ ଆମ୍ବୁଲାନ୍ସ ଯାଇ ପାରୁ ନ ଥିବାବେଳେ ଟ୍ରାକ୍ଟର କିମ୍ବା ଭାରରେ ବୁହା ହୋଉଛନ୍ତି ରୋଗୀ ବୋଲି ଗ୍ରାମବାସୀ କହିଛନ୍ତି । ସାହିରେ ଏକ ପକ୍କା ରାସ୍ତା ନିର୍ମାଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଗାଦବାକତ୍ରା ପଞ୍ଚାୟତ ଆଦିବାସୀଗୁଡା ଗ୍ରାମରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ ।ପ୍ରାୟ ୩୦ ବର୍ଷ ହେବ ବସତି ସ୍ଥାପନ ହୋଇଛି । କାଦୁଅ ଥିବାରୁ ଗ୍ରାମରେ ଯାଇ ପାରୁନି ଆମ୍ବୁଲାନ୍ସ । ବର୍ଷା ଋତୁ ଆସିଲେ ଗ୍ରାମବାସୀ ଙ୍କ ଦୁଃଖ ଅଧିକ ବଢିଯାଏ କାରଣ କାଦୁଅ ରାସ୍ତାରେ କେମିତି ଯିବେ ଏହା ଚିନ୍ତାରେ ରୁହନ୍ତି । ମେଡିକାଲ ନେବାକୁ ହେଲେ ଟ୍ରାକ୍ଟର କିମ୍ବା ଭାରରେ ବୁହା ହୋଉଥିବା କହିଛନ୍ତି । ରବିବାର ଦିନ ଗ୍ରାମର ଜଣେ ରୋଗୀଙ୍କୁ ଟ୍ରାକ୍ଟର ଯୋଗେ ମେଡିକାଲ ନେଇଥିବା କହିଛନ୍ତି ଗ୍ରାମବାସୀ। ମେଡିକାଲ ନେବାକୁ ଗୋଟିଏ କିମି ବୋହିକି ନେବାକୁ ପଡୁଛି ବୋଲି କହିଛନ୍ତି ଗ୍ରାମବାସୀ । ଏତେ ପରିମାଣରେ କାଦୁଅ ରହିଛି ଯେ ଚାଲିବା କଷ୍ଟ ହେଉଥିବା ବେଳେ ଯାନବାହାନ ଯିବା ସମ୍ଭବ ନାହିଁ । ଫଳରେ ଗ୍ରାମରେ ଆମ୍ବୁଲାନ୍ସ ଯିବା ସମ୍ଭବ ନାହିଁ । ଟ୍ରାକ୍ଟର ଯୋଗେ କିପରି ରୋଗୀଙ୍କୁ ଅଣା ଯାଇଛି । ଗର୍ଭବତୀ ହୋଉକି ଯେକୌଣସି ରୋଗରେ ପୀଡିତ ହେଲେ ମଧ୍ୟ ବୋହିକି ନେଇ ଗାଦବାକତ୍ରା ଆଣି ପରେ ମେଡିକାଲ ନେଉଛନ୍ତି । ଗ୍ରାମରୁ ସଦର ପଞ୍ଚାୟତ ଗାଦବାକୋତ୍ରା ଯିବାକୁ ଏକ କିମି ଦୂର ରହିଛି ଯାହାକି କାଦୁଅ ଭରା ରାସ୍ତା ଥିବାରୁ ଯିବାଆସିବା ବହୁତ କଷ୍ଟ ହୋଉଛନ୍ତି । ଛାତ୍ରଛାତ୍ରୀମାନେ ସ୍କୁଲ ଆସିବାକୁ ହେଲେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଉଛନ୍ତି । ସାହି ରାସ୍ତା ଅତି ଶୋଚନୀୟ ହୋଇ ପଡିରହିଛି ଫଳରେ ଧାନ ରୋଇ ପ୍ରତିବାଦ ଜଣାଇଛନ୍ତି । ଗ୍ରାମର ଦୁଃଖ ବୁଝିବାକୁ କୌଣସି ପ୍ରଶାସନିକ ଅଧିକାରୀଙ୍କ ପାଦ ପଡି ନାହିଁ । ଶୀଘ୍ର ପ୍ରଶାସନ ଏହି ଗାଁ ପ୍ରତି ଧ୍ୟାନ ଦେଇ ସାହିରେ ଏକ ପକ୍କା ରାସ୍ତା ନିର୍ମାଣ କରିବା ସହ ସଦର ପଞ୍ଚାୟତ ଯିବା ରାସ୍ତାକୁ ପିଚୁ ରାସ୍ତା ନିର୍ମାଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।