“ଉପଜିଲ୍ଲାପାଳଙ୍କ ପ୍ରତ୍ଯକ୍ଷ ହସ୍ତକ୍ଷେପରେ ଏନ୍ ଏ ସି କର୍ତ୍ତୃପକ୍ଷଙ୍କ ଲିଖିତ ପ୍ରତିଶୃତି ପରେ ଉଦଳା ହାଇସ୍କୁଲ ଛକ ବସଷ୍ଟେଣ୍ଡରେ ପୂର୍ବ ନିର୍ଦ୍ଧାରିତ ଯାତ୍ରୀପ୍ରତୀକ୍ଷାଳୟ ପୁନଃ ନିର୍ମାଣ ଦାବୀରେ ଧାରଣା ଓ ଆମରଣ ଅନସନ ସ୍ଥଗିତ”

ବାରିପଦା-ଉଦଳା(କ:ବ୍ଯୁ) ତା୨୮\୦୭\୨୫ ଗତ ତା୨୪\୦୬\୨୫ରୁ ମୟୂରଭଞ ଜିଲ୍ଲାପାଳଙ୍କ ନିକଟରେ ଉପସ୍ଥାପିତ “ଉଦଳା ହାଇସ୍କୁଲ ଛକ ବସଷ୍ଟେଣ୍ଡରେ ଭଙ୍ଗାଯାଇଥିବା ପୂର୍ବର ଯାତ୍ରୀ ପ୍ରତୀକ୍ଷାଳୟ ପୁନଃ ନିର୍ମାଣ ଦାବୀରେ ଧାରଣା ଓ ଆମରଣ ଅନସନ ସମ୍ବନ୍ଧୀୟ ଦାବୀପତ୍ର ଅନୁଯାୟୀ ଉଦଳା ଉପ ଜିଲ୍ଲା ପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ତା୨୭\୦୭\୨୫ରୁ ଅନୁଷ୍ଠିତ ହୋଇଥିବା ଧାରଣା ଓ ଆମରଣ ଅନସନ ସ୍ଥାନକୁ ଉପ-ଜିଲ୍ଲା ପାଳ ଓ ଏନ୍ ଏ ସି କାର୍ଯ୍ଯନିର୍ବାହୀ ଅଧିକାରୀ ଆସି ଧାରଣା ପ୍ରତ୍ଯହାର ର ଆଲୋଚନା କରିଥିଲେ। ଆଲୋଚନା ଅନୁଯାୟୀ ଏନ୍ ଏ ସି ଅଧିକାରୀ ଉଦଳା ହାଇସ୍କୁଲ ଛକ ବସଷ୍ଟେଣ୍ଡରେ ଯାତ୍ରୀପ୍ରତୀକ୍ଷାଳୟର ପୁନଃ ନିର୍ମାଣର ଲିଖିତ ପ୍ରତିଶୃତି ଦେବାରୁ ଅନୁଷ୍ଠିତ ଧାରଣା ଓ ଆମରଣ ଅନସନ ପ୍ରତ୍ଯାହାର କରାଗଲା
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *