
ବାରିପଦା,ଉଦଳା(କ:ବ୍ଯୁ) ତା୨୬\୦୭\୨୫
ରାଜ୍ୟସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ଆଞ୍ଝଳିକ ନିର୍ଦ୍ଦେଶକ ଙ୍କ ପତ୍ର ସଂଖ୍ୟା – ୨୬୪୬, ତା. – ୨୨.୦୭.୨୦୨୫ ଅନୁଯାୟୀ ଉଦଳା ମହାବିଦ୍ୟାଳୟରେ ପାଞ୍ଝୋଟି ବିଷୟରେ ସ୍ନାତକୋତର ଶ୍ରେଣୀ ଖୋଲିବାର ଅନୁମତି ପ୍ରାପ୍ତ ହୋଇଅଛି । ଏହି ବିଷୟ ଗୁଡିକ ହେଉଛି ବିଜ୍ଞାନ ସ୍ରୋତରେ – ପ୍ରାଣୀବିଜ୍ଞାନ, ରସାୟନ ବିଜ୍ଞାନ ଏବଂ କଳା ସ୍ତୋତରେ – ଶିକ୍ଷା, ଇଂରାଜୀ ଏବଂ ଓଡିଆ ବିଭାଗ । କପ୍ତିପଦା ଉପଖଣ୍ଡର ସର୍ବପୁରାତନ ଉଦଳା ମହାବିଦ୍ୟାଳୟରେ ସ୍ନାତକୋତର ଶ୍ରେଣୀ ଖୋଲିବା ଦ୍ୱାରା ଏହି ଅଞ୍ଝଳର ଅନେକ ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ଆଉ ଦୂରଦୂରାନ୍ତରକୁ ଯିବାକୁ ପଡିବ ନାହିଁ ଏବଂ ଆର୍ଥିକ ଖର୍ଚ୍ଚାନ୍ତରୁ ବଞ୍ଝି ପାରିବେ । ଏହି ଅବସରରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ଯତୀନ କୁମାର ମହାକୁଡ ସମସ୍ତ ଅଧ୍ୟାପକ ଏବଂ କର୍ମଚାରୀ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ, ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ମହାପାତ୍ର, ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ସୂରଜ, ଉଦଳା ବିଧାୟକ ଶ୍ରୀଯୁକ୍ତ ଭାସ୍କର ମଢେଇ, ଏବଂ ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ତଥା କପ୍ତିପଦା ଉପଜିଲ୍ଲାପାଳ ମହୋଦୟ ଙ୍କୁ କୃତଜ୍ଞତା ପ୍ରଦାନ କରିଛନ୍ତି । ଉଲ୍ଲେଖ ଥାଉକି ଏହି ସ୍ନାତକୋତର ଶ୍ରେଣୀରେ ନାମ ଲେଖାଇବାକୁ ଚାହୁଁଥିବା ଆଶାୟୀ ଶିକ୍ଷାର୍ଥୀ ମାନଙ୍କୁ ସାମସ୍ ମାଧ୍ୟମରେ ଆସିବାକୁ ହେବ ଏବଂ ଏଠାରେ ନାମ ଲେଖାଇବା ପାଇଁ ସର୍ବନିମ୍ନ ଦେୟ ଧାର୍ଯ୍ୟ କାରାଯାଇ ଅଛିବୋଲି ଅଧ୍ୟକ୍ଷ ସୂଚନା ଦେଇଛନ୍ତି।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)