ପଡ଼ିଆବାହାଲ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣୀ ଶିବିର ଅନୁଷ୍ଠିତ

ପାଟଣାଗତ-୧୪/୭(ସରୋଜ କୁମାର ସାହୁ) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ପଡ଼ିଆବାହାଲ ପଞ୍ଚାୟତ କାର୍ୟ୍ୟାଳୟରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ ଦେବରାଜ ପଧାନଙ୍କ ଅଧ୍ୟକ୍ଷତାରେ ଖପ୍ରାଖୋଲ ବିଡିଓ ବିବେକାନନ୍ଦ ଷଡ଼ଙ୍ଗୀ ଉପସ୍ଥିତ ରହି ସମସ୍ତଙ୍କ ଅଭିଯୋଗ ଶୁଣିଥିଲେ । ଏଥିରେ ମୋଟ୍ ୨୮ ଗୋଟି ଅଭିଯୋଗ ଦରଖାସ୍ତ ଦାଖଲ ହୋଇଥିବା ବେଳେ ସମସ୍ତ ବ୍ୟକ୍ତିଗତ ଅଭିଯୋଗ ହୋଇଥିଲା । ଅଭିଯୋଗ ମାନଙ୍କ ମଧ୍ୟରେ ରାସନ କାର୍ଡ ରେ ନାମ ସଂଯୋଗ କରିବା କୁ ନେଇଁ ମୁଖ୍ୟତଃ ଅଧିକ ଅଭିଯୋଗ ପତ୍ର ଦାଖଲ ହୋଇଥିଲା । ଭତ୍ତା ବାବଦକୁ ନେଇଁ ୨ ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିବା ସୂଚନା ମିଳିଛି । ଉକ୍ତ ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ବିଏସଏସଓ କନିଷ୍କ ବିଭାର, ଯୋଗାଣ ଅଧିକାରୀ ବିକାଶ ବାର୍ଲା, ଜିପିଡିଓ ପରମେଶ୍ୱର ନାଏକ, ସିଡ଼ିପିଓ ଅମିତା ପଣ୍ଡା, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁଦ୍ରଦେବ ଷଡ଼ଙ୍ଗୀଙ୍କ ସହ ସମସ୍ତ ବିଭାଗରୁ କିଛି ଜଣେ ଦୁଇ ଜଣ କର୍ମଚାରୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *