ନୟାଗଡ : ରାଜ୍ୟ ସରକାର ଖଣ୍ଡପଡା ଉପ କାରାଗାର କୁ ନୟାଗଡ ଜ଼ିଲ୍ଲା କାରାଗାର ରେ ମିଶାଇବା ପାଇଁ ବିଜ୍ଞପ୍ତି ବାହାରିଛି। ଉପ କାରାଗାର ସ୍ଥାନାନ୍ତରିତ କୁ ବିରୋଧ କରି ଖଣ୍ଡପଡା ଅଂଚଳ ର ବୁଦ୍ଧିଜୀବୀ, ସମାଜସେବୀ ଓ ସାମ୍ବାଦିକ ମାନେ ବିରୋଧ କରିଛନ୍ତି। 1938 ମସିହାରେ ଉପ କାରାଗାର। ଏହି କାରାଗାର ସହିତ ଦେଶ ସ୍ୱାଧୀନତା ର ସମ୍ପର୍କ ରହିଛି। କାରାଗାର କୁ ସ୍ଥାନାନ୍ତରିତ ନକରିବା ପାଇଁ ମୁଖ୍ୟମନ୍ତ୍ରୀ ଓ ଆଇନିମନ୍ତ୍ରୀ ଙ୍କ ଦୃଷ୍ଟି ଗୋଚର କରାଯିବ। ଖଣ୍ଡପଡା ହେଉଛି ଜ୍ୟୋତ୍ରିବିତ ପଠାଣି ସାମନ୍ତ ଙ୍କ ଜନ୍ମ ମାଟି। ପୂର୍ବରୁ ଖଣ୍ଡପଡା ର ADJ କୋର୍ଟ କୁ ନୟାଗଡ କୁ ସ୍ଥାନାନ୍ତରିତ କରାଯାଇଥିଲା। କୋର୍ଟ ଓ ଜେଲ ସ୍ଥାନାନ୍ତରିତ ନ ହେବାପାଇଁ ମୁଖ୍ୟମନ୍ତ୍ରୀ ଙ୍କ ଦୃଷ୍ଟି ଗୋଚର କରାଯିବ। ଏଭଳି ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଖଣ୍ଡପଡା ର ସମାଜସେବୀ।
ନୟାଗଡ ରୁ ବିଶ୍ୱନାଥ ଘଡେଇ ଙ୍କ ରିପୋର୍ଟ