
Dt.୧୧.୦୭.୨୦୨୫
ରିପୋର୍ଟ. ସନ୍ତୋଷ ଦଳାଇ ଙ୍କ ଉମରକୋଟ
ଉମରକୋଟ .୭୬ ତମ ବନ ମହୋସବ ସପ୍ତାହ ପାଳନ ଅବସରରେ ରେ ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କ ହସ୍ତ ରେ “ମା ପାଇଁ ଗଛ ଟିଏ” ଉଦେଶ୍ୟ ରେ ବୃକ୍ଷ ରୋପଣ କରିଛନ୍ତି। ଯଶସ୍ୱି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିବା ପରିବେଶ ସୁରକ୍ଷା ଉଦ୍ୟମର ଏକ ଅଂଶ, ଯାହାର ମୂଲ ଉଦ୍ଦେଶ୍ୟ ହେଉଛି ଭବିଷ୍ୟତ ପିଢ଼ି ପାଇଁ ଏକ ସ୍ୱଚ୍ଛ ଓ ସୁସ୍ଥ ପରିବେଶ ତିଆରି କରିବା। ପ୍ରତ୍ୟେକ ଲୋକ ନିଜ ମାଟି ମା’ ପାଇଁ ଗୋଟିଏ ଗୋଟିଏ ବୃକ୍ଷ ରୋପଣ କରି ସମାଜ ପାଇଁ ପ୍ରେରଣାଦାୟୀ ଦାୟିତ୍ୱ ସମ୍ପନ୍ନ କରିବା ଆବଶ୍ୟକ । ଫଳରେ ଆମ ମାଟି ଆମ ପରିବେଶ ପ୍ରଦୂଷଣମୁକ୍ତ ହେବା ସହ ଜୀବନ ଧାରଣର ମାର୍ଗ ପ୍ରଶସ୍ତ ଓ ସୁଦୂରପ୍ରସାରୀ ହୋଇପାରିବ । ପରିବେଶର ସୁରକ୍ଷା ଓ ସନ୍ତୁଳନ ପାଇଁ ବୃକ୍ଷର ଆବଶ୍ୟକତା ରହିଛି ବୋଲି ଆମେ ସମସ୍ତେ ବୁଝିଲେଣି । ଏହାକୁ ଅଧିକ କ୍ରିୟାଶୀଳ କରିବା ହେଉଛି “ମା’ ପାଇଁ ଗଛଟିଏ” କାର୍ଯ୍ୟକ୍ରମର ମୂଳ ଉଦ୍ଧେଶ୍ୟ ।ଏହି କାର୍ଯ୍ୟକ୍ରମ ରେ ଉମରକୋଟ ବନ ବିଭାଗ ରେଞ୍ଜର ଦେବସ୍ମିତା ସାହୁ, ଫୋରେଷ୍ଟର ସ୍ଥିତିପ୍ରଜ୍ଞା ତ୍ରିପାଠୀ, ଆକୁଳ ରାୟ, ବିନାୟକ ସୋରି, ପରେଷ୍ଟ ଗାର୍ଡ ମଧୁସ୍ମିତା ପାଢ଼ୀଙ୍କ ସମେତ ଅନ୍ୟ କର୍ମଚାରୀ ଙ୍କ ସହ ଭାଜପା ରାଜ୍ୟ ସମ୍ପାଦକ ରମେଶ ସାହୁ, ସାଂସଦ ପ୍ରତିନିଧି ରାମ ନାୟକ, ମନ୍ତ୍ରୀ ପ୍ରତିନିଧି ଅଶୋକ କୁମାର ପାଢୀ, ପ୍ରଦୀପ ମିଶ୍ର ସମେତ ବହୁ ଭାଜପା କର୍ମୀ ଉପସ୍ଥିତ ରହି ଗୋଟିଏ ଗୋଟିଏ ଗଛ ଲଗାଇ ଥିଲେ।