କେସିଙ୍ଗା ବିକାଶ ପଥରେ ସିଟିଜନ ଫୋରମ ର ପ୍ରୟାସ |

କେସିଙ୍ଗା,14.07.25

ଦୀର୍ଘ ୨୦୧୨ ମସିହାରୁ ସମ୍ପାଦନ କରୁଥିବା କେସିଙ୍ଗା ସିଟିଜନ ଫୋରମ୍ ପକ୍ଷରୁ ରବିବାର ଦିନ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇ ଫୋରମ୍ ପକ୍ଷରୁ ବିଗତ ଦିନରେ ନିଆଯାଇଥିବା ପଦକ୍ଷେପ ଓ ନିଷ୍ପତି ଏବଂ ଆଗକୁ କେସିଙ୍ଗା ଓ ଆଖପାଖ ଅଞ୍ଚଳ ପାଇଁ ଫୋରମ୍ କେଉଁ ସମସ୍ୟା କୁ ନେଇ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରିବ ସେହି ବିଷୟରେ ଗଣମାଧ୍ୟମ ସହିତ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରି ରଣନୀତି ପ୍ରସ୍ତୁତ କରିଛି । ୧୩ ବର୍ଷ ମଧ୍ୟରେ ଫୋରମ୍ ପକ୍ଷରୁ ପ୍ରଥମ ସାମ୍ବାଦିକ ସମ୍ମିଳନୀ ଫୋରମ୍ ସଭାପତି ଡାକ୍ତର ହେମ ସାଗର ସାହା ଙ୍କ ନେତୃତ୍ୱରେ ଗୋଟି ଗୋଟି କରି ଫୋରମ୍ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ବିଷୟରେ ସାମ୍ବାଦିକ ମାନଙ୍କୁ ଅବଗତ କରାଇଥିଲେ।କେସିଙ୍ଗା ବିଭିନ୍ନ ସମସ୍ୟା ଭିତରେ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ସି ଏଚ୍ ସି କୁ ମୁଖ୍ୟ କେନ୍ଦ୍ର କରିବା, ବ୍ଲଡ୍ ବ୍ଯାଙ୍କ ଖୋଲିବା ଓ ପରିସରେ ନୂତନ ନିର୍ମାଣ ,ଟ୍ରାଫିକ୍ ସମସ୍ୟା ଉପରେ ଚର୍ଚ୍ଚା ରେ କେସିଙ୍ଗା ବାଇପାସ୍ ଓ ଫୁଟ ଓଭର୍ ବ୍ରିଜ ନିର୍ମାଣ, ଚାଳିଶ ବର୍ଷ ରୁ ବନ୍ଦ ପଡିଥିବା କୋଣାର୍କ ସ୍ପିନିଙ୍ଗ ମିଲ୍ସ ର ପୁନଃଉଦ୍ଧାର, ରେଲୱ ଷ୍ଟେସନ ରେ ଥିବା ସମସ୍ୟା,କେସିଙ୍ଗା ରୁ ରାଜଧାନୀ ଭୁବନେଶ୍ଵର କୁ ସିଧାସଳଖ ଟ୍ରେନ,ଇସ୍ପାତ ଏକ୍ସପ୍ରେସ ସମ୍ପ୍ରସାରଣ,କେସିଙ୍ଗା ଏନ୍ ଏ ସି କୁ ମୁନିସିପାଲିଟି ରେ ପରିଣତ କରିବା,ଏମ୍ ଏସ୍ ଏମ୍ ଏମ୍ ଇ ପାର୍କ ବିଷୟ ରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା, ଫୋରମ୍ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ବିଷୟରେ କେତେ ତାରିଖ ରେ କେଉଁ ଅଧିକାରୀ ଓ ମନ୍ତ୍ରୀ ଙ୍କୁ ସାକ୍ଷାତ କରି ଆଲୋଚନା ସହିତ ଦାବୀ ଉପସ୍ଥାପନ କରାଯାଇଛି ସେ ବିଷୟରେ ସଭାପତି ଅବଗତ କରାଇଥିଲେ।ବିଗତ ଦିନରେ କିଛି ଦାବୀ ପୂରଣ ହୋଇଥିବା ବେଳେ କିଛି ଦାବୀ ଓ ଅନୁରୋଧ ସରକାରୀ ବିଚାରରେ ରହିଛି ଯାହା ଯଥା ଶୀଘ୍ର ସମାଧାନ ହେବ ବୋଲି ସଭାପତି ଉପସ୍ଥିତ ସାମ୍ବାଦିକ ମାନଙ୍କୁ ସୂଚନା ଦେଇ ଥିଲେ।ଉକ୍ତ ସାମ୍ବାଦିକ ସମ୍ମିଳନୀ ରେ ଅନ୍ୟ ମାନଙ୍କ ମଧ୍ୟରେ ଫୋରମ୍ ଉପ ସଭାପତି ବିନୟ ପ୍ରକାଶ ନାଏକ,ସମ୍ପାଦକ ବି ଚନ୍ଦ୍ର ଶେଖର ଆଚାରୀ,ସହ ସମ୍ପାଦକ ହେମନ୍ତ କୁମାର ବାଗ, ରଙ୍ଗ ଲାଲଜୈନ ପ୍ରମୁଖ ମଞ୍ଚାଷିନ ଥିବାବେଳେ ଫୋରମ୍ କୋଷାଧ୍ୟକ୍ଷ ରଞ୍ଜନ କୁମାର ପଣ୍ଡା,କେସିଙ୍ଗା ର ବୁଦ୍ଧିଜୀବୀ ଓ ସାମ୍ବାଦିକ ମହାସଂଘ ସଭାପତି ସୁଶାନ୍ତ କୁମାର ମହାପାତ୍ର ଏବଂ ଅଞ୍ଚଳର ଆଗଧାଡିର ସାମ୍ବାଦିକ ଙ୍କ ସମେତ ଫୋରମ୍ ର ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ।

କେସିଙ୍ଗା ରୁ ପ୍ରୀତେଶ ପଟେଲ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *