

ଚଣ୍ଡିଖୋଲ : ୨୮/୬(କବ୍ୟୂ) : ବଡଚଣା ବ୍ଲକ୍ ଅନ୍ତର୍ଗତ ଛତିଆ ସୋଲର ସ୍ଥିତ ଉଦାସ ଆଶ୍ରମରେ ପବିତ୍ର ଶ୍ରୀଗୁଣ୍ଡିଚା ଅବସରରେ ପ୍ରଭୂ ଶୂନ୍ୟବାସୀ ଙ୍କ ଷୋଡ଼ଶ ଉପଚାର ପୂଜା, ପ୍ରଭୂ ଚତୁର୍ଦ୍ଧା ମୂର୍ତ୍ତି ଙ୍କ ଷୋଡ଼ଶ ଉପଚାର ପୂଜା, ଓ ଗୁରୁ ଅଭିଷେକ ପୂଜା ପରେ ଆଶ୍ରମର ପିଠାଧିଶ ମହନ୍ତ ସ୍ଵାମୀ ଦିବ୍ୟାଲୋଚନ ମହାରାଜ ଙ୍କ ପୌରୋହିତ୍ୟରେ ବିଶ୍ଵ ଶାନ୍ତି ବ୍ରହ୍ମ ଏକାକ୍ଷର ମହାଯଜ୍ଞ ଅନୁଷ୍ଟିତ ହୋଇ ନବନିର୍ମିତ ଗୁରୁ ମନ୍ଦିର ର ରତ୍ନମୁଦ ଉତ୍ସବ ଅନୁଷ୍ଠିତ ହୋଇଥଲା। ଏହି କାର୍ଯ୍ୟ କ୍ରମରେ ସୋଲର, ନେଳିଆ, ବଇରୀ, ବନ୍ଦlଳ ପଂଚାୟତ ର ବହୁ ଭକ୍ତ ଙ୍କ ସହିତ ଶତାଧିକ ଉଦାସ ପନ୍ଥି ଭକ୍ତ ଯୋଗଦେଇ କାର୍ଯ୍ୟରେ ସହଯୋଗ କରିଥିଲେ। ସହକାରୀ ମହନ୍ତ ପଦ୍ମ ଲୋଚନ ବାବା ସମେତ ଖଗେଶ୍ବର ରଥ, ନୀଳମଣି ପଣ୍ଡା, ସୁଧାଂଶୁ ଶେଖର ନାୟକ, ହରିହର ସାମଲ, ପଦନ ସାହୁ, ଗୋପାଳ କୃଷ୍ଣ ପ୍ରଧାନ ପ୍ରମୁଖ ଉଦାସ ପନ୍ଥି ଭକ୍ତ ସୋଲର ଗ୍ରାମର ମାଧବା ନନ୍ଦ ମହାପାତ୍ର, ରମେଶ ଚନ୍ଦ୍ର ବିଶ୍ବାଳ, ଅକ୍ଷୟ କୁମାର ବିଶ୍ବାଳ ପ୍ରମୁଖ ଯୋଗଦେଇ ସହଯୋଗ କରିଥିଲେ।