

ଚଣ୍ଡିଖୋଲ,୨୧/୬(କବ୍ୟୂ) ଯାଜପୁର ଜିଲ୍ଲା ଅନ୍ତର୍ଗତ ନୂଆ ହାଟ ସ୍ଥିତ ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟ ପରିସର ରେ ଆନ୍ତର୍ଜାତିକ ଯୋଗ ଦିବସ ପରିପ୍ରେକ୍ଷୀରେ କ୍ରିଡ଼ା ବିଭାଗ ଓ ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ସାମୁହିକ ଯୋଗ ଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି, ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରଫେସର ପବିତ୍ର ମୋହନ ମାହାଲା ଏହି କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିବା ସହ ଆନ୍ତର୍ଜାତୀୟ ଯୋଗ ଦିବସ ତାପର୍ଯ୍ୟ କୁ ବିଶ୍ଳେଷଣ କରି ପ୍ରତ୍ୟେକ ମଣିଷ ଙ୍କ ବୈଦ୍ଧିକ ଓ ଶାରୀରିକ ଦକ୍ଷତା ର ବିକାଶ ପାଇଁ ଯୋଗ ର ଭୂମିକା ଅପରିହାର୍ଯ୍ୟ ତାହା ଦର୍ଶାଇ ଥିଲେ, କ୍ରୀଡା ସଂସଦ ର ସଂପାଦକ ଶମ୍ଭୁନାଥ ହେମ୍ବ୍ରମ ସ୍ଵାଗତ ଅଭିଭାଷଣ ରେ ଯୋଗ ର ମହତ୍ତ୍ଵ ଦର୍ଶାଇ ଛାତ୍ର ଛାତ୍ରୀ ଙ୍କ ଉଜ୍ବଳ ଭବିଷ୍ୟତ ପାଇଁ ଏହା ସୂଦୂର ପ୍ରସାରୀ ବୋଲି କହିଥିଲେ, କ୍ରିଡ଼ା ଶିକ୍ଷକ ଅଶୋକ କୁମାର ଖୁଣ୍ଟିଆ ଯୋଗାଭ୍ୟାସ ର ବିଭିନ୍ନ ଆସନ ପ୍ରଦର୍ଶନ କରିବା ସ୍ଥଳେ ତାଙ୍କ ସହିତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ, ଛାତ୍ର ଛାତ୍ରୀ ତଥା ଜାତୀୟ ସେବା ଯୋଜନା ର ସ୍ବୋଛାସେବୀ ମାନେ ଯୋଗାଭ୍ୟାସ ପ୍ରଦର୍ଶନ କରିଥିଲେ, ଏହି ପରିପ୍ରେକ୍ଷୀରେ ଆର୍ନ୍ତଜାତୀୟ ଯୋଗ ଦିବସର ଦଶ ବର୍ଷ ପୂତ୍ତୀ ଉପଲକ୍ଷେ ବୃକ୍ଷ ରୋପଣ କରାଯାଇଥିଲା, ଜାତୀୟ ସେବା ଯୋଜନା ର ସଂଯୋଜକ ଅଧ୍ୟାପକ କିଶୋର କୁମାର ସାହୁ, ସଂଯୋଜିକା ଅଧ୍ୟାପିକା ଗୀତାଞ୍ଜଳି ମହାନ୍ତି ଏହାକୁ ସହଯୋଗ କରିଥିଲେ, ଏହି କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ଅଧ୍ୟାପକ ନାରାୟଣ ଚନ୍ଦ୍ର ମୁଦୁଲି,ପ୍ରଦୀପ କୁମାର ବରାଳ,ଭାଗ୍ୟଧର ନାୟକ, ସଂଜିତ୍ କୁମାର ମହାନ୍ତି ଡ ସାମୁଏଲ ଲିମା ଅଶୋକକୁମାର ସାହୁ, ହରି ନାରାୟଣ ସାହୁ,ଦୀପକ କୁମାର ମିଶ୍ର,ଦୀପକ କୁମାର ଦାସ,ଗିରିଶ୍ କୁମାର ରାଉଳ,ସନ୍ତୋଷ କୁମାର ପୃଷ୍ଟି,ସତ୍ୟ ପ୍ରକାଶ ନାୟକ,ପ୍ରୀତମ୍ ମିଶ୍ର, ପୂର୍ଣ୍ଣଚନ୍ଦ୍ର ସାହୁ, ଅଧ୍ୟାପିକା ସରିତା ସେଠୀ, ନିରୁପମା ସ୍ବାଇଁ, ଶୁଭ ଶ୍ରୀ ସାହୁ,ଶଶ୍କିତା ପରିଡ଼ା, ହେମଲତା ସାହୁ, ପ୍ରସନ୍ନଜିତ୍ ସାମଲ, ଗିରିଧାରୀ ନାୟକ,ବିଶ୍ଵଜିତ୍ ମହାନ୍ତି, ସୁଷମା ବେହେରା, ବଗୁଲିବାରିକ ଏହି କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ, ପୂର୍ବାହ୍ନ ୬ଟା ୩୦ ମିନିଟ୍ ସମୟରେ ଛାତ୍ରଛାତ୍ରୀ ମାନେ ନିଜ ନିଜର ନାମ ପଞ୍ଜୀକରଣ କରିବା ପରେ ପୂର୍ବାହ୍ନ ସାତ ଘଟିକା ସମୟରେ ଯୋଗଭ୍ୟାସ ପ୍ରକିୟା ଆରମ୍ଭ ହୋଇ ସାତଟା ୪୫ ମିନିଟ୍ ସମୟରେ ଉଦ୍ ଯାପିତ ହୋଇଥିଲା।