ନବରଙ୍ଗପୁର ଠାରେ ରୋଗୀ କଲ୍ୟାଣ ସମିତି ର ପରିଚାଳନା ବୈଠକ

ନବରଙ୍ଗପୁର ତା ୨୬.୬.୨୦୨୫: ଆଜି ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରୋଗୀ କଲ୍ୟାଣ ସମିତିର ପରିଚାଳନା ପରିଷଦ ବୈଠକ ଲୋକସଭା ସାଂସଦ, ନବରଙ୍ଗପୁର ବଳଭଦ୍ର ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରୋଗୀଙ୍କ ସୁବିଧା ପାଇଁ ୨୦୨୫-୨୬ ବର୍ଷ ପାଇଁ ପଦକ୍ଷେପଗୁଡ଼ିକ ଉପରେ ଆଲୋଚନା କରାଯାଇଛି। ମାଗଣା ରୋଗ ନିର୍ଣ୍ଣୟ ସେବା, ମାଗଣା ଔଷଧ, ସିଟି ସ୍କାନ ସେବା, ଡାଏଲିସିସ୍ ସେବା ଇତ୍ୟାଦି ମାଗଣା ସେବା ବିଷୟରେ ଆଲୋଚନା କରାଯାଇଛି। ଏହି ବୈଠକରେ ସେବା, ସୌନ୍ଦର୍ଯ୍ୟକରଣ, ରୋଗୀଙ୍କ ସୁବିଧା ସମ୍ବନ୍ଧୀୟ ହସ୍ପିଟାଲର ବିକାଶ ଉପରେ ଆଲୋଚନା କରାଯାଇଛି। ୨୦୨୫-୨୬ ବର୍ଷ ପାଇଁ ଖର୍ଚ୍ଚ ହେବାକୁ ଥିବା ବଜେଟ୍ ଉପରେ ଆଲୋଚନା କରାଯାଇଛି। ସ୍ଵାସ୍ଥ୍ୟ ସେବା ସମ୍ଭନ୍ଧିୟ ବିଭିନ୍ନ ସମସ୍ୟା କୁ ବିଧାୟକ ଗଣ ଗୃହରେ ଉପସ୍ଥାପନ କରିଥିଲେ।
ବୈଠକରେ ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ, ଡ଼ା ବୁ ଗାଁ ବିଧାୟକ ମନୋହର ରଂଧାରି, ଝରି ଗାଁ ବିଧାୟକ ନରସିଂ ଭତରା,ଜିଲ୍ଲାପାଳ ଡକ୍ଟର ଶୁଭଙ୍କର ମହାପାତ୍ର, ଆରକ୍ଷୀ ଅଧିକ୍ଷକ ମାଡ କର ସନ୍ଦୀପ ସମ୍ପତ୍,ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀଙ୍କ ପ୍ରତିନିଧି ରମେଶ ଚନ୍ଦ୍ର ସାହୁ,ମୁଖ୍ୟ ଉନ୍ନୟନ ଅଧିକାରୀ,ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ ,ମୁଖ୍ୟ ଜିଲ୍ଲା ଚିକିତ୍ସା ଏବଂ ଜନସ୍ୱାସ୍ଥ୍ୟ ଅଧିକାରୀ, ନବରଙ୍ଗପୁର ଡକ୍ଟର ସନ୍ତୋଷ କୁମାର ପଣ୍ଡା, ଅଧୀକ୍ଷକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ , ଡାକ୍ତରଖାନା ପରିଚାଳକ, ଡିପିଏମ୍, ଜାତୀୟ ସ୍ୱାସ୍ଥ୍ୟ ମିଶନ, ନବରଙ୍ଗପୁର ଏବଂ ସମସ୍ତ ଲାଇନ ବିଭାଗ ଅଧିକାରୀ ଉପସ୍ଥିତ ଥିଲେ |

Leave a Reply

Your email address will not be published. Required fields are marked *