“ଜିଲ୍ଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ତମାଖୁ ମୁକ୍ତ ବିଦ୍ୟାଳୟ ସମ୍ପର୍କିତ ଏକ ଦିବସୀୟ ତାଲିମ କାର୍ଯକ୍ରମ ଅନୁଷ୍ଠିତ”

ବାରିପଦା(କ:ବ୍ଯୁ)ତା୨୩\୦୬\୨୫
ଆଜି ବାରିପଦା ଠାରେ ଜିଲ୍ଲା ମୂଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡା. କିଶୋର କୁମାର ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ତମାଖୁ ମୁକ୍ତ ବିଦ୍ୟାଳୟ ଲାଗି ଶିକ୍ଷକ ମାନଙ୍କ ନିମନ୍ତେ ଏକଦିବସୀୟ ତାଲିମ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ତରଫରୁ ତମାଖୁ, ଅନ୍ୟାନ୍ୟ ନିଶା ଦ୍ରବ୍ୟ ତଥା ଅପମିଶ୍ରିତ ଓ ବିଷାକ୍ତ ମାଦକ ଦ୍ରବ୍ୟ ବ୍ୟବହାରର କୁପରିଣାମ ସମ୍ବନ୍ଧରେ ଅବଗତ କରାଇ ଏହାର ବ୍ୟବହାରର କୁପ୍ରଭାବ ସ୍ୱରୂପ ନିଜେ ମାରାତ୍ମକ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ମୁଖରେ ପଡିବା ସହିତ ନିଜ ପରିବାରବର୍ଗଙ୍କୁ କିପରି ଏକ ଦୁଃଖଦ ଅନିଶ୍ଚିତ ଭବିଷ୍ୟତ ଆଡକୁ ଟାଣି ନେଇ ଯାଇଥାନ୍ତି ସେ ବିଷୟରେ ଶିକ୍ଷକ ମାନଙ୍କୁ ବିଭିନ୍ନ ପ୍ରକାର ସଚେତନଧର୍ମୀ ବାର୍ତ୍ତା ଜରିଆରେ ଅବଗତ କରାଇଥିଲେ ଏବଂ ଏହାକୁ ସମ୍ପୂର୍ଣ୍ଣ ଭାବେ ବର୍ଜନ କରିବା ପାଇଁ ନିବେଦନ କରିଥିଲେ। ଏହି ଅବସରରେ ଶିକ୍ଷକ ମାନେ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ କିପରି ତମାଖୁ ବ୍ୟବହାରର ଅପକାରିତା ବିଷୟରେ ବୁଝାଇବେ ଓ ନିଜ ବିଦ୍ୟାଳୟକୁ କିପରି ତମାଖୁ ମୁକ୍ତ ବିଦ୍ୟାଳୟ ରୂପେ ଗଢି ତୋଳିବେ ସେ ବିଷୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କିଶୋର କୁମାର ଆଚାର୍ଯ୍ୟ ଆଲୋକପାତ କରିଥିଲେ। ଏହି ତାଲିମ କାର୍ଯକ୍ରମରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ୫୦ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ଭାଗ ନେଇଥିଲେ। ଏହି ତାଲିମ କାର୍ଯକ୍ରମ ଆହୁରି ୩ ଦିନ ବ୍ୟାପି ଅନୁଷ୍ଠିତ ହେବା। ଏଥିରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରୁ ୧୭୨ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ଭାଗ ନେବେ। ଅନୁଷ୍ଠିତ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ସୁବାସ ଚନ୍ଦ୍ର ନାୟକ ଜିଲ୍ଲା ଅତିରିକ୍ତ ସ୍ବାସ୍ଥ୍ୟ ଅଧିକାରୀ ବିଜୟ କୁମାର ଦାସ, ଅତିରିକ୍ତ ସ୍ବାସ୍ଥ୍ୟ ଅଧିକାରୀ ଘାସିରାମ ମୁର୍ମୁ, ଅତିରିକ୍ତ ସ୍ବାସ୍ଥ୍ୟ ଅଧିକାରୀ ଶାନ୍ତନୁ ଦାସ, ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଅନିଲ କୁମାର ମହାନ୍ତି, ଜିଲ୍ଲା ଡ୍ରଗସ କଣ୍ଟ୍ରଲର ରୁଦ୍ର ନାରାୟଣ ସାହୁ,ଜିଲ୍ଲା ବିଜ୍ଞାନ ପରିଦର୍ଶକ ଜ୍ଞାନ ରଞ୍ଜନ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *