ଗାଇସିଲେଟ : ଗାଇସିଲେଟରେ ଆଜି ବିକାଶ ବାହାନ ରଥ ବାହାରିଲା lଓଡ଼ିଶାର ସ୍ଥାନେ ସ୍ଥାନେ ଆଜି ଡବଲ ଇଂଜିନ ସରକାରଙ୍କ ଦ୍ୱାରା ଶାସନ ପ୍ରଶାସନକୁ ନେଇ ଏକ ବିକାଶ ବାହାନ ରଥ କାର୍ଯ୍ୟକ୍ରମ ହୋଇଯାଇଛି l ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ କାର୍ଯ୍ୟକ୍ରମତି ଅନୁଷ୍ଠିତ ହୋଇଥିଲା l ସେଇ ଭିତରୁ ବରଗଡ଼ ଜିଲ୍ଲା ଗାଇସିଲଟ ବ୍ଲକ ର ଗାଇସିଲେଟ ଗ୍ରାମପଂଚାୟତରୁ ବିକାଶ ବାହାନ ରଥ ହରିବୋଲ ହୁଳହୁଳିରେ ଆନନ୍ଦର ସହିତ ବାହାରି ଯାଇଛି l ଏହି ଭବ୍ୟ ରଥ ଗଡ଼ିବା ପୂର୍ବରୁ ଗାଇସିଲେଟ ଗ୍ରାମ ପଂଚାୟତ ଠାର ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଠାରେ ଅଞ୍ଚଳର ସମସ୍ତ ବିଭାଗୀୟ କର୍ମଚାରୀ, ଓ ରାଜନୀତିଜ୍ଞ ସହିତ ଅଂଚଳର ପୁରୁଷ ଓ ମହିଳା ଯୋଗ ଦେଇଥିଲେ l ମଞ୍ଚରେ ବ୍ଲକ ଅଧ୍ୟକ୍ଷ ଶ୍ରୀ ପ୍ରଣୟ କୁମାର ସାହୁ, ବି. ଡି. ଓ. ଶ୍ରୀ ଲକ୍ଷ୍ମଣ ମାଝୀ ଜିଲ୍ଲା ପରିଷଦ ଜୋନ ଖ ଶ୍ରୀମତୀ ଝରଣା ପାଣିଗ୍ରାହୀ ସାଂସଦ ସଭ୍ୟ ଶ୍ରୀ ସଞ୍ଜୟ ପୁରୋହିତ ଓ ଶ୍ରୀ ଯୋଗେଶ୍ୱର ପଧାନଏ ବି ଡି ଓ ଶ୍ରୀ ଭୀଷ୍ମ ମାଝୀ, ଜି ପି ଇ ଓ ଶ୍ରୀ ପାଣ୍ଡଵ ନନ୍ଦ ଓ ଅଗ୍ନିଶମ ବିଭାଗୀୟ ଅଧିକାରୀ ସମେତ ଯୋଗ ଦେଇଥିଲେ l ଏହି ରଥଟି ଗାଇସିଲେଟରୁ ବାହାରି କୁଣ୍ଡାଖାଇ ଗ୍ରାମ ପଂଚାୟତ ପଟକୁ ଗଦି ଚାଲିବାର ଦୃଶ୍ୟମାନ ହେଲା l ଫକୀର ଦୀପଙ୍କ ରିପୋର୍ଟ l