ହୋଟେଲ ଏମ୍ପ୍ୟାୟର୍ସ ପକ୍ଷରୁ ରଜ ମହୋତ୍ସବ ଉଦଘାଟିତ l

ପାରାଦୀପ : ପାରାଦୀପ ହୋଟେଲ ଏମ୍ପାୟାର୍ସ ତରଫରୁ ମହାଆଡମ୍ବର ରେ ରଜ ମହୋତ୍ସବ ଉଦଘାଟିତ କରାଯାଇ ଅଛି l ସାରା ଓଡିଶାର ପରମ୍ପରା କୁ ବଜାୟ ରଖି ଗାଁ ଠୁ ସହର୍ ପର୍ଯ୍ୟନ୍ତ ପୁରପଲ୍ଲୀରେ ରଜ ମହୋତ୍ସବ ପାଳନ କରାଯାଉ ଥିବା ବେଳେ ପାରାଦୀପ ବହୁ ଚର୍ଚ୍ଚିତ ହୋଟେଲ୍ ଏମ୍ପାୟାର୍ସ ତରଫରୁ ଓଡ଼ିଶାର ଗର୍ବ ଓ ଗୌରବ କୁ ଉଜ୍ଜୀବିତ ରଖି ରଜ ମହୋତ୍ସବ ଖୁବ୍ ଧୁମ୍ ଧାମରେ ପାଳନ କରୁଥିବା ଦେଖା ଯାଉଛି l ଏହି ରଜ ମହୋତ୍ସବ ହୋଟେଲ୍ ସିନିୟର୍ ମର୍କେଟିଙ୍ଗିଂ ମ୍ୟାନେଜର ଏମ ଖାନ ଙ୍କ ତତ୍ୟା ବଧlନ ରେ ଚାଲିବାକୁ ଥିବା ବେଳେ ଏଥିରେ ହୋଟେଲ ଏମ୍ପ୍ୟାୟର୍ସ୍ ପକ୍ଷରୁ ବିଭିନ୍ନ ସୁସ୍ଵାଦୁ ପିଠା ମିଠା ପ୍ରସ୍ତୁତ କରାଯାଇ ଥିବା ବେଳେ ରଜର ପୋଡ଼ ପିଠା, ଆରିସା କାକରା, ମଣ୍ଡା, ଗୁପଚୁପ ର ମଜା ସାଙ୍ଗକୁ ରଜ ଦୋଳି ସହ ପାନ ମଧ୍ୟ ଭାଙ୍ଗି ଦେବାର ବେବାସ୍ତା କରାଯାଇଛି l ଏହା ୧୪,୧୫,୧୬, ତିନି ଦିନ ଧରି ଚାଲିବାକୁ ଥିବା ବେଳେ ଏଥି ଶହ ଗ୍ରାହକ ମାନଙ୍କ ମନ୍ ମୋହିବା ପାଇଁ ବିଭିନ୍ନ ପ୍ରକାର ଆୟୋଜନ ମଧ୍ୟ କରାଯାଇଛି l ଏହି ରଜ ମହୋତ୍ସବ ରେ ହୋଟେଲ୍ ର ସମସ୍ତ କର୍ମଚାରମାନଙ୍କୁ ନେଇ ହୋଟେଲ୍ ତରଫରୁ ଏଭଳି ଆୟୋଜନ କରାଯାଇ ଥିବା ଦେଖିବାକୁ ମିଳିଛି l ପାରାଦୀପ ରୁ ପୁରୁଷୋତ୍ତମ ଶତପଥୀ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *