ରମ୍ଭାରେ ୪୧ଟି ଵୀରପୁତ୍ର ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ରମ୍ଭା,ତା:୫/୬/୨୫:

(ମିଥୁନ ବାରିକ୍)

ଗଂଜାମ : ସ୍ଥାନୀୟ ରମ୍ଭା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଗୁରୁବାର ଦିନ ଉତ୍କଳ ସଂଗ୍ରାମୀ ସ୍ମାରକୀ ପୀଠ ଆନୁକୂଲ୍ୟରେ ୪୧ ଗୋଟି ଓଡ଼ିଶାର ବରପୁତ୍ରମାନଙ୍କ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ ଶୁଭ ଉନ୍ମୋଚନ ହୋଇଯାଇଛି ।ସ୍ୱାମୀ ଶଙ୍କରାନନ୍ଦ ଗିରି ମହାରାଜଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ପରିଚାଳିତ ହେବା ସହ ଏକ ମାଗାଜିନ ର ସଂଗ୍ରାମୀ ପୁସ୍ତକ ଉନ୍ମୋଚନ କରାଯାଇଥିଲା ।ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ପୂର୍ବରୁ ବେତାର ମାଧ୍ୟମରେ ପ୍ରଚାର ପ୍ରସାର ଯେଉଁ ଅନୁପାତରେ କରାଯାଇଥିଲା ଉନ୍ମୋଚନ ଦିନ ନିର୍ଦ୍ଧାର୍ଯ୍ୟ ସମୟସୀମା ପୂର୍ବରୁ ଦଳୀୟ କର୍ମୀଙ୍କ ଠାରୁ ଆରମ୍ଭ କରି ପ୍ରଶାସନ ସ୍ତରରେ ମଧ୍ୟ ସେହିପରି ସ୍ତରରେ ବୃଦ୍ଧି ଘଟିଥିଲା ।କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତର ବିଳମ୍ବ ଯୋଗୁଁ ଟାଇଁଟାଇଁ ଖରାକୁ ଅପେକ୍ଷାରତ ଦର୍ଶକ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀ ଓ ବିଭିନ୍ନ ପଂଚାୟତରୁ ମହିଳା ଗୋଷ୍ଠୀମାନଙ୍କୁ ଅଣାଯାଇ ବିଭିନ୍ନ ଦଳଗଞ୍ଜ ଭିତରେ ଘାଣ୍ଟି ହେଉଥିବା ବେଳେ ପ୍ରତିଶୃତି ରକ୍ଷା କରି ପାରିଲେ ନାହିଁ ବୋଲି ଗଣମାଧ୍ୟମ ନିକଟରେ ପ୍ରକାଶ କରିଛନ୍ତି ।ଅସ୍ଥାୟୀ ହ୍ୟାଲିପେଡରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ସ୍ୱତନ୍ତ୍ର କାରରେ ଗଞ୍ଜାମର ପାରମ୍ପାରିକ ବାଘନାଚ, ଯୋଡ଼ି ଶଙ୍ଖ,ସଂକୀର୍ତ୍ତନ ମଣ୍ଡଳୀ ,ଘଣ୍ଟମୃଦଙ୍ଗ ମାଧ୍ୟମରେ ବରପୁତ୍ର ସ୍ଥଳୀ ଓ ଫଳକ ନିକଟକୁ ପାଛୋଟି ଅଣାଯାଇ ମୁଖ୍ୟମନ୍ତ୍ରୀ ଶ୍ରୀଫଳ ଭାଙ୍ଗିବା ସହ ପୁରୋହିତ ପଣ୍ଡିତ ଶ୍ରୀ ଜଗନ୍ନାଥ ଦାଶ ଓ ସହଯୋଗୀମାନଙ୍କ ଦ୍ୱାରା ବେଦମନ୍ତ୍ର,ଧ୍ୱନି ଓ ହୁଳୁହୁଳି ମାଧ୍ୟମରେ ଫଳକ ଉନ୍ମୋଚନ କରାଯାଇଥିଲା ।ତତସହିତ ବରପୁତ୍ରମାନଙ୍କର ପ୍ରତିମୂର୍ତ୍ତିରେ ପୁଷ୍ପବର୍ଷା କରି ଉପସ୍ଥିତ ଦର୍ଶକମାନଙ୍କୁ ନିଜର ଅଭିଭାଷଣ ମାଧ୍ୟମରେ ରମ୍ଭାର ଐତିହାସିକ ତଥା ୧୯୦୨ ଓ ୧୯୦୩ ମସିହାରେ ରାଜପ୍ରାସାଦରେ ଓଡ଼ିଶାର ବରପୁତ୍ରମାନଙ୍କୁ ଏକାଠି କରି ଉତ୍କଳ ସମ୍ମିଳନୀର ବୈଠକ ସ୍ଥିରୀକୃତ ହୋଇଥିଲା ।ଏହାର ଇତିହାସ ଗାଥା ଉପରେ ଆଲୋକପାତ କରିଥିଲେ ।ଦଳର ବରିଷ୍ଠ ତଥା ପୂର୍ବତନ ଉପବାଚସ୍ପତି ବିଭିନ୍ନ ଅଭିଯୋଗ ପତ୍ର ଗ୍ରହଣ କରି ହୁମ୍ମା ସ୍ଥିତ ୧୮ଶହ ହେକ୍ଟର ଲୁଣ ଚାଷୀଙ୍କ ସମସ୍ୟା ପ୍ରସ୍ତାବିତ ବିମାନ ବନ୍ଦର ସ୍ଥାପିତ ଦୃଢ଼ୀଭୂତ କରିବା ସହିତ ଅନେକ ସମସ୍ୟା ଉପରେ ଆଲୋକପାତ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଖଣିଜ ,ପରିବହନ,ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା, ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ,ଶିଳ୍ପ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ,
ବ୍ରହ୍ମପୁର ସାଂସଦ ପ୍ରଦୀପ କୁମାର ପାଣିଗ୍ରାହୀ,ଆସିକା ସାଂସଦ ଅନିତା ଶୁଭଦର୍ଶିନୀ,ଓଡ଼ିଶା ବିଧାନସଭାର ପୂର୍ବତନ ଉପବାଚସ୍ପତି ଶ୍ରୀ ରାମଚନ୍ଦ୍ର ପଣ୍ଡା,
ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ,ଖଲ୍ଲିକୋଟ ବିଧାୟକ ପୂର୍ଣଚନ୍ଦ୍ର ସେଠୀ, ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର ,ବିଜେପି ଏସସି ମୋର୍ଚ୍ଚାର ରାଜ୍ୟ ସମ୍ପାଦକ କୀର୍ତ୍ତନ ଦାସ ସମେତ ଦଳର ବିଭିନ୍ନ ପଦପଦାଧିକାରୀ ଉପସ୍ଥିତ ରହିଥିଲେ ।କାର୍ଯ୍ୟକ୍ରମ ଅବ୍ୟବ୍ୟବହୃତ ପୂର୍ବରୁ ପୁରୀ ସ୍ୱାଭିମାନ ମଞ୍ଚ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *