ଛତ୍ରପୁର : ୧୪.୦୬.୨୫
(ମିଥୁନ ବାରିକ୍)
ଛତ୍ରପୁର : ଗଞ୍ଜାମ ବ୍ଲକ୍ ରେ ସାଂସଦ ପ୍ରତିନିଧି ପାଇଁ ବହୁ ଦିନ ଧରି ଲାଗି ରହିଥିଲା ବଳ କସ୍ତା କସ୍ତି । ବହୁ ଜଣ ମଧ୍ୟ ଆଗ୍ରହୀ ଥିଲେ ହେଲେ ସମସ୍ତ ଙ୍କୁ ପଛରେ ପକାଇ ରଞ୍ଜନ କୁମାର ତରେଇ ଙ୍କୁ ମନୋନୀତ କରାଯାଇଥିଲା । ସାଂସଦ ପ୍ରତିନିଧି ପାଇଁ ସାଧାରଣ ନିର୍ବାଚନକୁ ପୂରିଛି ଏକ ବର୍ଷ ହେଲେ ମଧ୍ୟ ମନୋନୀତ କରାଯାଇଥିଲା ଗତ କାଲି ବ୍ରହ୍ମପୁର ସାଂସଦ ପ୍ରଦୀପ କୁମାର ପାଣିଗ୍ରାହି କହିଛନ୍ତି କିଛି ଦିନ ପାଇଁ ଗଞ୍ଜାମ ବ୍ଲକ୍ ର ସାଂସଦ ପ୍ରତିନିଧି ପାଇଁ ଦାୟିତ୍ଵ ସ୍ଥଗିତ ରଖାଯାଇଛି । ବ୍ରହ୍ମପୁର ସାଂସଦ କହିଛନ୍ତି ଗଂଜାମ ବ୍ଲକ୍ ସାଂସଦ ପ୍ରତିନିଧି ପାଇଁ ପରବର୍ତ୍ତୀ ସମୟରେ ଆଲୋଚନା କରାଯିବ ବୋଲି ସୂଚନା ଦେଇଛନ୍ତି ।
ନିର୍ବାଚନ ପରଠାରୁ ସ୍ଥାନୀୟ ଅଞ୍ଚଳର ବହୁ ଯୁବକ ଏମ୍ପିଙ୍କ ପ୍ରତିନିଧି ଆଶାୟୀ ଥିବା ବେଳେ ରାମଗଡ଼ ପଞ୍ଚାୟତ ପ୍ରାୟଗି ଗ୍ରାମର ରଞ୍ଜନ କୁମାର ତରାଇ ବ୍ରହ୍ମପୁର ଲୋକ ସଭା ଏମ୍ପିଙ୍କ ଗଞ୍ଜାମ ବ୍ଲକ ପ୍ରତିନିଧି ମନୋନୀତ ହୋଇଥିଲେ । ତେଣୁ କିଛି ପଞ୍ଚାୟତ ର ଯୁବକ ମାନେ ଅଭିଯୋଗ କରିବାପରେ ଗଂଜାମ ବ୍ଲକ୍ ସାଂସଦ ପ୍ରତିନିଧି କୁ ସ୍ଥଗିତ ରଖିଛନ୍ତି ପରବର୍ତ୍ତୀ ସମୟରେ ମନୋନୀତ କରାଯିବ ବୋଲି ଗଣ ମାଧ୍ୟମ କୁ ସୂଚନା ଦେଇଛନ୍ତି ବ୍ରହ୍ମପୁର ସାଂସଦ ପ୍ରଦୀପ କୁମାର ପାଣିଗ୍ରାହି।