
ବାରିପଦା/ଉଦଳା : (କ:ବ୍ଯୁ)୦୧\୦୬\୨୫,ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ଉପଖଣ୍ଡସ୍ଥ ଉଦଳା ଏନ୍ ଏ ସି ଏକ ଆଦିବାସୀ ଅଧ୍ଯୁଷିତ ସହରାଞ୍ଚଳ ଅଟେ।ଏହି ବିଜ୍ଞପିତ ଅଞ୍ଚଳ ପରିଷଦ ୧୯୭୩ ମସିହାରେ ଘୋଷିତ ହୋଇଥିଲା।ମାତ୍ର ୧୯୭୩ମସିହା ର ବହୁବର୍ଷ ପୂର୍ବରୁ ବାରିପଦା ରୁ ଉଦଳା କୁ ବସ ଚଳାଚଳ କରୁଥିଲା।ଲୋକେ ବସ ଯୋଗେ ଉଦଳାରେ ଥିବା କଚେରୀ,ଡାକ୍ତରଖାନା, ଥାନା ଇତ୍ୟାଦିକୁ ଆସୁଥିଲେ।ମୟୂରଭଞ୍ଜ ଜିଲ୍ଲାରେ୧୯୪୯ ମସିହାରୁ ଉଦଳା ହାଇସ୍କୁଲ ଆରମ୍ଭ ହୋଇ ପିଲାମାନଙ୍କୁ ଶିକ୍ଷା ଦାନ କରି ଆସୁଅଛି ।ସେତେବେଳେଦୂରଦୂରାନ୍ତରୁ
ଅଭିଭାବକମାନେ ସେମାନଙ୍କ ପିଲାମାନଙ୍କୁ ଉଦଳା ହାଇସ୍କୁଲରେ ପାଠ ପଢେଇବା ଓ ହଷ୍ଟେଲରେ ରଖିବା ନିମନ୍ତେ ବସ ଯୋଗେ ଉଦଳାକୁ ଆସି ହାଇସ୍କୁଲ ଛକ ବସଷ୍ଟେଣ୍ଡ ରେ ଓହ୍ଲାଇ ହାଇସ୍କୁଲ କୁ ଯଉଥିଲେ।ଉଦଳା କପ୍ତିପଦା ଉପଖଂଡର ସଦର ମହକୁମ୍ମା ହୋଇ ଥିବାରୁ ସେଠାରେ ସରକାରୀ କୋର୍ଟ,କଚେରୀ ସମୁହ କାର୍ଯ୍ୟକ୍ଷମ ଥିବାବେଳେ ନାନା ସରକାରୀ,ବେସରକାରୀ କାର୍ଯାଳୟ,ବ୍ଯାଙ୍କ ମାନ କାର୍ଯ କରୁଅଛି।ଏତଦ୍ବ୍ୟତୀତ ଉଦଳା ସମସ୍ତ ପ୍ରକରର ବଡ ବଡ ଖୁଚୁରା ଓ ପାଇକାରୀ ବ୍ଯବସାୟର ଏକ ପେଣ୍ଠସ୍ଥଳୀ ଅଟେ।ଉଦଳାରୁ ଆନ୍ତ-ରାଜ୍ୟ ଓ ଆନ୍ତ -ଜିଲ୍ଲା ବସ ଚଳାଚଳ ବ୍ଯବସ୍ଥା ଉପଲବ୍ଧ ଥିବାବେଳେ ବହୁ ସଂଖ୍ୟକ ସ୍ଥାନୀୟ ବସ ସେବା ବଳବତ୍ତର ଅଛି।ଏଣୁ ଦୈନିକ ହଜାର ହଜାର ସଂଖ୍ୟକ ଯାତ୍ରୀ କାର୍ଯ ନିମନ୍ତେ ଉଦଳା ସହରକୁ ଯା ଆସ କରିଥାନ୍ତି।ଉଦଳା ହାଇସ୍କୁଲ ଛକ ବସଷ୍ଟେଣ୍ଡ ଟି ଉଦଳା ପ୍ରବେଶଦ୍ବାରରେ ଥିବାରୁ ଓ ଜନ ବସତିକୁ ନିକଟତର ହେଉଥିବା ଦୃଷ୍ଟି ରୁ ଅଧିକ ଲୋକ ଏହି ବସଷ୍ଟେଣ୍ଡକୁ ବ୍ଯବହାର କରିଥାନ୍ତି ।ରାତ୍ରି ସମୟରେ ମଧ୍ଯ ଯାତ୍ରୀମାନେ ଜାତାୟତ କରିଥାନ୍ତି।ଖରା, ବର୍ଷା,ଶୀତରୁ ଯାତ୍ରୀ ମାନେ ରକ୍ଷା ପାଇବା ତଥା ରୋଗୀ,ଦିବ୍ଯାଙ୍ଗ ଓ ଗର୍ଭବତୀ ବସଯାତ୍ରୀ ମାନଙ୍କ ନିରାପତ୍ତା ପାଇଁ ଉଦଳା (I.T.D
A) ତରଫରୁ ଏକ ଯାତ୍ରୀ ପ୍ରତୀକ୍ଷାଳୟ ନିର୍ମାଣ କରିଦେଇଥିଲେ।ହେଲେ ୨୦୧୪ ରେ ରାସ୍ତା ପ୍ରସସ୍ତିକରଣ ନାମରେ ଉଦଳା ପ୍ରଶାସନ ଉଦଳା ଏନ୍ ଏ ସି କର୍ତ୍ତୃପକ୍ଷଙ୍କୁ ସଙ୍ଗରେ ନେଇ ରାସ୍ତା ପାର୍ଶ୍ବର ଅନେକ ଦୋକାନ ଗୃହ ସହିତ ଉଦଳାର ସର୍ବପୁରାତନ ଓ ବହୁଳ ବ୍ୟବହୃତ ବସଷ୍ଟେଣ୍ଡରେ ସରକାରଙ୍କ ଦ୍ବାରା ନିର୍ମିତ ଏକମାତ୍ର ପକ୍କା ଯାତ୍ରୀ ପ୍ରତୀକ୍ଷାଳୟକୁ ମଧ୍ଯ ଭାଙ୍ଗି ଦେଇ ଉଦଳା ହାଇସ୍କୁଲ ଛକ ବସଷ୍ଟେଣ୍ଡ କୁ ଯାତ୍ରୀ ପ୍ରତୀକ୍ଷାଳୟ ଶୂନ୍ଯ କରିଦେଇଥିଲେ । ଦୁଃଖ ଓ ପରିତାପର ବିଷୟ ଯେ ଯେଉଁ ଦୋକାନୀମାନେ ଜୀବିକା ହରାଇଥିଲେ ସେମାନଙ୍କ ମଧ୍ଯରୁ କେତେକଙ୍କୁ ପ୍ରାୟ ୧୦ବର୍ଷ ପରେ ଉଦଳା ବଜାରରେ ଗଣେଶ ମାର୍କେଟ କମ୍ପ୍ଲେକ୍ସ
ନିର୍ମାଣ କରି ଥଇଥାନ କରାଯାଇ ଥିବାବେଳେ ଭଙ୍ଗାଯାଇଥିବା ଉଦଳା ହାଇସ୍କୁଲ ଛକ ବସଷ୍ଟେଣ୍ଡର ଯାତ୍ରୀ ପ୍ରତୀକ୍ଷାଳୟକୁ ବହୁ ଆବେଦନ ନିବେଦନ ଓ ପୃଷ୍ଠା ମଣ୍ଡନ ସତ୍ତ୍ବେ ବି ସରକାର କର୍ଣପାତ କରୁନଥିବା ସାଧାରଣ ସୂତ୍ରରୁ ପ୍ରକାଶ।ଆଗାମୀ ବର୍ଷା ଋତୁ ପୂର୍ବରୁ ଉକ୍ତ ଭଙ୍ଗାଯାଇଥିବା ଉଦଳା ହାଇସ୍କୁଲ ଛକ ବସଷ୍ଟେଣ୍ଡର ଯାତ୍ରୀ ପ୍ରତୀକ୍ଷାଳୟ ନିର୍ମାଣ କରି ବସଯାତ୍ରୀମାଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ଉଚ୍ଚକର୍ତ୍ତୃପକ୍ଷଙ୍କ ଦୃଷ୍ଟି ସାଧାରଣରେ ଦାବୀ ହେଉଅଛି।ଏହା ବ୍ଯତୀରେକେ ଏଥିପାଇଁ ଆଗାମୀ ଦିନରେ ଜନ ଆନ୍ଦୋଳନର ସୂତ୍ରପତ ସମ୍ଭାବନା ଅଧିକ ବୋଲି ସାଧାରଣରେ ଚର୍ଚ୍ଚା ଜୋର
ଧରିଛି ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)