ନୟାଗଡ : ରାସ୍ତା ବୁଲୁଛି ଦନ୍ତାହାତୀ। ନୟାଗଡ ଜ଼ିଲ୍ଲା ରଣପୁର ରେଞ୍ଜ ଅନ୍ତର୍ଗତ ବାରଙ୍ଗଗାଡ଼ିଆ ମୟୂରଝାଲୀଆ ରାସ୍ତା ରେ ଦେଖିବାକୁ ମିଳିଛି। କିଛି ଦିନ ହେବ ସେହି ଅଂଚଳ ରେ 14 କିଆ ହାତୀପଲ ଜଙ୍ଗଲ ରେ ରହିଛନ୍ତି। ରଣପୁର ବନାଞ୍ଚଳ ରେ ଦନ୍ତାହାତୀ ଜନସାଧାରଣ ଙ୍କୁ ଅତିଷ୍ଠ କରିଦେଲାଣି। ରାତିରେ ଘର ଭାଙ୍ଗିବା ସହ ଫସଲ ନଷ୍ଟ କରିଦେଉଛି। ଆଜି ମଧ୍ୟାହ୍ନ ରେ ଗ୍ରାମ୍ୟ ବିଭାଗ ର ବାରଙ୍ଗଗାଡ଼ିଆ ମୟୂରଝାଲୀଆ ରାସ୍ତା ରେ ଦନ୍ତାଆସି ବୁଲୁଥିଲା। ସ୍ଥାନୀୟ ଅଂଚଳ ବାସି ଘୋଡାଇବା କୁ ଚେଷ୍ଟା କରିଥିଲେ। ଗ୍ରାମବାସୀ ରଣପୁର ରେଞ୍ଜର ଙ୍କୁ ଖବର ଦେଇଥିଲେ । ଫରେଷ୍ଟ କର୍ମଚାରୀ ହାତୀ କୁ ଜଙ୍ଗଲ କୁ ଘଉଡ଼ାଇବା କୁ ଚେଷ୍ଟା ଚଳାଇଛନ୍ତି।
ନୟାଗଡ ରୁ ବିଶ୍ୱନାଥ ଘଡେଇ ଙ୍କ ରିପୋର୍ଟ