ଛବିଶତମ ସାହିତ୍ୟ ସନ୍ଧ୍ୟା

କଟକ ତା- ୨୩-୦୫-୨୦୨୫ ରିଖ ରୋଟାରୀ ଓ ଇନରହୁଇଲ କ୍ଲବ ଅଫ କଟକ ମିଡ଼ଟାଉନ ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ହୋଟେଲ ଆକବରୀ ସମ୍ମିଳନୀ କକ୍ଷରେ ବିଶିଷ୍ଟ ବୁଦ୍ଧିଜୀବୀ ତଥା ସଭାପତି ଡ଼ଃ ଆଶୁତୋଷ ଦେବତାଙ୍କ ଅଧ୍ୟକ୍ଷତାରେ, ଇନରହୁଇଲ ସଭାପତି ଡ଼ଃ ମିତା ଦେବତାଙ୍କ ସକ୍ରିୟ ସହଯୋଗରେ ୨୬ତମ ସାହିତ୍ୟ ସନ୍ଧ୍ୟା ପାଳନ ଅବକାଶରେ ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ ଶିଶୁ ସାହିତ୍ୟିକ ପ୍ରଫେସର ଡ଼ଃ ମହେଶ୍ୱର ମହାନ୍ତି ମୁଖ୍ୟ ଅତିଥି ବକ୍ତା ଭାବରେ ଯୋଗଦେଇ ଭାବ ଓ ଭାଷାକୁ ନେଇ ସାହିତ୍ୟର ସୃଷ୍ଟି ସାହିତ୍ୟର ସଉଧ କେବଳ କବିତା, ପ୍ରବନ୍ଧ, ନାଟକରେ ସୀମିତ ନରହି ସମାଜର ମୂଲ୍ୟବୋଧ ତଥା ସୃଷ୍ଟିର ଉନ୍ମାଦନାକୁ ଆନ୍ଦୋଳିତ କରୁ ବୋଲି ମତବ୍ୟକ୍ତ କରିଥିଲେ। ମୁଖ୍ୟ ଅତିଥିଙ୍କୁ ଚଳିତ ବର୍ଷ ପ୍ରଫେସର ଡ଼ଃ ବିଷ୍ଣୁପ୍ରିୟା ଦେବୀ ସୃତି ଉପଲକ୍ଷେ ରୋଟାରୀ ସାହିତ୍ୟିକ ସମ୍ମାନ ପ୍ରଦାନ କରାଯାଇଥିଲା।ମିଡ଼ଟାଉନ ରୋଟାରୀ କ୍ଲବର ପ୍ରାକ୍ତନ ସଭାପତି ତଥା ଖ୍ୟାତନାମା ପ୍ରଫେସର ଡ଼ା ନିରଞ୍ଜନ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ରୋଟାରୀଆନ ରମେଶ ଚନ୍ଦ୍ର ସିଂ ଓ ଇନରହୁଇଲ ପ୍ରାକ୍ତନ ସଭାପତି ପ୍ରଭାତୀ ମହାନ୍ତିଙ୍କ ସଂଯୋଜନାରେ ଏକ ମନୋଜ୍ଞ କବିତା ପଠନର ଆୟୋଜନ କରାଯାଇଥିଲା। ରୋଟାରୀଆନ ବିଭୂତି ଭୂଷଣ ରାଉତ, କମଳ କୁମାର ମହାନ୍ତି,ମେଜର ନନ୍ଦକିଶୋର ଶତପଥି,ଅରୁଣ କୁମାର ଦାଶ, ମନୋଜ କୁମାର ସାହୁ,ମନୋରଞ୍ଜନ ମହାନ୍ତି ଶୁଭଦ| ମିଶ୍ର, ସଂଯୁକ୍ତା ମଲ୍କିକ, ବିଶ୍ୱଜିତା ମହାନ୍ତି, ସୌମ୍ୟା ମହାନ୍ତି, ସୁଜାତ| ସାମଲ , ଇନ| ପୁରୋହିତ, ସଂଘମିତ୍ରା ସାହୁ,ପୁଷ୍ପଲତା ମହାନ୍ତି,ଅନିତା ପତି,ଶୁଭ୍ରାଂଶୁ ସାମନ୍ତରାୟ, ଶଶାଙ୍କ ମହାପାତ୍ର, ବିଜୟ ଟାପୁରିଆ, ରଘୁନାଥ ଭୁତ, ରଜନୀକାନ୍ତ ଶତପଥି, ଦୁଷ୍ମନ୍ତ ବିଶ୍ୱାଳ, ତରୁଣକାନ୍ତି ବୋଷ, ବିଶ୍ୱରୂପ ଆଚାର୍ଯ୍ୟ, ସମ୍ରାଟ କର,ପ୍ରଭାତ ମିଶ୍ର,ତୋଫାନ ପତି, ଉତ୍ତମ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *