ପାଳିବନ୍ଧ ପଞ୍ଚାୟତ ଟପର୍ ହେଲେ ମୋନାଲିସା ସ୍ବାଇଁ ।

ଗଞ୍ଜାମ : ୨୩.୦୫.୨୫

(ମିଥୁନ ବାରିକ୍)

ଗଞ୍ଜାମ : ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ର କଣ୍ଟିଆ ଗଡ ଗ୍ରାମର ନରସିଂହ ସ୍ବାଇଁ ଙ୍କ ଝିଅ ମୋନାଲିସା ସ୍ବାଇଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସତୃଷୋଲ ଠାରେ ପାଠ ପଢୁଥିଲେ । ବହୁ ପରିଶ୍ରମ କରୁଥିଲେ ମୋନାଲିସା ତାଙ୍କର ଏହି ଭଳି କୃତିତ୍ୟ ଯୋଗୁଁ ଦଶମ ଶ୍ରେଣୀ ରେ A1 ଗ୍ରେଡ଼ ପାଇ ସେ ପଞ୍ଚାୟତ ରେ ଟପର୍ ହୋଇଛନ୍ତି ।ମୋନାଲିସା ସ୍ବାଇଁ ୪୭୮ ମାର୍କ ଆଣି ସମସ୍ତ ବିଭାଗ ରେ ୯୦ ପ୍ରତିଶତ ରୁ ଅଧିକ ସଂଖ୍ୟା ରଖିଛନ୍ତି ।
ସେ ବିଦ୍ୟାଳୟ ର ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କ ଉତ୍ତମ ଶିକ୍ଷା ବ୍ୟବସ୍ଥା ଯୋଗୁଁ ଏପରି ସଫଳତା ସମ୍ଭବ ହୋଇପାରିଥିବା ମୋନାଲିସା କହିଛନ୍ତି l ବାପା ମା ଓ ବଡ଼ ଭାଇ ପିକୁନ୍ ଙ୍କ ଆଶୀର୍ବାଦ ପାଇଁ ଆଜି ସେ ପଞ୍ଚାୟତ ଟପର ହୋଇଥିବା ପ୍ରକାଶ କରିଛନ୍ତି l ତାଙ୍କ ର ଏହି ସଫଳତା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଛାର ସୁଅ ଛୁଟିଛି l

Leave a Reply

Your email address will not be published. Required fields are marked *