
କେସିଙ୍ଗା,17.05.25
ପଶ୍ଚିମ ଓଡ଼ିଶାର ବିଭିନ୍ନ ସହରରେ ଚାରି ଥାକିଆ ରାସ୍ତା ନିର୍ମାଣ ପାଇଁ କେସିଙ୍ଗା ବାଇପାସ୍ କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ବୃନ୍ଦ ଶୁକ୍ରବାର ପୂର୍ବତନ ବିଧାୟକ ତଥା ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ ନାୟକ ଙ୍କ ନେତୃତ୍ଵରେ ମୁଖ୍ୟମନ୍ତ୍ରୀଙ୍କୁ ଭୁବନେଶ୍ୱରଠାରେ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିଥିବାର ଜଣାପଡ଼ିଛି। ଏହି ଦାବିପତ୍ର ଦେବାର ୪ ମାସ ପୂର୍ବରୁ ମିନିଷ୍ଟ୍ରି ଅଫ୍ ରୋଡ୍ ଟ୍ରାନ୍ସପୋର୍ଟ ଅଣ୍ଡ ହାଇଓ୍ବେବ୍ ପକ୍ଷରୁ ୨୦୨୫-୨୬ ଆର୍ଥିକ ବର୍ଷରେ ପ୍ରୋଜେକ୍ଟ ତାଲିକାର ୧୧ନମ୍ବର୍ରେ ବାଇପାସ ନିର୍ମାଣ ପାଇଁ ସ୍ଥାନ ପାଇଛି। ଏହା ପ୍ରଥମେ ବଲାଙ୍ଗୀର, କେସିଙ୍ଗା, ଭବାନୀପାଟଣା ଓ ଜୁନାଗଡ଼ ସହରରେ ୧୨୨କିମି ବାଇପାସ ରାସ୍ତା ନିର୍ମାଣ କରାଯିବା ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ହୋଇ ସାରିଛି। ଭବାନୀପାଟଣା ଅଧୀନରେ ଥିବା କେସିଙ୍ଗା, ଯଥାଶୀଘ୍ର ନିର୍ମାଣ ପାଇଁ କେସିଙ୍ଗାସ୍ଥିତ କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ବୃନ୍ଦ ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କୁ ଭୁବନେଶ୍ୱରଠାରେ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ମାନ୍ଯବର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଅତି ଶୀଘ୍ର ପଦକ୍ଷେପ ନିଆଯିବ ବୋଲି | କେସିଙ୍ଗା, ଭବାନୀପାଟଣା, ଜୁନାଗଡ଼ ସହର ଜାତୀୟ ପଥ ୨୬ ଅଧୀନରେ ରହିଛି। ଟ୍ରାଫିକ ସମସ୍ୟା ଯୋଗୁ ସହର ବିଭିନ୍ନ ଛକଗୁଡ଼ିକରେ ଦୁର୍ଘଟଣା ଘଟି ଲୋକଙ୍କ ଜନ ଜୀବନ ଚାଲି ଯାଉଛି। ସେଥିପାଇଁ ଏହି କମିଟିର ସଦସ୍ୟ ବୃନ୍ଦ ସୁରେଶ ରାଓ, ଦେବେନ୍ଦ୍ର ଭୁଜବଳ, ଦୟାନିଧି ସୁନାନୀ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।
ଏ ସଂକ୍ରାନ୍ତରେ ଜାତୀୟ ରାଜପଥ କେସିଙ୍ଗା ୨୬ର ବିଭାଗ ର ଅଧିକାରୀ ଙ୍କ ଅନୁଯାୟୀ କେନ୍ଦ୍ରସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି ଏବଂ ସର୍ଭେ ଓ ଜମି ଅଧିଗ୍ରହଣ ପରେ ଟେଣ୍ଡର ଓ ନିର୍ମାଣ ପ୍ରକ୍ରିୟା ଆରମ୍ଭ ହେବ | ଏହି ପଦକ୍ଷେପ ସ୍ଵାଗତଯୋଗ୍ୟ ବୋଲି କେସିଙ୍ଗା ବୁଦ୍ଧିଜିବୀ ମହଲରେ ଚର୍ଚ୍ଚା
କେସିଙ୍ଗା ରୁ ପ୍ରୀତେଶ ପଟେଲ ଙ୍କ ରିପୋର୍ଟ