ଗାଇସିଲେଟ : ସମସ୍ତ ସ୍କୁଲ କଲେଜର ପରୀକ୍ଷା ଫଳ ଜାଣି ଛାତ୍ରଛାତ୍ରୀ ଖୁସି ହୋଇ ଉଚ୍ଚ ଶିକ୍ଷା ପାଇଁ ବ୍ୟବସ୍ଥା କଲେଣି l କିନ୍ତୁ ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ର ଓଡିଶା ଆଦର୍ଶ ବିଦ୍ୟାଳୟର
ପରୀକ୍ଷା ଫଳ ଘୋଷଣା ନ ହେବାରୁ ଛାତ୍ରଛାତ୍ରୀ ଦୁଃଖରେ ଚିନ୍ତାଶୀଳ ହୋଇ ପଡିଛନ୍ତି l ନିଜ ନିଜ ଅଭିଭାବକ ଛୁଆଙ୍କ ଏପରି ଅବସ୍ଥା ତାହା କହି ହେବନାହିଁ କେତେକ ଛାତ୍ରଛାତ୍ରୀ ନିଜ ପରୀକ୍ଷା କେନ୍ଦ୍ର ଉପରେ କଣ ଘଟିଛି କି ବୋଲି ମାବାପାଙ୍କୁ ପ୍ରଶ୍ନ ପଚାରୁଛନ୍ତି lଯାହା ଫଳରେ ଛୁଆର ମାନସିକ ପ୍ରତି ଚିନ୍ତାର ବିଷୟ ହୋଇ ପଡିଛି l ଏଥି ପ୍ରତି କିଛି ଦୁର୍ଘଟଣା ନ ଘଟୁ ବୋଲି ଓ.ଏ.ଭି. ଅଭିଭାବକ ମାନେ ଆଜି ଏକତ୍ରିତ ହୋଇ ଏକ ବୈଠକ କରି ଅନେକ ସମାଲୋଚନା କରିଥିଲେ l ଉକ୍ତ ବୈଠକରେ ଜ୍ଞାନୀ ବୁଦ୍ଧିଜୀବୀ ମାନେ ଉଚ୍ଚ କର୍ତୃପକ୍ଷ ଜିଲ୍ଲାପାଳଙ୍କୁ ଜଣାଇବା ସହିତ ପରବର୍ତ୍ତୀ ସମୟରେ ଛୁଆଙ୍କ କ୍ଷୟ କ୍ଷତି ପାଇଁ ପ୍ରଶାସନ ଦାୟୀ ହେବେ ବୋଲି ସମ୍ମତି ପ୍ରଦାନ ହୋଇଅଛି l ଏ ବିଷୟ ପ୍ରତି ସରକାର ଅବଗତ ପୂର୍ବକ ଯଥାଶୀଘ୍ର ଫଳାଫଳ ପ୍ରକାଶ କରିବାପାଇଁ ଅଂଚଳ ତରଫରୁ ବିନମ୍ର ଅନୁରୋଧ କରୁ l ଯଦି ବିଳମ୍ବ ହୁଏ ଅଭିଭାବକ ଓ ଛାତ୍ରଛାତ୍ରୀ ଅସନ୍ତୋଷ ଭାବରେ ରାଜରାସ୍ତାକୁ ଓହ୍ଲେଇବା ପାଇଁ ବାଧ୍ୟ ହେବୁ ବୋଲି ପ୍ରତିଜ୍ଞା ବଦ୍ଧ ହୋଇଛନ୍ତି l ଉପଖଣ୍ଡ ପଦ୍ମପୁରରୁ ଫକୀର ଦୀପଙ୍କ ରିପୋର୍ଟ