
କଟକ : କଟକ ଜିଲ୍ଲା ସମଗ୍ର ଶିକ୍ଷା ପକ୍ଷରୁ ରେଭେନ୍ସା କଲିଜିଏଟ ସ୍କୁଲ ନେତାଜୀ ଅଡିଟୋରିୟମଠାରେ କଟକ ଜିଲ୍ଲାସ୍ତରୀୟ ସୁରଭି ଉଦଘାଟିତ ହୋଇଯାଇଛି। ବରେଣ୍ୟ ଅତିଥି ଭାବରେ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ ଭଦଘାଟନ କରି କହିଲେ, ଦୃଢ଼ ଇଚ୍ଛାଶନ୍ତି, ମନୋବଳ ଏବଂ ଆତ୍ମବିଶ୍ୱାସ ରହିଲେ ଛାତ୍ରଛାତ୍ରୀମାନେ ଜୀବନର ଶୀର୍ଷରେ ପହଞ୍ଚିପାରିବେ । ଏହି ବିଦ୍ୟାଳୟରୁ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ତାଙ୍କର ଛାତ୍ର ଜୀବନ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଲ କରିଛନ୍ତି। ଛାତ୍ରଛାତ୍ରୀମାନେ ବିଦ୍ୟା ସହ କ୍ରୀଡା ତଥା ଅନ୍ୟାନ୍ୟ କ୍ଷେତ୍ରରେ ନିଜର ପ୍ରତିଭା ପ୍ରତିପାଦନ କରିବା ପାଇଁ ସୁନ୍ଦର ପରିଚୟ ସୃଷ୍ଟି କରିବା ଉପରେ ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ। ଉଦଘାଟନ ଉତ୍ସବରେ ଜିଲ୍ଲା ଶିକ୍ଷାଧିକାରୀ ନିତ୍ୟାନନ୍ଦ ବାରିକ ସଭାପତିତ୍ଵରେ ଜିଲ୍ଲାସ୍ତରୀୟ ଶିଶୁ ଉତ୍ସବ ସୁରଭି ୨୦୨୬ ଅନୁଷ୍ଠିତ ହୋଇଥିଲା ଅତିରିକ୍ତ ଜିଲ୍ଲା ଶିକ୍ଷାଧିରୀ ଅଭିଜିତା ଭାସ୍କର, ମନୋରଞ୍ଜନ ବାରିକ,ସନ୍ତୋଷସେଠା ଏବଂ ଜିଲ୍ଲା ଜାତି ଅନୁସୂଚିତ ଜନନାତି ସଂଯୋଜିକା ଡ. ସୁଚିସ୍ମିତା ମହାନ୍ତି ବିଦ୍ୟାଳୟର ପ୍ରଧାନଶିକ୍ଷଳ ପ୍ରଗତି ପଣ୍ଡା, ଯୋଗଦେଇଥିଲେ। ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୃତ୍ୟ, ଗୀତ, ଚିତ୍ରାଙ୍କନ, ବକ୍ତୃତା, ସୃଜନାତ୍ମକ ଲିଖନ, ଛାୟା ସଂସଦ ସଭା କାର୍ଯ୍ୟକ୍ରମ ସହିତ ଏକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାର ୧୪ଟି ବ୍ଲକ, ୨ଟି ମ୍ୟୁନିସପାଳିଟିରୁ ୬୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଅପରାହ୍ନରେ ଉଦଯାପନୀ ଉତ୍ସବରେ ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, ବିଧାୟକ ସୌଭିକ ବିଶ୍ୱାଳ, ସୋଫିଆ ଫିର୍ଦ୍ଦୋସ୍ ପ୍ରମୁଖ ଯୋଗଦେଇ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରିଥିଲେ। ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଗ୍ରହଣ କରିଥିବା କୃତୀ ଛାତ୍ରଛାତ୍ରୀମାନେ ରାଜ୍ୟସ୍ତରରେ ହେବାକୁ ଥିବା ସୁରଭିରେ ଜିଲ୍ଲା ପକ୍ଷରୁ ଅଂଶ ଗ୍ରହଣ କରିବେ। ଏହି କାର୍ଯ୍ୟକ୍ରମକୁ ସମଗ୍ର ଶିକ୍ଷା ଜାତି ଅନୁସୂଚିତ ଜନଜାତି ସଂଯୋଜିକା ଡ. ସୁଚିସ୍ମିତା ମହାନ୍ତି, ଜିଲ୍ଲା ସମଗ୍ର ଶିକ୍ଷା କାର୍ଯ୍ୟାଳୟର ବିଭିନ୍ନ ଅଧିକାରୀ ଓ କର୍ମଚାରୀ, ରେଭେନ୍ସା କଲିଜିଏଟ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ସି ଆର ସି ସି ମାନେ ପ୍ରତ୍ୟକ୍ଷ ସହଯୋଗ କରିଥିଲେ | ପ୍ରତିଯୋଗିତାର ମୂଲ୍ୟାୟନ ପାଇଁ ପ୍ରତିଷ୍ଠିତ ବ୍ୟକ୍ତିମାନେ ବିଚାରକ ଭାବେ ଯୋଗଦେଇ ରାଜ୍ୟସ୍ତରୀୟ ସୁରଭିକୁ ଶ୍ରେଷ୍ଠ ପ୍ରତିଯୋଗୀ ଚୟନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସମଗ୍ର ଶିକ୍ଷାର ସମସ୍ତ କର୍ମ ଚାରି, ରେଭେନ୍ସା କଲିଜିଏଟ୍ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ।