ଛାତ୍ର ଆଦର୍ଶ ସଂସଦ କାର୍ଯକ୍ରମ ଆୟୋଜିତ

ପୁରୀ ୭/୧୧ (କ ବ୍ୟୁ) : ସଂସଦ ଆମ ଗଣତନ୍ତ୍ର ର ଆତ୍ମା।ଏହାର ଗାରିମା ରକ୍ଷା ସମସ୍ତ ନିର୍ବାଚିତ ପ୍ରତିନିଧି ମାନଙ୍କ ଦାୟିତ୍ୱ।ପାର୍ଲିଆମେଣ୍ଟ ର କାର୍ଯ୍ୟାବଳୀ , ପରିଚାଳନା,ଶୃଙ୍ଖଳା ଓ ସମ୍ମାନ ରକ୍ଷା ବିଦ୍ୟାଳୟ ସ୍ତରରୁ ଛାତ୍ର ଛାତ୍ରୀ ଙ୍କୁ ଏହି ଭଳି ଛାୟା ସଂସଦ ମାଧ୍ୟମରେ ଅବଗତ କରାଗଲେ ସେମାନେ ଦେଶର ଆଇନ କାନୁନ,ସମ୍ବିଧାନ, ଶାସନ ବ୍ୟବସ୍ଥା ସମ୍ପର୍କରେ ସଚେତନ ହେବେ ବୋଲି କହିଛନ୍ତି ପୁରୀ ଲୋକ ସଭା ସାଂସଦ ଡା ସମ୍ବିତ ପାତ୍ର।ଆଜି ସମଗ୍ର ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଟାଉନ ହଲ ଠାରେ ମଡେଲ ପାର୍ଲିଆମେଣ୍ଟ ଅନୁଷ୍ଠିତ ହୋଇଥିଲା।ଏଥିରେ ଜିଲ୍ଲାର ୨୭ ଗୋଟି ପିଏମଶ୍ରୀ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଯୋଗ ଦେଇ ପାର୍ଲିଆମେଣ୍ଟ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସାଂସଦ ଡା ପାତ୍ର ଏହି ଛାୟା ସଂସଦର ପିଲାମାନଙ୍କ ମଧ୍ୟରେ ବସି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସାମଗ୍ରିକ ଭାବେ ଅଧିବେଶନ କୁ ଦେଖିଥିଲେ ଓ ଶେଷରେ ପିଲାମାନଙ୍କ ଅଭିନୟ, ଉପସ୍ଥାପନା ଓ ଶୃଙ୍ଖଳାକୁ ଅତ୍ୟନ୍ତ ପ୍ରଶଂସା କରିବା ସହ ଏହାଦ୍ବାରା ଛାତ୍ରଛାତ୍ରୀ ମାନଙ୍କ ବିଭିନ୍ନ କ୍ଷେତ୍ରରେ ନେତୃତ୍ୱ ତଥା ପ୍ରଶାସନିକ ବିଧି ବ୍ୟବସ୍ଥା ବିଷୟରେ ଜ୍ଞାନ ଆହରଣ ହୋଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ମୋଟ ୨୭ ଗୋଟି ପି ଏମ୍ ଶ୍ରୀ ବିଦ୍ୟାଳୟ ମାନଙ୍କରୁ ସମୁଦାୟ ୧୦୮ ଜଣ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ। ପିଲାମାନେ ସେମାନଙ୍କ ମଧ୍ୟରେ ବାଚସ୍ପତି, ପ୍ରଧାନ ମନ୍ତ୍ରୀ, ଶିକ୍ଷା ମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ,କୃଷିମନ୍ତ୍ରୀ ଓ ବିରୋଧୀଦଳ ନେତା ପ୍ରଭୃତି ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରା , ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଯୁଗ୍ମ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ , ଶିକ୍ଷକ ଶିକ୍ଷା ପ୍ରଶିକ୍ଷଣ କେନ୍ଦ୍ରର ଅଧ୍ୟକ୍ଷ ଡ କାର୍ତ୍ତିକେଶ୍ଵର ରାଉଳ , ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଦ୍ଵିତୀକାନ୍ତ ପ୍ରଧାନ ଓ ଗୋବିନ୍ଦ ଚନ୍ଦ୍ର ହେମ୍ବ୍ରମ୍ ଯୋଗ ଦେଇ ଛାତ୍ର ଛାତ୍ରୀ ଙ୍କୁ ଉସାହିତ କରିଥିଲେ। ଏହି କାର୍ଯକ୍ରମରେ ଜିଲ୍ଲା ଶିକ୍ଷାଧିକାରୀ ଦୀପକ କୁମାର ପାଢ଼ୀ ସଭାପତିତ୍ବ କରିଥିଲେ ।
ଶ୍ରୀମତୀ ଅଲକା ନନ୍ଦା ନନ୍ଦ ମଞ୍ଚ ପରିଚାଳନା କରିଥିଲେ। ଶିକ୍ଷା, କୃଷି, ପ୍ରତିରକ୍ଷା, ପରିବେଶ ଆଦି ଷୟରେ ଆଲୋଚନା କରାଯାଇଥିଲା । ପୁରୀ ଜିଲ୍ଲା ସମଗ୍ର ଶିକ୍ଷା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଓ ବିଭିନ୍ନ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ସହଯୋଗରେ କାର୍ଯକ୍ରମ ସଫଳ ଭାବରେ ପରିଚାଳିତ ହୋଇଥିଲା ।ପରେ ଅତିଥି ମାନେ ପିଲା ମାନ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ।(ପୁରୀ ଜିଲ୍ଲା ପ୍ରତିନିଧି ବଳରାମ ତ୍ରିପାଠୀ ଙ୍କ ରିପୋର୍ଟ )

Leave a Reply

Your email address will not be published. Required fields are marked *