ସାହିତ୍ୟ ପତ୍ରିକା ବନଜ୍ଯୋତି ଲୋକାର୍ପିତ

ଚଣ୍ଡିଖୋଲ,୨/୧୧( କ ବ୍ୟୁ) : ବଡଚଣା ରୁ ପ୍ରକାଶ ପାଉଥିବା ଶାରଦୀୟ ବିଶେଷାଙ୍କ ସାହିତ୍ୟ ପତ୍ରିକା ବନଜ୍ଯୋତି ଲୋକାର୍ପିତ ହୋଇଛି। ଏହି ସାହିତ୍ୟ ପତ୍ରିକା ରେ ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ ଲେଖକ ଲେଖିକାଙ୍କ ଗଳ୍ପ, କବିତା, ପ୍ରବନ୍ଧ, ରମ୍ୟରଚନା ପ୍ରକାଶ ପାଇଛି। ପତ୍ରିକାର ସମ୍ପାଦକ ଆଇନଜୀବୀ ବୃନ୍ଦାବନ କରଙ୍କ ସମ୍ପାଦନାରେ ୧୯୮୦ମସିହାରୁ ନିରବଚ୍ଛିନ୍ନ ଭାବରେ ଏହି ପତ୍ରିକା ପ୍ରକାଶ ପାଉଛି। ଓଡିଶାର ଭାଷା ସାହିତ୍ୟ ସଂସ୍କୃତି ପରମ୍ପରା ଐତିହ୍ୟ କୁ ଉଜ୍ଜୀବିତ କରିବା ସହିତ ଓଡ଼ିଶା ଭାଷା ସାହିତ୍ୟ ବିକାଶ କ୍ଷେତ୍ରରେ ସାହାଯ୍ୟ କରିବା ସହିତ ପାଠକ ମାନଙ୍କ ଆଦୃତି ଲାଭ କରିବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *